Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ସିନ୍ଧୁ ଜଳ ସନ୍ଧି ରଦ୍ଦ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଭାରତ ସରକାରଙ୍କୁ ଅପିଲ କଲା ପାକ୍‌

Banajyotshna Ray
Browse all articles by Banajyotshna Ray
·1 year ago·1 min read
ସିନ୍ଧୁ ଜଳ ସନ୍ଧି ରଦ୍ଦ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଭାରତ ସରକାରଙ୍କୁ ଅପିଲ କଲା ପାକ୍‌

Key Points

ଆଣ୍ଠେଇଲା ପାକସ୍ତାନ
ଅସ୍ତ୍ରବିରତି ପରେ ପାକିସ୍ତାନର ଭିକ୍ଟିମ କାର୍ଡ ଖେଳିବା ଆରମ୍ଭ

ପାକିସ୍ତାନରେ ହାହାକାର । ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହେଲା । ମାତ୍ର 15 ଦିନରେ ଅଣନିଶ୍ବାସୀ ହୋଇ ପାକିସ୍ତାନ ସିନ୍ଧୁ ଜଳ ସନ୍ଧି ରଦ୍ଦ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଭାରତ ସରକାରଙ୍କୁ କରିଛି ଅପିଲ । ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ପରେ ପାକିସ୍ତାନ ଏବେ ଭିକ୍ଟିମ କାର୍ଡ ଖେଳିବା ଆରମ୍ଭ କରିଛି । ସିସିଏସ ବୈଠକରେ ସିନ୍ଧୁ ଜଳ ସନ୍ଧି ନିଷ୍ପତ୍ତି ବଳବତ୍ତର ରହିବ ବୋଲି ଭାରତ ସରକାର ସ୍ପଷ୍ଟ କରିଥିଲେ ବି ପାକିସ୍ତାନ ଜଳଶକ୍ତି ମନ୍ତ୍ରଣାଳୟ ଭାରତର ଜଳଶକ୍ତି ମନ୍ତ୍ରଣାଳୟକୁ ଚିଠି ଲେଖିଛି । ଭାରତର ଏହି ନିଷ୍ପତ୍ତିରେ ପାକିସ୍ତାନରେ ବଡ଼ ଧରଣର ଜଳ ସଂକଟ ସୃଷ୍ଟି ହେବ ବୋଲି ପାକିସ୍ତାନ କହିଛି ।


ଜଳ ମନ୍ତ୍ରଣାଳୟ ପାକିସ୍ତାନର ଚିଠିକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ପଠାଇ ଦେଇଛି । ପହଲଗାମ ହମଲା ପରେ ସବୁଠାରୁ ବଡ଼ ପଦକ୍ଷେପ ଭାବେ ସିନ୍ଧୁ ଜଳ ସନ୍ଧି ବାତିଲ କରି ପାକିସ୍ତାନକୁ ବଡ଼ ସନ୍ଦେଶ ଦେଇଥିଲେ ମୋଦି ସରକାର । ଭାରତର କୁଟନୈତିକ ଷ୍ଟ୍ରାଇକରେ ଥରହର ହୋଇଥିଲା ପାକିସ୍ତାନ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
could-create-a-crisis-pakistan-urges-india-to-reconsider-indus-waters-treaty-pause | Argus News