IS COVID back / ପୁଣି ଡରାଇଲାଣି କରୋନା, ଏବେବି ଆକ୍ଟିଭ୍ ୪ ଭ୍ୟାରିଆଣ୍ଟ୍
·9 months ago·2 min read

Key Points
ଭାରତକୁ ଫେରିବ କି କରୋନା ?
ଏବେବି ଆକ୍ଟିଭ୍ ୪ ଭ୍ୟାରିଆଣ୍ଟ୍, WHO ରଖିଛି ନଜର
ଏବେବି ଆକ୍ଟିଭ୍ ୪ ଭ୍ୟାରିଆଣ୍ଟ୍, WHO ରଖିଛି ନଜର
ପୁଣି ଭାରତକୁ ଫେରିବ କି କରୋନା ? ଯାହାକୁ ନେଇ ଭୟ ସୃଷ୍ଟି ହେଲାଣି। ବିଭିନ୍ନ ସ୍ଥାନରେ କରାଯାଉଛି ଚେକିଂ। ପୁରା ନଜର ରଖିଛି WHO । କରୋନା ମହାମାରୀ ନାଁ ଶୁଣିବା ମାତ୍ରେ ମନେ ପଡିଯାଉଛି କେମିତି ରାଜ୍ୟ ତଥା ଦେଶରେ ରଚିଥିଲା ତାଣ୍ଡବ। କେମିତି ଯାଉଥିଲା ଶହ ଶହ ଲୋକଙ୍କ ଜୀବନ। ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଥିଲା। ଅର୍ଥ ବ୍ୟବସ୍ଥା ପୁରା ଭୁଷୁଡି ପଡ଼ିଥିଲା। ତେବେ ପୁଣି ଥରେ ଆସିବ କି କୋଭିଡ-19? ୨୦୨୦-୨୧ ଭଳି ରଚିବ କି ତାଣ୍ଡବ? ଏମିତି କିଛି ପ୍ରଶ୍ନକୁ ନେଇ ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଶେଷଜ୍ଞ । ୨୦୨୫ରେ ଦେଶରେ କିଛି ଦିନ ପାଇଁ ହୁ ହୁ ହୋଇ କରୋନା ମାମଲା ବଢିବା ପରେ ଏବେ ପୁଣି ଡରାଇଲାଣି ଚାଇନା ଭାଇରସ୍ । କିଛି କିଛି ଜାଗାରେ ଏବେ କରୋନା ମାମଲା ସାମ୍ନାକୁ ଆସିଛି । ଯାହା ଆଗକୁ ଭୟଙ୍କର ହେବ ନା ନାହିଁ ତାକୁ ନେଇ ନାନା ଅନୁମାନ ଏବଂ ଆଶଙ୍କା ପ୍ରକାଶ ପାଉଛି ।
ଏବେ ନୂଆ ଭାଇରସ:
କୁହାଯାଉଛି ଯେ, ଏବେ ଭାରତରେ କରୋନାର ୪ଟି ନୂଆ ଭ୍ୟାରିଆଣ୍ଟ୍ ଆକ୍ଟିଭ୍ ରହିଛି । ଏହି ସବୁ ଭ୍ୟାରିଆଣ୍ଟ୍ ହେଲା JN.1, NB.1.8.1, LF.7ଏବଂXFG।JN.1ଭ୍ୟାରିଆଣ୍ଟ୍ ୨୦୨୫ ଆରମ୍ଭରୁ ଦେଶରେ ଆକ୍ଟିବ୍ ଥିଲା । ଏବେ ବି ଏହାର ପ୍ରଭାବ ରହିଛି ।NB.1.8.1, LF.7ଭ୍ୟାରିଆଣ୍ଟ୍ ଅଳ୍ପ କିଛି ରାଜ୍ୟରେ ଦେଖିବାକୁ ମିଳିଥିଲା । ଏହି ରାଜ୍ୟରେ ତାମିଲନାଡୁ ଏବଂ ଗୁଜରାଟ ସାମିଲ ଥିଲେ । XFG କିନ୍ତୁ ଅଧିକ ରାଜ୍ୟରେ ନିଜର ଆଧିପତ୍ୟ ଜାହିର କରିଥିଲା । ସମସ୍ତ ସବ୍ ଭ୍ୟାରିଆଣ୍ଟ ଉପରେ ଏବେ ସ୍ୱାସ୍ଥ୍ୟ ବିଶେଷଜ୍ଞ ନଜର ରଖିଛନ୍ତି । ବର୍ତ୍ତମାନ ୨୦୨୫ ବର୍ଷ ସରୁଥିବାବେଳେ ନୂଆ ଭ୍ୟାରିଆଣ୍ଟ ଅଧିକ ଭୟ ସୃଷ୍ଟି କରୁଛି। ୨୦୨୫ମେ-ଜୁନ ମାସରେ କୋଭିଡ୍ କାୟା ମେଲାଇଥିଲା । ଦେଶରେ ପ୍ରତି ଦିନ ନୂଆ ନୂଆ ଆକ୍ଟିଭ୍ ମାମଲା ବଢିଥିଲା ।
ଏଥିସହ ପଢ଼ନ୍ତୁ: ଆର୍ଡ ସୁଟିଂ ପାଇଁ ବିରାଟ-ଅନୁଷ୍କା ଏକାଠି, ଜାଣନ୍ତୁ ୧୨ ବର୍ଷ ପୂର୍ବର କାହାଣୀ...
