Videos
|
International

ଭିଡିଓ କରି ଦୁଃଖ ଓ କଷ୍ଟ ବଖାଣିଲେ ଡେଲିଭରି ବଏ କହିଲେ...

Rashmita Mishra
Browse all articles by Rashmita Mishra
·1 year ago·2 min read
ଭିଡିଓ କରି ଦୁଃଖ ଓ କଷ୍ଟ ବଖାଣିଲେ ଡେଲିଭରି ବଏ କହିଲେ...

Key Points

ପ୍ରତିଦିନ ୧୦ଘଣ୍ଟା ଧରି ଅନବରତ କାମ କରୁଛି। ମୁଁ ଗୋଟିଏ ମୁହୂର୍ତ୍ତ ପାଇଁ ବିଶ୍ରାମ ନେଇପାରୁନାହିଁ

ଦିନକୁ ଦିନ ଅନଲାଇନ ସପିଙ୍ଗର ଚାହିଦା ବଢିବାରେ ଲାଗିଛି । ଡେଲିଭରି ବଏଙ୍କ ମାଧ୍ୟମରେ ଆମେ ଘରେ ବସି ହାତପାହାନ୍ତାରେ ଖାଦ୍ୟ ଠାରୁ ଆରମ୍ଭ କରି ମନ ପସନ୍ଦର ସାମଗ୍ରୀ ସବୁ ସହଜ ଓ ସୁବିଧାରେ ପାଇପାରୁଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏମିତି ଅନେକ ଡେଲିଭରି ବଏ ଅଛନ୍ତି ଯେଉଁମାନଙ୍କ ପଛରେ ରହିଛି ସଂଘର୍ଷର କାହାଣୀ। ସୋସିଆଲ ମିଡିଆ ଜରିଆରେ ଅନେକ ଡେଲିଭରି ବଏଙ୍କ ସଂଘର୍ଷର କାହାଣୀ ସାମ୍ନାକୁ ଆସିଥିବା ବେଳେ ନିକଟରେ ଜଣେ ଚାଇନିଜ ଡେଲିଭରି ବଏ ନିଜର ଯନ୍ତ୍ରଣା ବଖାଣିଛନ୍ତି।

ଚାଇନିଜ ଡେଲିଭରି ବୟ ଜଣକ ନିଜର କାମ ଚାପର କଷ୍ଟ ବଖାଣି କହିଛନ୍ତି, ‘ଯଦି ଆଗକୁ ଜୀବନରେ ପାଠପଢ଼ିବାର ଆଉ ଏକ ସୁଯୋଗ ମିଳେ, ତେବେ ମୁଁ ମନ ଦେଇ ପାଠ ପଢ଼ିବି। ଶିକ୍ଷକଙ୍କ କଥା ମାନିବି। ଶୀଘ୍ର ପାଠପଢ଼ା ଛାଡି ଦେଇଥିବାରୁ ଅନୁତାପ କରୁଛି। ଦିନକୁ ଦିନ କାମ ଚାପ ହେତୁ ମୋର ଶାରୀରିକ ଥକ୍କାପଣ, ମାନସିକ ଚାପ ବୃଦ୍ଧି ପାଇଛି। ମୁଁ ମୋର ପିତାମାତାଙ୍କୁ ଏକ ଭଲ ଜୀବନ ଦେଇ ପାରୁ ନାହିଁ। ଯାହାକି ମୋ ଆତ୍ମାକୁ ଖୁବ ବାଧୁଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରତିଦିନ ୧୦ଘଣ୍ଟା ଧରି ଅନବରତ କାମ କରୁଛି। ମୁଁ ଗୋଟିଏ ମୁହୂର୍ତ୍ତ ପାଇଁ ବିଶ୍ରାମ ନେଇପାରୁନାହିଁ । ସାମାନ୍ୟ ବିଶ୍ରାମ ନେଇଗଲେ ମୋର କାମ କରିବା ସମୟ କମିଯିବ। ସେଇ ଅନୁଯାୟୀ ମୋର ଦରମା ବି କମିଯିବ ।

ମୁଁ ମୋ ଜୀବନକୁ ଯେପରି ଚାହୁଁଛି ସେପରି ବଞ୍ଚିପାରୁ ନାହିଁ। ଏହା ଭାବି ମୋ ମନକୁ ଖୁବ କଷ୍ଟ ହେଉଛି। ମୋର ଏ ଦୁଃଖ ହୁଏତ କାହାକୁ ମଜାକ ଲାଗିପାରେ। କିନ୍ତୁ କମ ଟଙ୍କାରେ ଅଧିକ କାମ ଚାପ ନେଇ କାମ କରୁଥିବା କର୍ମଚାରୀମାନେ ଏ କଷ୍ଟକୁ ସ୍ପଷ୍ଟ ଭାବେ ବୁଝି ପାରିବେ।’

delivery-boy-expresses-his-sorrow-and-hardship-in-a-video | Argus News