Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Difficult JOB: ଏତେ ବଢ଼ିଆ ଚାକିରି, ତଥାପି କାହାର ଇଚ୍ଛା ନାହଁ !

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
Difficult JOB: ଏତେ ବଢ଼ିଆ ଚାକିରି, ତଥାପି କାହାର ଇଚ୍ଛା ନାହଁ !

Key Points

ଏହାର ପରୀକ୍ଷା କୌଣସି ପ୍ରଶ୍ନ ଉତ୍ତରରେ ହୋଇନଥାଏ ।

ପାଠ ପଢ଼ିଥିବା ବିଷୟ ବସ୍ତୁକୁ ନେଇ ହୋଇନଥାଏ ।

ଏହି ଚାକିରି ପାଇଁ ପ୍ରାର୍ଥୀଙ୍କୁ ଅନେକ ପହେଲି ବା ପ୍ରହେଳିକା ଦିଆଯାଇଥାଏ ।

ବଢ଼ିଆ ଚାକିରି । ମାସକୁ ୧୨ ଲକ୍ଷ ଟଙ୍କା । ଭଲ କାମ କଲେ ଆହୁରି ବଢ଼ିବ ଦରମା । ବାର୍ଷିକ ଦେଢ଼ କୋଟିରୁ ବି ଅଧିକ ହୋଇପାରେ । ଖାଲି ସେତିକି ନୁହେଁ କାମ କରିବା ସମୟ ମଧ୍ୟ କମ୍ । ସପ୍ତାହକୁ ୬ ଦିନ ବଦଳରେ ୪ ଦିନ କାମ କରିବାକୁ ପଡ଼ିଥାଏ । ବାକି ସବୁ ଦିନ ଛୁଟି । କିଛି ବଡ଼ କ୍ୱାଲିଫିକେସନ୍‌ ବି ଦରକାର ନାହିଁ । କେବଳ ବୟସ ୨୦ ଉପରକୁ ହୋଇଥିବା ଦରକାର । ଏତେ ସବୁ ସୁବିଧା ଥାଇ ବି ଏହି ଚାକିରି କରିବାକୁ ମିଳନ୍ତି ନାହିଁ ଲୋକ ।

ବର୍ତ୍ତମାନ ସମୟରେ ଯେଉଁଠି ଗୋଟିଏ ପଟେ ଜନସଂଖ୍ୟା ଲଗାତାର ବଢ଼ି ଚାଲିଛି । ଅନ୍ୟପଟେ ଉଚ୍ଚଶିକ୍ଷା ଲାଭ କରିବା ପରେ ବି ଯୁବକ ଯୁବତୀଙ୍କୁ ରୋଜଗାର ମିଳୁନି । ସେମିତି ପରିସ୍ଥିତିରେ ବି ଏହି ଚାକିରି ପାଇଁ ଉପଯୁକ୍ତ ପ୍ରାର୍ଥୀ ମିଳୁ ନାହାନ୍ତି । ଅନେକ ଏହି ଚାକିରି ପ୍ରତି ଆଗ୍ରହ ବି ଦେଖାଉ ନାହାନ୍ତି । କାରଣ ଏହି ଚାକିରି ପାଇବା ଏତେ ସହଜ ନୁହେଁ । ଏଥିରେ କୌଣସି କ୍ୱାଲିଫିକେସନ୍‌ ଆବଶ୍ୟକ ନାହିଁ ସତ କିନ୍ତୁ ଏହି କାମ ପାଇଁ ଖୁବ୍‌ ଦିମାଗ୍‌ ଦରକାର। ଉପସ୍ଥିତ ବୁଦ୍ଧି ଦରକାର । ତୀକ୍ଷ୍ନ ନଜର ବି ଆବଶ୍ୟକ ।

ଖାଲି ସେତିକିଳ ନୁହେଁ ଏହାର ପରୀକ୍ଷା କୌଣସି ପ୍ରଶ୍ନ ଉତ୍ତରରେ ହୋଇନଥାଏ । କିମ୍ବା ପାଠ ପଢ଼ିଥିବା ବିଷୟ ବସ୍ତୁକୁ ନେଇ ହୋଇନଥାଏ । ଏହି ଚାକିରି ପାଇଁ ପ୍ରାର୍ଥୀଙ୍କୁ ଅନେକ ପହେଲି ବା ପ୍ରହେଳିକା ଦିଆଯାଇଥାଏ । ଆଉ ସେଗୁଡ଼ିକୁ ସମାଧାନ କରିବାକୁ କୁହାଯାଏ । ଏହି ସମାଧାନ କରିବା ପାଇଁ ସୀମିତ ସମୟ ମଧ୍ୟ ଦିଆଯାଇଥାଏ । ଯାହାଫଳରେ ଅନେକ ଏହି ପରୀକ୍ଷାରେ ବିଫଳ ହୋଇଥାନ୍ତି । ଏମିତିକି ୧୦୦ ଜଣଙ୍କ ମଧ୍ୟରୁ ମାତ୍ର ୩ ଜଣ ଏହି ପରୀକ୍ଷାରେ ପାସ୍‌ କରନ୍ତି ।

ଅନ୍ୟପଟେ ଏହି ଚାକିରି ଅଧିକ ସଂଖ୍ୟାରେ ନଥିବାରୁ ଏବଂ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ସମ୍ଭାବନା କମ୍‌ ଥିବାରୁ କୌଣସି ପ୍ରାର୍ଥୀ ଆଗ୍ରହ ପ୍ରକାଶ କରନ୍ତି ନାହିଁ । ଯାହାଫଳରେ ଏହି ଚାକିରି ପାଇଁ ଅବେଦନ ସଂଖ୍ୟା ମଧ୍ୟ କମ୍ ହୋଇଥାଏ ଏବଂ ସଫଳ ମଧ୍ୟ କମ୍ ହୋଇଥାନ୍ତି ।

ଏହି ଚାକିରି ହେଲା, ନ୍ୟୁଜିଲାଣ୍ଡର ଏୟାର ଟ୍ରାଫିକ କଣ୍ଟ୍ରୋଲ କାମ । ଏଥିପାଇଁ ଯୋଗ୍ୟ ପ୍ରାର୍ଥୀ ଆବଶ୍ୟକ । ଏୟରବେସର ଟ୍ରାଫିକ କନେରାଲ ମ୍ୟାନେଜର ଟୀମ ବୟଲଙ୍କର କହିବା ଅନୁଯାୟୀ ଏହି କାମ କରିବା ପାଇଁ ଏବେ ବି ଲୋକ ଦରକାର ଅଛି । କିନ୍ତୁ କେହି ଯୋଗ୍ୟ ପ୍ରାର୍ଥୀ ମିଳୁନାହାନ୍ତି ।

କମ୍ପାନୀ ସେହି ଲୋକମାନଙ୍କୁ ଚାନ୍ସ ଦେବାକୁ ଚାହୁଁଛି, ଯେଉଁମାନେ ଏହି କମ କରିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି । ଆଉ ପରୀକ୍ଷା ଯିଏ ପାସ କରୁଛି ତାଙ୍କୁ ୧୨ ମାସର ପେଡ୍‌ ଟ୍ରେନିଂ ମଧ୍ୟ ଦିଆଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Could you be an air traffic controller? | Argus News