ହଜାର ହଜାର ଲୋକେ ପଜିଟିବ୍ ଚିହ୍ନଟ ହେଉଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ ଜୁନ ମାସରେ ଦୈନିକ ୪୦୦୦କେସ୍ ସାମ୍ନାକୁ ଆସିଥିଲା । ଯାହା ପରେ ୭ହଜାର ଛୁଇଁଥିଲା । ଓମିକ୍ରନ୍ ଭ୍ୟାରିଆଣ୍ଟ ଏକ ସବ୍ ଭ୍ୟାରିଆଣ୍ଟ୍ ପାଇଁ ଏପରି ମାମଲା ବଢୁଥିବା ସେତେବେଳେ ଜଣାପଡିଥିଲା । ୨୦୨୫ରେ କେରଳ, ମହାରାଷ୍ଟ୍ର, ଦିଲ୍ଲୀରେ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହେଉଥିଲେ । ଏବେ କିନ୍ତୁ ଦେଶରେ ଆକ୍ଟିବ୍ କରୋନା ମାମଲା କମ୍ ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଓମିକ୍ରନ୍ ଉପରେ ନଜର ରଖିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
JN.1, NB.1.8.1, LF.7ଏବଂXFG ଭ୍ୟାରିଆଣ୍ଟର ଲକ୍ଷଣ ପ୍ରାୟତଃ ସମାନ । ଏ ସମସ୍ତ ଓମିକ୍ରନ୍ ଭଳି ଜ୍ୱର, କାଶ ଏବଂ ଦେହହାତ ବିନ୍ଧା କରାଇଥାନ୍ତି । ଅନେକ ମାମଲାରେ ରୋଗୀ ଗୁରୁତର ହୋଇନଥାନ୍ତି । କିନ୍ତୁ ବୟସ୍କ ଏବଂ ଅନ୍ୟରୋଗ ଥିବା ବ୍ୟକ୍ତି ଏହା ଦ୍ୱାରା ପ୍ରାଣ ହରାଇଥିବା ସମ୍ଭାବନା ରହିଛି । ସୁସ୍ଥ ଲୋକ ନୂଆ ଭ୍ୟାରିଆଣ୍ଟ୍ ଦ୍ୱାରା ଅଧିକ ପ୍ରଭାବିତ ହେବାର ସମ୍ଭାବନା କମ୍ ରହିଛି । କିନ୍ତୁ ଭୟ ଏବଂ ଚିନ୍ତା ଯାଇନି ଦେଶରୁ। ଯଦି ଚାଇନାରେ ଏହାର ପ୍ରଭାବ ଅଧିକ ମାତ୍ରାରେ ବଢ଼ି ଚାଲିବ, ତେବେ ଏହା ନିଶ୍ଚିନ୍ତ ଭାବରେ ଅନ୍ୟ ସମସ୍ତ ଦେଶକୁ ବ୍ୟାପିବ। ତେଣୁ ଏହା ଉପରେ ଏବେଠୁ ନଜର ରଖିଛି WHO । କରୋନା ମହାମାରୀ ଯେଉଁଭଳି ଭାବରେ ଦେଶର ମୂଳଦୁଆକୁ ପ୍ରଭାବିତ କରିଥିଲା ବର୍ତ୍ତମାନ ଏହି ନୂଆ ଭ୍ୟାରିଆଣ୍ଟକୁ ନେଇ ସତର୍କ ରହିବା ଜରୁରୀ ହୋଇପଡୁଛି।
ଅଧିକ ପଢ଼ନ୍ତୁ ଦେଶ ବିଦେଶ ଖବର:
ଅଧିକ ପଢ଼ନ୍ତୁ ଦେଶ ବିଦେଶ ଖବର: