Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାରତ ଓ ଚୀନ ଉପରେ ଟାରିଫ ଲାଗୁ କରିବାକୁ ନିଷ୍ପତ୍ତି

International

ଭାରତ ଓ ଚୀନ ଉପରେ ଟାରିଫ ଲାଗୁ କରିବାକୁ ନିଷ୍ପତ୍ତି

Rashmita Mishra
Browse all articles by Rashmita Mishra
·1 year ago·2 min read
ଭାରତ ଓ ଚୀନ ଉପରେ ଟାରିଫ ଲାଗୁ କରିବାକୁ ନିଷ୍ପତ୍ତି

Key Points

ଟ୍ରମ୍ପଙ୍କ ଟ୍ରେଡ ୱାର...ଚିନ୍ତାରେ ବିଶ୍ବ
ଭାରତ ଓ ଚୀନ ଉପରେ ଟାରିଫ ଲାଗୁ କରିବାକୁ ନିଷ୍ପତ୍ତି
କାନାଡ଼ା, ମେକ୍ସିକୋ ଉପରେ 25 ପ୍ରତିଶତ ଟାରିଫ ଲାଗୁ
ଏପ୍ରିଲ 2ରୁ ଭାରତ ଓ ଚୀନ ଉପରେ ଟାରିଫ ଲାଗୁ କରିବାକୁ ଘୋଷଣା
ପୂର୍ବ ରାଷ୍ଟ୍ରପତି ବାଇଡେନଙ୍କୁ କଲେ ତୀବ୍ର ସମାଲୋଚନା

ଟ୍ରମ୍ପଙ୍କ ଟ୍ରେ ୱାରକୁ ନେଇ ବଢୁଛି ଚିନ୍ତା । ଆମେରିକା ସଂସଦକୁ ସମ୍ବୋଧନରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ । ମଙ୍ଗଳବାରଠାରୁ କାନାଡ଼ା, ମେକ୍ସିକୋରୁ ଆମେରିକା ଆସୁଥିବା ସାମଗ୍ରୀ ଉପରେ 25 ପ୍ରତିଶତ ଟାରିଫ ଲାଗୁ କରିବା ପରେ ଚୀନ ଓ ଭାରତ ପାଇଁ ମଧ୍ୟ ସମାନ ନିୟମ ଲାଗୁ କରିବାକୁ ଯାଉଛନ୍ତି ଟ୍ରମ୍ପ । ନିଜର ଦ୍ବିତୀୟ କାର୍ଯ୍ୟକାଳର ପ୍ରଥମ ଅଧିବେଶନରେ ବାକ୍ ସ୍ବାଧୀନତା ଓ ଶୁଳ୍କ ଉପରେ ଗୁରୁତ୍ବାରୋପ କରିଛନ୍ତି ଟ୍ରମ୍ପ ।


ଆମେରିକାର ଟ୍ୟାକ୍ସ ନିଷ୍ପତ୍ତିକୁ ଖୋଲାଖୋଲି ସମର୍ଥନ କରିଛନ୍ତି ଟ୍ରମ୍ପ । ଭାରତ-ଚୀନ-କାନାଡ଼ା-ମେକ୍ସିକୋ ପୂର୍ବରୁ ଆମେରିକୀୟ ସାମଗ୍ରୀ ଆମଦାନୀ ଉପରେ ଟାରିଫ ଲାଗୁ କରୁଛନ୍ତି । ଏହି ଟିକସକୁ ନ୍ୟାୟସଙ୍ଗତ ନୁହେଁ ବୋଲି କହିବା ସହ ଯେଉଁ ଦେଶ ଆମ ଉପରେ ଅଧିକ ଟିକସ ଲାଗୁ କରିବ ଆମେ ମଧ୍ୟ ସେମାନଙ୍କ ଉପରେ ସମାନ ଟିକସ ଲାଗୁ କରିବୁ ବୋଲି କହିଛନ୍ତି ଟ୍ରମ୍ପ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଦ୍ବିତୀୟ ପାଳିରେ ଆମେରିକାର ସଂସଦର ପ୍ରଥମ କଂଗ୍ରେସ ଅଧିବେଶନକୁ ସମ୍ବୋଧିତ କରି, ପୂର୍ବ ବାଇଡେନ ସରକାରଙ୍କ ଉପରେ ବର୍ଷିଛନ୍ତି ଟ୍ରମ୍ପ । ଆମେରିକା ପାଇଁ ଏବେ ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଛି । ୪୩ ଦିନରେ ଯାହା ହୋଇଛି, ତାହା ୪ ବର୍ଷରେ ହୋଇପାରି ନଥିଲା ବୋଲି କହିଛନ୍ତି ଟ୍ରମ୍ପ। ବାଇଡେନ୍ ଙ୍କୁ ଆମେରିକାର ସବୁଠାରୁ ଖରାପ ରାଷ୍ଟ୍ରପତି କହିଛନ୍ତି ଟ୍ରମ୍ପ । ବାଇଡୋନଙ୍କ ଶାସନ ସମୟରେ ଆମେରିକାରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ଏବେ ଏହା ଉପରେ ଆମେ ରୋକ୍ ଲଗାଇବାରେ ସଫଳ ହୋଇଛି ବୋଲି କହିଛନ୍ତି ଟ୍ରମ୍ପ ।


Sponsored
Decision to impose tariffs on India and China | Argus News