Cyclone Ditwah / ଶ୍ରୀଲଙ୍କାରେ ଘୂର୍ଣ୍ଣିବାତ୍ୟା ‘ଡିଟୱା’ ପ୍ରଭାବ, ସହାୟତା ପହଞ୍ଚାଇଲା ଭାରତ
·9 months ago·2 min read

Key Points
ଶ୍ରୀଲଙ୍କାରେ ଘୂର୍ଣ୍ଣିବାତ୍ୟା ‘ଡିଟୱା’ ତାଣ୍ଡବ
ବିଭିନ୍ନ ସ୍ଥାନରେ ୫୬ ମୃତ
ସହାୟତା ପହଞ୍ଚାଇଲା ଭାରତ
ବିଭିନ୍ନ ସ୍ଥାନରେ ୫୬ ମୃତ
ସହାୟତା ପହଞ୍ଚାଇଲା ଭାରତ
ଶ୍ରୀଲଙ୍କାରେ ଘୂର୍ଣ୍ଣିବାତ୍ୟା ‘ଡିଟୱା’ ତାଣ୍ଡବ। ବିଭିନ୍ନ ସ୍ଥାନରେ ଗଲାଣି ୫୬ ଜଣଙ୍କ ଜୀବନ। ଧିରେ ଧିରେ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଦକ୍ଷିଣପୂର୍ବ ଏସିଆର ଏବେ ଅନେକ ଅଞ୍ଚଳ ବର୍ଷର ସବୁଠୁ ଭୟାବହ ବନ୍ୟାର ସମ୍ମୁଖୀନ ହୋଇଛି। ଘୂର୍ଣ୍ଣିବାତ୍ୟା ‘ଡିଟୱା’ ଯୋଗୁ ଶ୍ରୀଲଙ୍କା ଗୁରୁତର ପ୍ରଭାବିତ ହୋଇଥିବା ବେଳେ ଏହା ପୂର୍ବରୁ ପ୍ରକୋପ କରିଥିବା ‘ସେନ୍ୟାର’ ଇଣ୍ଡୋନେସିଆ, ଭିଏତନାମ, ଥାଇଲ୍ୟାଣ୍ଡ ଓ ମାଲେସିଆରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଛି।ଶ୍ରୀଲଙ୍କାର ଏଭଳି ପରିସ୍ଥିତିରେ ସହାୟତାର ହାତ ବଢ଼ାଇଛି ଭାରତ। ଶ୍ରୀଲଙ୍କାର ସହାୟତା ନିମନ୍ତେ ଭାରତ ନେଇଥିବା ପଦକ୍ଷେପ ସମ୍ପର୍କରେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ସୂଚୀତ କରିଛନ୍ତି ।
ଏ ନେଇ ଜୟଶଙ୍କର ସୋସିଆଲ ମିଡିଆ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ, ‘ଅପରେସନ ସାଗର ବନ୍ଧୁ’ ଆରମ୍ଭ ହୋଇଯାଇଛି। ଆଇଏନଏସ୍ ବିକ୍ରାନ୍ତ ଓ ଆଇଏନଏସ୍ ଉଦୟଗିରି କଲମ୍ବୋରେ ରିଲିଫ ସାମଗ୍ରୀ ପହଞ୍ଚାଇଛନ୍ତି। ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ଜାରି ରହିଛି। '' ଘୂର୍ଣ୍ଣିବାତ୍ୟା ଡିଟୱା ୨୮ ନଭେମ୍ବର ଶୁକ୍ରବାର ଶ୍ରୀଲଙ୍କା ପୂର୍ବ ଉପକୂଳରେ ଭୂ-ଭାଗକୁ ପ୍ରବେଶ କରିଥିଲା। ଫଳରେ ଭୀଷଣ ବର୍ଷା ଲାଗି ରହିଛି। ଜାତୀୟ ଗଣମାଧ୍ୟମ ସୂଚନାନୁସାରେ, ଚା' ଚାଷର ପେଣ୍ଠସ୍ଥଳ କେନ୍ଦ୍ରୀୟ ବାଦୁଲ୍ଲା ଜିଲ୍ଲାରେ ଭୂ-ସ୍ଖଳନ ହୋଇଛି । ଫଳରେ ୨୧ ଜଣ ପ୍ରାଣ ହରାଇଛନ୍ତି। ଭୂ-ସ୍ଖଳନ ଯୋଗୁ ବନ୍ୟା ଅନେକ ଘର ଭସାଇ ନେଇଛି। ଭୀଷଣ ବର୍ଷା ଯୋଗୁ ପ୍ରାନ୍ତର ମୁଖ୍ୟ ଯୋଗାଯୋଗ ମାର୍ଗକୁ ବନ୍ଦ ରଖାଯାଇଛି। ସେହିପରି କିଛି ଜରୁରି ସେବାକୁ ବାଦ ଦେଲେ ରେଳ ସେବା ଶୁକ୍ରବାର ସକାଳୁ ରଦ୍ଦ କରାଯାଇଛି।
