Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

କୋଭିଡ Ruturns, ହଂକଂ ଓ ସିଙ୍ଗାପୁରରେ ବ୍ୟାପିଲାଣି

Smruti Parija
Browse all articles by Smruti Parija
·1 year ago·1 min read
କୋଭିଡ Ruturns, ହଂକଂ ଓ ସିଙ୍ଗାପୁରରେ ବ୍ୟାପିଲାଣି

Key Points

ପୁଣି ଫେରିଲା କୋରୋନା

ପୁଣି ଫେରିଲା କୋରୋନା । ହଂକଂ ଓ ସିଙ୍ଗାପୁରର କିଛି ସ୍ଥାନରେ ପୁଣି COVID-19 ମାମଲା ଦେଖିବାକୁ ମିଳିଚି । ଯାହା ଏହା ସୂଚନା ଦେଉଛି ଯେ ମହାମାରୀ ଶେଷ ହୋଇନାହିଁ । ବିଶେଷ କରି ଏସିଆରେ । ପୂର୍ବ ଭଳି ପରିସ୍ଥିତି ଉପୁଜି ନାହିଁ ସତ ହେଲେ କୋରାନ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସରକାରଙ୍କ ତରଫରୁ ସତର୍କତା ମୂଳକ ପଦକ୍ଷେପ ନିଆଯାଉଛି ।


ସିଙ୍ଗାପୁରରେ COVID-19 ମାମଲାରେ 28 ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି 30 ପ୍ରତିଶତ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ଲୋକଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଛି । ଫଳରେ ଏଭଳି ସଂକ୍ରମଣ ବଢିବାରେ ଲାଗିଛି । ହେଲେ ଏହାର ପ୍ରକୃତ କାରଣ ଜଣାପଡିନାହିଁ । ନମୁନା ସଂଗ୍ରହ କରି ପରୀକ୍ଷଣ କରିବା ପରେ ପଜିଟିଭ ଆସିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏମିତି ପରିସ୍ଥିତିରେ ଭୟବିତ ନ ହୋଇ ଟୀକାକରଣ କରିବାକୁ ପରାମର୍ଶ ଦିଆଯାଉଛି । ଗତ କିଛି ମାସ ଧରି ଏସିଆରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ସମସ୍ତେ ଟିକା ନେବାକୁ ସରକାରଙ୍କ ପକ୍ଷରୁ କୁହାଯାଉଛି । ଗତ ୫ ସପ୍ତାହରେ ଚୀନରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଗୁଣ ହୋଇଯାଇଛି ।


ନିକଟରେ ହଂକଂର ପପ୍ ଷ୍ଟାର ଇସନ ଚାନ୍ କୋଭିଡରେ ଆକ୍ରାନ୍ତ ହୋଇଥିଲେ । ଯାହାକୁ ନେଇ ନିଜର କନସର୍ଟ ତାରିଖ ଘୁଞ୍ଚାଇଥିଲେ ।

Sponsored
covid-19-cases-rise-in-asia-singapore-and-hong-kong | Argus News