Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଏମିତି କହିଲେ ମସ୍କ, ରାଗିଲେ ଟ୍ରମ୍ପ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଏମିତି କହିଲେ ମସ୍କ, ରାଗିଲେ ଟ୍ରମ୍ପ

Key Points

ଏଲନ ମସ୍କଙ୍କ ବଡ଼ ଦାବି

ମୋ ପାଇଁ ଜିତିଛନ୍ତି ଟ୍ରମ୍ପ

ମତଭେଦକୁ ସ୍ବୀକାର କଲେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ବିଶ୍ବର ଏକ ନମ୍ବର ଧନୀ ଏଲନ ମସ୍କଙ୍କ ମଧ୍ୟରେ ଥିବା ସମ୍ପର୍କର ଫାଟ ଦିନକୁଦିନ ବଢିବଢି ଚାଲିଛି। ବର୍ତ୍ତମାନ ଦୁହେଁ ଦୁହିଁକୁ କଡା ସମଲୋଚନା କରିବା ଆରମ୍ଭ କରି ଦେଇଛନ୍ତି। ନିକଟରେ ଏଲନ ମସ୍କ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ୨୦୨୪ରେ ଟ୍ରମ୍ପ ମୋ ପାଇଁ ଜିତିଛନ୍ତି। ମୁଁ ତାଙ୍କ ପାଇଁ ପ୍ରଚାର କରିବାରୁ ସେ ପୁଣି ଥରେ ରାଷ୍ଟ୍ରପତି ହୋଇ ପାରିଛନ୍ତି। ସେପଟେ ମସ୍କଙ୍କ ସହିତ ତାଙ୍କର ଭଲ ପଡୁନଥିବା ସ୍ବୀକାର କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।


କେବେ ଠାରୁ ଆରମ୍ଭ ହେଲା ବିବାଦ ?


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଟ୍ରମ୍ପଙ୍କ ଟିକସ ନୀତି ଓ ସରକାରୀ ଖର୍ଚ୍ଚ ସମ୍ପର୍କିତ ନିଷ୍ପତ୍ତିକୁ ଏଲନ ମସ୍କ ବିରୋଧ କରିବା ପରେ ଜଣ ବନ୍ଧୁଙ୍କ ମଧ୍ୟରେ ଆରମ୍ଭ ହୋଇଛି ବିବାଦ। ଟ୍ରମ୍ପଙ୍କ ପ୍ରଶାସନ ଦ୍ୱାରା ମସ୍କଙ୍କ କମ୍ପାନୀଗୁଡ଼ିକ ପାଇଁ ସବସିଡି ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏକ୍ସରେ ଏକ ପୋଷ୍ଟ କରି ମସ୍କ ଲେଖିଥିଲେ ଟ୍ରମ୍ପଙ୍କ ଟିକସ ନୀତି ଓ ସରକାରୀ ଖର୍ଚ୍ଚ ସମ୍ପର୍କିତ ନିଷ୍ପତ୍ତି ଏକ ଅବାସ୍ତବ ନିଷ୍ପତ୍ତି। ଯାହାର ଜବାବରେ ଟ୍ରମ୍ପ କହିଥିଲେ “ଦାୟିତ୍ବରୁ ଓହରି କିଛି ଲୋକ ଶତ୍ରୁ ହୋଇଯାଆନ୍ତି। ମସ୍କ ମୋତେ ନିରାଶ କରିଛନ୍ତି।” ତା ପରେ ମସ୍କ ଦାବି କରିଥିଲେ, “ମୋର ସମର୍ଥନ ଓ ଏକ୍ସ ପ୍ଲାଟଫର୍ମର ପ୍ରଭାବ ନ ଥିଲେ ଟ୍ରମ୍ପ ୨୦୨୪ ନିର୍ବାଚନ ଜିତି ପାରି ନଥାନ୍ତେ।”


ମତ ଭେଦକୁ ଟ୍ରମ୍ପ ସ୍ବୀକାର କରିଛନ୍ତି। ଆଗାମୀ ଦିନରେ ସମ୍ପର୍କ ଭଲ ରହିନପାରେ ବୋଲି ସେ କହିଛନ୍ତି। ମୁଁ ମସ୍କଙ୍କୁ ନେଇ ଅସନ୍ତୁଷ୍ଟ। ସେ ଯେତବେଳେ ମୋତେ ସାହାଯ୍ୟ କରିଥିଲେ ସେତେବେଳେ ସେ ବିଲ୍‌ର ଭିତିରି କଥା ଜାଣିଥିଲେ। ମାତ୍ର ଏବେ ଯେତେବେଳେ ଇଭି ପଦକ୍ଷେପ ନେଲା ତା ପରଠାରୁ ତାଙ୍କର କାହିଁକି ଅସୁବିଧା ହେଲା ବୋଲି ଟ୍ରମ୍ପ ପ୍ରଶ୍ନ କରିଛନ୍ତି।

Sponsored
Conflict between Trump and Elon Musk | Argus News