ଏଥିସହ ପଢ଼ନ୍ତୁ: ମୃତ୍ୟୁର ତାଣ୍ଡବ ରଚୁଛି ବାତ୍ୟା ଦିତଓ୍ବାହ: ବର୍ତ୍ତମାନ ସୁଦ୍ଧା ୪୭ଜଣଙ୍କର ମୃତ୍ୟ, ଶତାଧିକ ନିଖୋଜ
ଭାରତର ଦକ୍ଷିଣ ପଡୋଶୀ ଶ୍ରୀଲଙ୍କାରେ ଏବେ ଘୂର୍ଣ୍ଣିବାତ୍ୟା ‘ଡିଟୱା’ ପ୍ରକୋପ କରୁଥିବା ବେଳେ ଭୀଷଣ ବର୍ଷା ଓ ଭୂ-ସ୍ଖଳନ ଏ ପର୍ଯ୍ୟନ୍ତ ୫୬ଜଣଙ୍କ ମୃତ୍ୟୁର କାରଣ ହୋଇଛି। ସେହିପରି ୨୧ ଜଣ ନିଖୋଜ ଅଛନ୍ତି। ଶ୍ରୀଲଙ୍କାରେ ଏହାକୁ ଏ ପର୍ଯ୍ୟନ୍ତର ସବୁଠୁ ଭୀଷଣ ପ୍ରାକୃତିକ ବିପର୍ଯ୍ୟୟ ବୋଲି କୁହାଯାଉଛି। ଶ୍ରୀଲଙ୍କାରେ ବନ୍ୟା ଯୋଗୁ ଉପୁଜିଥିବା ପରିସ୍ଥିତି ପାଇଁ ଭାରତ ଦୁଃଖ ବ୍ୟକ୍ତ କରିଛି ଓ ପରିସ୍ଥିତିର ମୁକାବିଲା ନିମନ୍ତେ ରିଲିଫ ସାମଗ୍ରୀ ପହଞ୍ଚାଇଛି। ଏ ନେଇ ଭାରତୀୟ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ମୋଦି ସବୁ ପ୍ରଭାବିତ ପରିବାରଙ୍କ ସୁରକ୍ଷା ଓ ସେମାନଙ୍କ ପ୍ରତି ସାନ୍ତ୍ୱନା ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ପଡୋଶୀଙ୍କ ସମର୍ଥନରେ ଭାରତ ‘ଅପରେସନ ସାଗର ବନ୍ଧୁ’ ହାତକୁ ନେଇଛି। ଏହି କାର୍ଯ୍ୟକ୍ରମରେ ତତ୍କାଳ ରିଲିଫ ସାମଗ୍ରୀ ଓ ଜରୁରୀ ମାନବୀୟ ସହାୟତା ପଠା ଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ସହାୟତା ମଧ୍ୟ ପଠାଯିବ ବୋଲି ଭାରତର ପ୍ରଧାନମନ୍ତ୍ରୀ ଆଶ୍ୱସ୍ତ କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥି ଯୋଗୁ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲୋ ପ୍ରେସର ବେଲ୍ଟ ସୃଷ୍ଟି ହୋଇଥିଲା। ଏହା ଏବେ ‘ଡିଟୱା’ ରୂପେ ପ୍ରକୋପ କରୁଛି। ଏଣୁ ଶ୍ରୀଲଙ୍କାରେ ଭୀଷଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଛି। ପାଣିପାଗ ବିଭାଗ ଅନୁସାରେ ଡିଟୱା ଯୋଗୁ ଭାରତର କେତେକ ଅଞ୍ଚଳରେ ଭୀଷଣ ବର୍ଷା ହୋଇ ପାରେ। ଆଇଏମଡି ଆକଳନ ଅନୁସାରେ ଡିଟୱା ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ପାଖାପାଖି ପହଞ୍ଚିବ। ଏଥି ପାଇଁ ୨୯, ୩୦ ନଭେମ୍ବର ଓ ଡିସେମ୍ବର ୧ ତାରିଖରେ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶରେ ଭୀଷଣରୁ ଅତି ଭୀଷଣ ବର୍ଷା ସତର୍କତା ଜାରି ହୋଇଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories