Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ବଢ଼ୁଛି ମିଆଁମାର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା

International

ବଢ଼ୁଛି ମିଆଁମାର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା

Rashmita Mishra
Browse all articles by Rashmita Mishra
·1 year ago·2 min read
ବଢ଼ୁଛି ମିଆଁମାର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା

ପ୍ରଳୟଙ୍କରୀ ଭୂମିକମ୍ପ ପରେ ଏବେ ବଢିବାରେ ଲାଗିଛି ମୃତ୍ୟୁସଂଖ୍ୟା । ଏବେସୁଦ୍ଧା ହଜାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ହଜାର ୩୭୬ ଜଣ ଆହତ ହୋଇଛନ୍ତି । ମୃତ୍ୟୁସଂଖ୍ୟା ୧୦ ହଜାର ପାର କରିବା ନେଇ ଆଶଙ୍କା କରିଛି ଆମେରିକାର ଜିଓଲୋଜିକାଲ ସଂସ୍ଥା । ପ୍ରଳୟଙ୍କରୀ ଭୂମିକମ୍ପ ପରେ ଏବେ ଭୟଙ୍କର ଚିତ୍ର ସାମ୍ନାକୁ ଆସୁଛି । ଯେଉଁଠି ଦିନେ ବିରାଟ କାୟ ଅଟ୍ଟାଳିକା ଥିଲା ତାହା ଧ୍ବଂସସ୍ତୁପରେ ପରିଣତ ହୋଇଛି । ଧ୍ବସାଂବଶେଷ ତଳେ ଫସି ରହିଛନ୍ତି ଶହ ଶହ ଲୋକ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଅପରେସନ୍ ।

ଗତକାଲି ଭୟଙ୍କର ଭୂମିକମ୍ପରେ ଥରି ଉଠିଥିଲା ମିଆଁମାର ଓ ଥାଇଲାଣ୍ଡ । ତାସ୍ ଘର ପରି ଧୂଳିସାତ୍ ହେଲା ବହୁତଳ ଅଟ୍ଟାଳିକା । କେଇଟା ମୁହୂର୍ତ୍ତରେ ଛାରଖାର ହୋଇଗଲା ଆଧୁନିକ ସହର । ଅନ୍ୟପଟେ ଭୂମିକମ୍ପରେ ପ୍ରଭାବିତ ମିଆଁମାରକୁ ସହାୟତାର ହାତ ବଢାଇଛି ଭାରତ । ଭାରତୀୟ ବାୟୁସେନାର C 130 ଏୟାରକ୍ରାଫ୍ଟରେ ୧୫ ଟନ୍ ରିଲିଫ୍ ସାମଗ୍ରୀ ପଠାଯାଇଛି । ଔଷଧ, ଟେଣ୍ଟ, ଖାଦ୍ୟ ସାମଗ୍ରୀ, କମଳ, ସୋଲାର ଲ୍ୟାମ୍ପ, ଜେନେରେଟର ସହ ଅନ୍ୟାନ୍ୟ ସାମଗ୍ରୀ ପଠାଯାଇଛି ।

ମିଆଁମାର ଓ ଥାଇଲ୍ୟାଣ୍ଡରେ ଭୂକମ୍ପଜନିତ ନିଖୋଜଙ୍କ ସଂଖ୍ୟା ୨ ଶହ ଅତିକ୍ରମ କରିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । କେନ୍ଦ୍ରୀୟ ମିଆଁମାରର ମାଣ୍ଡଲେ ନିକଟରେ ଶୁକ୍ରବାର ସ୍ଥାନୀୟ ସମୟ ମଧ୍ୟାହ୍ନ ପ୍ରାୟ ୧୨.୫୦ରେ ପ୍ରଥମ ଭୂକମ୍ପ ଆସିଥିଲା ଏବଂ ଏହାର ତୀବ୍ରତା ୭.୭ ରହିଥିଲା । ଏହାର ୧୧ ମିନିଟ୍‌ ପରେ ଆସିଥିବା ଦ୍ବିତୀୟ କମ୍ପନର ତୀବ୍ରତା ୬.୪ ରହିଥିଲା ।

