Videos
|
International

marijuana / ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ମାରିଯୁଆନା ଜବତ

Smruti Parija
Browse all articles by Smruti Parija
·11 months ago·2 min read
ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ମାରିଯୁଆନା ଜବତ

Key Points

ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ମାରିଯୁଆନା ଜବତ

3 କୋଟିରୁ ଅଧିକ ଟଙ୍କାର ମାରିଜୁଆନା ଜବତ କଲା କଷ୍ଟମ ବିଭାଗ

ବ୍ୟାଂକକ୍‌ ରୁ ମାରିଯୁଆନା ଆଣି ଭୁବନେଶ୍ୱର ବିମାନ ବନ୍ଦରେ ଧରା ପଡିଲେ ଜଣେ ଯାତ୍ରୀ

ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ମାରିଯୁଆନା ଜବତ । 3 କୋଟିରୁ ଅଧିକ ଟଙ୍କାର ମାରିଜୁଆନା ଜବତ କଲା କଷ୍ଟମ ବିଭାଗ । ବ୍ୟାଂକକ୍‌ ରୁ ମାରିଯୁଆନା ଆଣି ଭୁବନେଶ୍ୱର ବିମାନ ବନ୍ଦରେ ଧରା ପଡିଲେ ଜଣେ ଯାତ୍ରୀ । ଯାହାଙ୍କ ନା ମହମ୍ମଦ ବୋଲି ଜଣାପଡିଛି । ତାଙ୍କ ଘର କେରଳ ଅଞ୍ଚଳର ହୋଇଥିବା ସୂଚନା ରହିଛି । ଲଗେଜରେ ଭର୍ତ୍ତି କରି ଆଣିଥିବାବେଳେ ଚେକିଂ ବେଳେ ଧରା ପଡିଲେ ଯାତ୍ରୀ ।


ଆହୁରି ପଢନ୍ତୁ ଭୁବନେଶ୍ୱର ଏୟାରପୋର୍ଟରୁ ୩୦ କୋଟିର ମାରିଜୁଆନା ଜବତ


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଠିକ୍ ମାସେ ପୂର୍ବରୁ ସମାନ ଘଟଣା ଦେଖିବାକୁ ମିଳିଥିଲା । ଭୁବନେଶ୍ବର ବିମାନ ବନ୍ଦରରୁ ମିଳିଥିଲା ମାରିଜୁଆନା । ୪ କୋଟି ଟଙ୍କାର ମାରିଜୁଆନା ଜବତ କରିଥିଲା DRI I ପ୍ରେମୀ ଯୁଗଳ କରୁଥିଲେ ଚାଲାଣ I ବ୍ୟାଙ୍କକରୁ ଭୁବନେଶ୍ୱର ଆସିଲାବେଳେ ବାନ୍ଧିଥିଲା କଷ୍ଟମ ବିଭାଗ I ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା I ପୂର୍ବରୁ ଏକାଧିକ ଥର ଏୟାରପୋର୍ଟ ରୁ ଜବତ ହୋଇଥିଲା ମାରିଜୁଆନା ।


ସେହିପରି ଅଗଷ୍ଟ ମାସରେ ମଧ୍ୟ ୩୦ କୋଟିର ମାରିଜୁଆନା ଜବତ ହୋଇଥିଲା । ଭୁବନେଶ୍ୱର ଏୟାରପୋର୍ଟରୁ ମିଳିଲା ହାଇଡ୍ରୋଫୋନିକ ଉଇଡ ବା ମାରିଜୁଆନାର ସନ୍ଧାନ ପାଇଥିଲା କଷ୍ଟମ ବିଭାଗ । ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବାବେଳେ ମାଡ଼ି ବସିଥିଲା କଷ୍ଟମ ବିଭାଗ । ୩ ଜଣକୁ ଅଟକ ରଖି ପଚରାଉଚୁରା କରିଥିଲା କଷ୍ଟମ ବିଭାଗ ।


ତେବେ ଜବତ ମାରିଜୁଆନାର ବଜାର ମୂଲ୍ୟ କିଲୋ ପିଛା- ୧ କୋଟି ୩ ଟି ବ୍ୟାଗ ଭର୍ତ୍ତି ଥିବା ହାଇଡ୍ରୋଫୋନିକ ୩୦ କୋଟିରୁ ଅଧିକ ହେବ ବୋଲି ଅନୁମାନ କରିଥିଲା କଷ୍ଟମ ବିଭାଗ । ୩ ଅଭିଯୁକ୍ତଙ୍କ ଘର ଆଗ୍ରାର ଫତେପୁର ସିକ୍ରି । ଇଣ୍ଡିଗୋ 6 E 1066 ଫ୍ଲାଇଟ ରେ ଆସୁଥିଲା ଏହି ନିଶା। ମହମ୍ମଦ, ମୋହିତ, ବମତି ନାମକ ୩ ଜଣଙ୍କୁ ଏହି କେସରେ ଧରାଯାଇଥିବା ସୂଚନା ଦେଇଛି କଷ୍ଟମ ବିଭାଗ। DRI ସାହାଯ୍ୟରେ ସେମାନଙ୍କୁ ଧରିଥିଲା କଷ୍ଟମ ବିଭାଗ ।

Related Topics

Explore more stories

marijuana | customs-department-seizes-marijuana-worth-over-rs-3-crore | Argus News