Videos
|
International

ଟ୍ରମ୍ପଙ୍କ ଟାରିଫ୍‌ ନୀତିକୁ କଡ଼ା ସମାଲୋଚନା କଲେ ପ୍ରତିରକ୍ଷା ମନ୍ତ୍ରୀ

Swoyang prajna Mishra
Browse all articles by Swoyang prajna Mishra
·11 months ago
ଟ୍ରମ୍ପଙ୍କ ଟାରିଫ୍‌ ନୀତିକୁ କଡ଼ା ସମାଲୋଚନା କଲେ ପ୍ରତିରକ୍ଷା ମନ୍ତ୍ରୀ

Key Points

ଟାରିଫ ନୀତିକୁ ନେଇ ଟ୍ରମ୍ପଙ୍କୁ କଡ଼ା ସମାଲୋଚନା... ଆମେରିକା ରାଷ୍ଟ୍ରପତିଙ୍କୁ `ସବକେ ବସ୍' କହି କଟାକ୍ଷ କଲେ ଭାରତର ପ୍ରତିରକ୍ଷାମନ୍ତ୍ରୀ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ନୀତିକୁ କଡ଼ା ସମାଲୋଚନା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେ କହିଛନ୍ତି, କିଛି ଲୋକ ଭାରତର ଦ୍ରୁତ ଅଭିବୃଦ୍ଧିକୁ ଈର୍ଷା କରୁଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କୁ "ସବ୍‌କେ ବସ୍" କହି କଟାକ୍ଷ କରିଛନ୍ତି ରାଜନାଥ। ଭାରତ ଏତେ ଦ୍ରୁତ ଗତିରେ ପ୍ରଗତି କରୁଛି, କିଛି ଲୋକ ଭାରତର ପ୍ରଗତିକୁ ଗ୍ରହଣ କରିପାରୁନାହାଁନ୍ତି ।


ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ବିକାଶକୁ ସହିପାରୁନାହାନ୍ତି । ଭାରତ କେମିତି ଏତେ ଦ୍ରୁତ ଗତିରେ ପ୍ରଗତି କରୁଛି ବୋଲି ଟ୍ରମ୍ପ ଭାବୁଛନ୍ତି । 'ମେଡ୍-ଇନ୍-ଇଣ୍ଡିଆ ଉତ୍ପାଦଗୁଡ଼ିକ ଅନ୍ୟ ଦେଶକୁ ରପ୍ତାନୀ କରିବା ସମୟରେ ଅଧିକ ମହଙ୍ଗା କରିବା ପାଇଁ ପ୍ରୟାସ ଚାଲିଛି ବୋଲି କହିଛନ୍ତି ରାଜନାଥ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Defense Minister strongly criticizes Trump's tariff policy | Argus News