ଏହାର କେନ୍ଦ୍ରସ୍ଥଳ ସଗାଇଙ୍ଗ ସହରର ୧୬ କିମି ଦକ୍ଷିଣ ପଶ୍ଚିମରେ ୧୦ରୁ ୩୦ କିମି ଗଭୀରତାରେ ଥିଲା ବୋଲି ଜଣାପଡ଼ିଛି । ଭୂକମ୍ପର ଭୀଷଣ ଝଟ୍‌କାରେ ଥାଇଲ୍ୟାଣ୍ଡରେ ଅନେକ ସୁଉଚ୍ଚ ଅଟ୍ଟାଳିକା ଭୁଶୁଡ଼ି ପଡ଼ିଛି । ବ୍ୟାଙ୍କକ୍‌ରେ ଏକ ୩୦ ମହଲା ବିଶିଷ୍ଟ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ି ୩ ଜଣଙ୍କର ମୃତ୍ୟୁ ହୋଇଛି । ୮୦ରୁ ଅଧିକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଜଣାପଡ଼ିଛି ।

ମିଆଁମାରରେ ଜାତୀୟ ଜରୁରୀ ସ୍ଥିତି ଘୋଷଣା କରାଯାଇଥିବା ବେଳେ ଥାଇଲ୍ୟାଣ୍ଡର ବ୍ୟାଙ୍କକ୍‌କୁ ଇମର୍ଜେନ୍ସି ଜୋନ୍‌ ଘୋଷଣା କରାଯାଇଛି । ଉଭୟ ରାଷ୍ଟ୍ରରେ ବିଶାଳ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଛି ।

ଭୂକମ୍ପ ଝଟକା: ବଢୁଛି ମୃତ୍ୟୁ ସଂଖ୍ୟା
ମିଆଁମାର ଓ ଥାଇଲ୍ୟାଣ୍ଡରେ ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ଭୀଷଣ ବିପର୍ଯ୍ୟୟ। ମିଆଁମାରରେ ହଜାର ରୁ ଅଧିକ ଲୋକଙ୍କ ମୃତ୍ୟୁ । ୭୦୦ରୁ ଅଧିକ ଆହତ, ଅନେକ ନିଖୋଜ। ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି । ଉତ୍ତର ଭାରତର କେତେକ ରାଜ୍ୟରେ ମଧ୍ୟ ପଡିଛି ପ୍ରଭାବ। ବାଂଲାଦେଶ, ଭିଏତ୍‌ନାମ ଏବଂ ଚୀନ୍‌ର ଦକ୍ଷିଣପଶ୍ଚିମ ୟୁନାନ୍‌ ପ୍ରଦେଶରେ ଝଟକା । ଭୂକମ୍ପଜନିତ ନିଖୋଜଙ୍କ ସଂଖ୍ୟା ୨ ଶହ ଅତିକ୍ରମ କରିଛି । କେନ୍ଦ୍ରସ୍ଥଳ ସଗାଇଙ୍ଗ ସହରର ୧୬ କିମି ଦକ୍ଷିଣ ପଶ୍ଚିମରେ । ୮୦ରୁ ଅଧିକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା ।

ସେପଟେ ବର୍ତ୍ତମାନ ଭୂକମ୍ପରେ ବିପର୍ଯ୍ୟସ୍ତ ମିଆଁମାରକୁ ସହାୟତାର ହାତ ବଢାଇଛି ଭାରତ । ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ୧୫ ଟନରୁ ଅଧିକ ରିଲିଫ ସାମଗ୍ରୀ ପଠାଯାଇଛି । ସେହିପରି ତମ୍ବୁ,କମ୍ବଳ, ଖାଦ୍ୟ, ଜଳ ବିଶୋଧନ, ସ୍ୱାସ୍ଥ୍ୟ କିଟ୍, ସୌର ଲ୍ୟାମ୍ପ, ଜେନେରେଟର ସେଟ୍ ସହ ଅତ୍ୟାବଶ୍ୟକ ଔଷଧ ସାମଗ୍ରୀ ମଧ୍ୟ ପଠାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ମିଆଁମାର ହୋଇଥିବା ଭୂକମ୍ପ ଏବଂ ଏହା ପରର ସ୍ଥିତି ନେଇ ଚିନ୍ତା ପ୍ରକଟ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
death-toll-in-myanmar-earthquake-rises | Argus News