Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କ୍ୟାଥୋଲିକ ଚର୍ଚ୍ଚ ସମୂହର ମୁଖ୍ୟ ପୋପ ଫ୍ରାନ୍ସିସଙ୍କ ବିବାଦୀୟ ଯୁକ୍ତି

International

କ୍ୟାଥୋଲିକ ଚର୍ଚ୍ଚ ସମୂହର ମୁଖ୍ୟ ପୋପ ଫ୍ରାନ୍ସିସଙ୍କ ବିବାଦୀୟ ଯୁକ୍ତି

Ritu Das
Browse all articles by Ritu Das
·2 years ago·2 min read
କ୍ୟାଥୋଲିକ ଚର୍ଚ୍ଚ ସମୂହର ମୁଖ୍ୟ ପୋପ ଫ୍ରାନ୍ସିସଙ୍କ ବିବାଦୀୟ ଯୁକ୍ତି

ଅର୍ଗସ ବ୍ୟୁରୋ: କ୍ୟାଥୋଲିକ ଚର୍ଚ୍ଚର ବର୍ତ୍ତମାନର ମୁଖ୍ୟ ରୋମର ବିଶପ ତଥା ଭାଟିକାନ ସିଟିର ସାର୍ବଭୌମ ପୋପ ଫ୍ରାନ୍ସିସଙ୍କ ତାଜା ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେ କହିଛନ୍ତି, ମଦ ହେଉଛି ଭଗବାନଙ୍କ ଉପହାର। ସେଥିପାଇଁ ଏହା ମନୁଷ୍ୟଙ୍କୁ ମିଳିଛି। ମଦବିକ୍ରି, ପିଇବା ଓ ନିଷେଧ ଉପରେ ଦେଶ ଓ ବିଦେଶରେ ବିଭିନ୍ନ ଆଇନକାନୁନ ରହିଛି। କେଉଁଠି ଏହାଯୋଗୁ ଅପରାଧ ଘଟେଇବା ପାଇଁ ବ୍ୟବହାର ହେଉଛି ତ ଆଉ କେଉଁଠି କିଛି ସୁଖଦ ମୂହୁର୍ତ୍ତକୁ ପାଳନ ପାଇଁ। ତେବେ ଏସମ୍ପର୍କରେ ୮୭ ବର୍ଷୀୟ ପୋପ କହିଛନ୍ତି, ମଦ ହେଉଛି ଭଗବାନଙ୍କଠାରୁ ମିଳିଥିବା ଉପହାର । ଏହା ଆମକୁ ମିଳିଛି କାରଣ ଆମେ ଏହାକୁ ସୁଖର ପ୍ରକୃତ ଉତ୍ସ ବୋଲି ବିବେଚନା କରୁ। ସେ ଆହୁରି ଥଟ୍ଟା କରି ଲୋକଙ୍କୁ କହିଛନ୍ତି, ଏହା ଏକ ମଦ୍ୟପ ପୋପଙ୍କ କଥା ପରି ମନେହେଉଥିବ କିନ୍ତୁ ଏହା ସତ। ସେପଟେ ପୋପଙ୍କ ଏଭଳି ବୟାନକୁ ସବୁଠି ଦୃଢ଼ ନିନ୍ଦା କରାଯାଇଛି। 

କେବଳ ଏତିକି ନୁହେଁ କିଛି ଦିନ ତଳେ, ପୋପଙ୍କ ଆଉ ଏକ ବୟାନ ବି ବିବାଦ ଠିଆ କରିଥିଲା । ଯୌନସୁଖ ମଧ୍ୟ ‘ଭଗବାନଙ୍କ ଉପହାର’ ଅଟେ ବୋଲି କିଛିଦିନ ପୂର୍ବରୁ ସେ କହିଥିଲେ । ଏନେଇ ସେ ଆହୁରି କହିଥିଲେ ଯେ, ଯୌନ ସୁଖକୁ ଉପଭୋଗ କର। କାରଣ ଏହା ବିନା ଜୀବନ ଦୁଃଖଦାୟକ ଓ ନିସଙ୍ଗ । ସଂଖ୍ୟାଲଘୁ ସମ୍ପ୍ରଦାୟରେ ଯୌନ ପ୍ରବୃତ୍ତିର କୌଣସି ନିନ୍ଦା କରାଯାଏନି। ପୋପ କହିଥିଲେ, ମଦ, ଜମି, କୃଷି ଦକ୍ଷତା ଏବଂ ଉଦ୍ୟୋଗ ହେଉଛି ଇଶ୍ୱରଙ୍କ ଉପହାର । ଏସବୁକୁ ଆମ ପାଇଁ ପ୍ରସ୍ତୁତ କରାଯାଇଛି । 

ତେବେ ନିକଟରେ ମଦକୁ ନେଇ ଏମସ୍ ପକ୍ଷରୁ କହାଯାଇଥିଲା, ଯେ ଭାରତୀୟ ଓ ଦକ୍ଷିଣ ଏସିଆର ଲୋକମାନଙ୍କ ପାଇଁ ମଦ ହାନୀକାରକ । ଏହାର ସେବନ ମୃତ୍ୟୁ ସୁନିଶ୍ଚିତ କରିଥାଏ । ତେଣୁ ଏହାଠାରୁ ନିବୃତ୍ତ ରହିବା ପାଇଁ ଏମସ ପକ୍ଷରୁ ସତର୍କ କାରାଯାଇଛି ।
ଏବେ ପୋପଙ୍କ ମଦକୁ ନେଇ ନୂଆ ବୟାନ ବିଭିନ୍ନ ମହଲରେ ନାପସନ୍ଦ କରାଯାଉଛି । ସମାଜରେ ମଦର କୁପ୍ରଭାବ ବଢୁଥିବା ବେଳେ  କ୍ୟାଥୋଲିକ ଚର୍ଚ୍ଚର ବର୍ତ୍ତମାନର ମୁଖ୍ୟଙ୍କ ଏଭଳି ଯୁକ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ବିଦେଶ ଖବର 
 

Sponsored
Controversial arguments | Argus News