Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଅଧିକ ଶକ୍ତିଶାଳି ହୋଇ ଫେରିବ କରୋନା, ରୋକିବା ପାଇଁ କୌଣସି ଶକ୍ତି କାମ କରିବନି

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଅଧିକ ଶକ୍ତିଶାଳି ହୋଇ ଫେରିବ କରୋନା, ରୋକିବା ପାଇଁ କୌଣସି ଶକ୍ତି କାମ କରିବନି

Key Points

ବାବା ଭେଙ୍ଗାଙ୍କ ଭଳି ଜାପାନର ଜଣେ ମହିଳାଙ୍କ ଭବିଷ୍ୟବାଣୀ ମଧ୍ୟ ସଠିକ୍ ପ୍ରମାଣିତ ହୋଇଛି ।

ସେଥିପାଇଁ ତାଙ୍କୁ ଜାପାନୀ ବାବା ଭେଙ୍ଗା ବୋଲି କୁହାଯାଉଛି । 

ତାତସୁକିଙ୍କ ପ୍ରଥମ ଭବିଷ୍ୟବାଣୀ ୧୯୯୯ ମସିହାରେ କରାଯାଇଥିଲା ।

ପୁଣି ଥରେ ସାରା ବିଶ୍ୱରେ କରୋନା ଭାଇରସ ମହାମାରୀ ଦ୍ରୁତ ଗତିରେ ବ୍ୟାପିବା ଆରମ୍ଭ କରିଛି। ଭାରତରେ ମଧ୍ୟ ୪୦୦୦ ଛୁଇଁଲାଣି ସଂକ୍ରମଣ ସଂଖ୍ୟା । ଏଭଳି ସ୍ଥିତିରେ ସୋସିଆଲ ମିଡିଆରେ #2030CovidPrediction ଟ୍ରେଣ୍ଡ କରୁଛି । ଯାହାକୁ ଜାପାନୀ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ସହିତ ଯୋଡାଯାଉଛି।

ବାବା ଭେଙ୍ଗା ବାସ୍ତବରେ ଉତ୍ତର ମେସେଡୋନିଆର ବାସିନ୍ଦା ଥିଲେ । ଯାହାଙ୍କ ଭବିଷ୍ୟବାଣୀ ଆଜି ମଧ୍ୟ ସଠିକ୍ ପ୍ରମାଣିତ ହେଉଛି। ଏହି ସମୟରେ, ଜାପାନର ଜଣେ ମହିଳାଙ୍କ ଭବିଷ୍ୟବାଣୀ ମଧ୍ୟ ସଠିକ୍ ପ୍ରମାଣିତ ହୋଇଛି । ଯେଉଁଥିପାଇଁ ଲୋକମାନେ ତାଙ୍କୁ ଜାପାନୀ ବାବା ଭେଙ୍ଗା ବୋଲି କହିବା ଆରମ୍ଭ କରିଛନ୍ତି। ଏହି ମହିଳା ହେଉଛନ୍ତି ଜାପାନର ମେଙ୍ଗା କଳାକାର ରିଓ ତାତସୁକି, ଯାହାଙ୍କ ଅଧିକାଂଶ ଭବିଷ୍ୟବାଣୀ ସଠିକ୍ ପ୍ରମାଣିତ ହୋଇଛି।

ତାତସୁକିଙ୍କ ପ୍ରଥମ ଭବିଷ୍ୟବାଣୀ ୧୯୯୯ ମସିହାରେ କରାଯାଇଥିଲା, ଯେତେବେଳେ ତାଙ୍କର ଗ୍ରାଫିକାଲ୍ ନୋଭେଲ ଆର୍ଟ ମେଙ୍ଗା କମିକ୍ସ ପ୍ରକାଶ ପାଇଥିଲା । "ଦି ଫ୍ୟୁଚର ଆଇ ସ" ନାମକ ଏହି କମିକ୍ସରେ, ତାତସୁକି ମାର୍ଚ୍ଚ ୨୦୧୧ ରେ ଜାପାନରେ ଏକ ବଡ଼ ପ୍ରାକୃତିକ ବିପର୍ଯ୍ୟୟର ପୂର୍ବାନୁମାନ କରିଥିଲେ।

୧୨ ବର୍ଷ ପରେ ତାତସୁକିଙ୍କ ଭବିଷ୍ୟବାଣୀ ସଠିକ୍ ପ୍ରମାଣିତ ହେଲା, ଯେତେବେଳେ ଜାପାନର ଉତ୍ତର ଟୋହୋକୁ ପ୍ରଦେଶରେ ୯.୦ ତୀବ୍ରତାର ଏକ ବଡ଼ ଭୂମିକମ୍ପ ଆସିଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ସମୁଦ୍ରରେ ଥିଲା, ଯାହା ସୁନାମି ଆଣି ଜାପାନରେ ତାଣ୍ଡବ ରଚିଥିଲା। ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ଜାପାନରେ ତିନୋଟି ପରମାଣୁ ରିଆକ୍ଟର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଫୁକୁସିମା ଡାଇଚି ନ୍ୟୁକ୍ଲିୟର ପାଓ୍ୱାର ପ୍ଲାଣ୍ଟରୁ ଆଜି ବି ରେଡିଏସନ୍‌ର ବିପଦ ରହିଛି । ୧୯୮୬ ଚେର୍ନୋବିଲ୍ ପରମାଣୁ ବିପର୍ଯ୍ୟୟ ପରେ ଏହାକୁ ସବୁଠାରୁ ବଡ଼ ପରମାଣୁ ଦୁର୍ଘଟଣା ବୋଲି ବିବେଚନା କରାଯାଇଥିଲା।

୨୦୧୧ ମସିହାର ଭବିଷ୍ୟବାଣୀ ସତ ହେବା ପରେ, ଜାପାନରେ ରିଓ ତାତସୁକିଙ୍କ ଭବିଷ୍ୟବାଣୀକୁ ବହୁତ ଗମ୍ଭୀରତାର ସହ ନିଆଯାଇଥିଲା। ତାତସୁକି ତାଙ୍କ ସ୍ୱପ୍ନରେ ଯାହା ଦେଖନ୍ତି ତାହା ମେଙ୍ଗା କାର୍ଟୁନ ମାଧ୍ୟମରେ ପ୍ରକାଶ କରନ୍ତି। ସେ ଜାପାନ, ଥାଇଲ୍ୟାଣ୍ଡ ଏବଂ ଚୀନରେ ବହୁତ ଲୋକପ୍ରିୟ। ଜାପାନୀ ଭାଷା ବ୍ୟତୀତ, ତାଙ୍କର ମେଙ୍ଗା କମିକ୍ସର ସଂସ୍କରଣ ଏହି ଦୁଇ ଦେଶର ସ୍ଥାନୀୟ ଭାଷାରେ ମଧ୍ୟ ପ୍ରକାଶ ପାଇଥିଲା।

କରୋନା ଭାଇରସକୁ ନେଇ ମଧ୍ୟ ତାତସୁକି ଭବିଷ୍ୟବାଣୀ କରିଥିଲେ। ତାତସୁକି କହିଥିଲେ ଯେ ୨୦୧୯-୨୦ ବର୍ଷରେ ଆସୁଥିବା ଭାଇରସ ଭୟଙ୍କର ବିନାଶ ଆଣିବ। ତାପରେ ଏହି ଭାଇରସ ଉଭାନ୍‌ ହୋଇଯିବ ଏବଂ ୨୦୩୦ ମସିହାରେ ଏତେ ଶକ୍ତିଶାଳୀ ହୋଇ ଫେରିବ ଯେ ଏହା ସହିତ ଲଢ଼ିବାର କୌଣସି ଉପାୟ କାମ ଦେବ ନାହିଁ ।

ତାତ୍ସୁକିଙ୍କ ମେଙ୍ଗା କମିକ୍ସର ଶେଷ ସଂସ୍କରଣ, "ଦି ଫ୍ୟୁଚର ଆଇ ସ'', ୨୦୨୧ ମସିହାରେ ପ୍ରକାଶିତ ହୋଇଥିଲା। ଏଥିରେ ୫ ଜୁଲାଇ, ୨୦୨୫କୁ ନେଇ ଏକ ଭବିଷ୍ୟବାଣୀ ରହିଛି। ଏହି ଭବିଷ୍ୟବାଣୀରେ, ତାତ୍ସୁକି ୨୦୧୧ ତୋହୋକୁ ଭୂମିକମ୍ପ ଅପେକ୍ଷା ତିନି ଗୁଣ ଅଧିକ ବିପଦପୂର୍ଣ୍ଣ ଭୂମିକମ୍ପ ବିଷୟରେ ଚେତାବନୀ ଦେଇଛନ୍ତି। ଏହି ଭୂମିକମ୍ପ ଜାପାନ ଏବଂ ଫିଲିପାଇନ୍ସ ମଧ୍ୟରେ ସମୁଦ୍ରରେ ଫାଟ ଯୋଗୁଁ ହେବ ବୋଲି ପୂର୍ବାନୁମାନ କରାଯାଇଛି।

ଜାପାନୀ ବାବା ଭେଙ୍ଗାଙ୍କ ଏହି ଭବିଷ୍ୟବାଣୀ ପୂର୍ବ ଏସିଆର ପର୍ଯ୍ୟଟନ ଶିଳ୍ପକୁ ଏକ ବଡ଼ ଝଟକା ଦେଇଛି। ଜାପାନରେ ଲୋକମାନେ ନିଜର ଟୁରିଜିମ୍ ପ୍ଲାନ୍ ବଦଳାଇ ସାରିଛନ୍ତି। ଅନ୍ୟପଟେ ଥାଇଲ୍ୟାଣ୍ଡରୁ ଆରମ୍ଭ କରି ଭିଏତନାମ ଏବଂ ହଂକଂ ପର୍ଯ୍ୟନ୍ତ ହୋଟେଲ ଏବଂ ଟିକେଟ୍ ବୁକିଂ ବାତିଲ କରାଯାଉଛି। ଏହି ତାରିଖ ପରେ ହିଁ ଲୋକମାନେ ଏହି ଦେଶଗୁଡ଼ିକରେ ସମୁଦ୍ର ନିକଟକୁ ଯିବାକୁ ପ୍ଲାନ୍‌ କରୁଛନ୍ତି। ଏହି ଦେଶଗୁଡ଼ିକରେ ସୋସିଆଲ ମିଡିଆରେ ଏହି ଭବିଷ୍ୟବାଣୀକୁ ନେଇ ଘନ ଘନ ପୋଷ୍ଟ ଦେଖିବାକୁ ମିଳୁଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Corona will return with more power, no force will work to stop it | Argus News