ଗ୍ରୀନଲାଣ୍ଡରେ ଗୁପ୍ତ କାର୍ଯ୍ୟକଳାପ ଲିପ୍ତ ଆମେରିକା ରାଷ୍ଟ୍ରପତି, ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ

Key Points
ଡୋନାଲ୍ଡ ଟ୍ରମ୍ପଙ୍କୁ ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ
ଗୁପ୍ତ କାର୍ଯ୍ୟକଳାପରେ ଲିପ୍ତ ଆମେରିକା ରାଷ୍ଟ୍ରପତି
ଲୁଚି ଛପି ଆମ ଦେଶରେ କରୁଛନ୍ତି କାର୍ଯ୍ୟ
ସୁଧିରି ଯାଅ ନହେଲେ ରକ୍ଷା ନାହିଁ। ତମେ ଯେତେ ବଡ଼ ଦେଶ ହେଲେ ବି ତୁମ କାର୍ଯ୍ୟ ସବୁବେଳେ ଛୋଟ। ଏମିତି କିଛି କହି ସିଧା ସିଧା ଆମେରିକା ରାଷ୍ଟ୍ରପତିଙ୍କୁ ଟାର୍ଗେଟ କରିଛନ୍ତି ଡେନମାର୍କ ପ୍ରଧାନମନ୍ତ୍ରୀ। ଏହାସହ ଆମରିକାର କାର୍ଯ୍ୟକୁ ନିନ୍ଦା କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାହାର ନୁହଁନ୍ତି। ନିଜ ଫାଇଦା ପାଇଁ ସେ କିଛି ବି କରିପାରନ୍ତି । ଏମିତି କିଛି କାର୍ଯ୍ୟ କରି ଫସିଛନ୍ତି ଟ୍ରମ୍ପ। ଡେନମାର୍କର ବୈଦେଶିକ ମନ୍ତ୍ରଣାଳୟ ନିଶ୍ଚିତ କରିଛି, ବୈଦେଶିକ ମନ୍ତ୍ରୀ ଲାର୍ସ ଲୋକ୍କେ ରାସମୁସେନ ଏହି ରିପୋର୍ଟଗୁଡ଼ିକ ସମ୍ପର୍କରେ ଆଲୋଚନା ପାଇଁ ଆମେରିକୀୟ ରାଷ୍ଟ୍ରଦୂତଙ୍କୁ ଡକାଇଛନ୍ତି। ଟ୍ରମ୍ପ ଏହି ବର୍ଷ ଆରମ୍ଭରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଗ୍ରୀନଲାଣ୍ଡର ନିୟନ୍ତ୍ରଣ ପୁନଃପ୍ରାପ୍ତ କରିବାରେ ବାରମ୍ବାର ଆଗ୍ରହ ପ୍ରକାଶ କରିଛନ୍ତି।
ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଟ୍ରମ୍ପ ‘ସାମତ୍ୟ କିମ୍ବା ଆର୍ଥିକ ଚାପ’ ବ୍ୟବହାରକୁ ଅସ୍ବୀକାର କରିନାହାଁନ୍ତି। ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ ଫ୍ରେଡେରିକ୍ସେନ ଆମେରିକାକୁ ଚେତାବନୀ ଦେଇ କହିଛନ୍ତି ଯେ, ଡେନମାର୍କର ଆଭ୍ୟନ୍ତରୀଣ ବ୍ୟାପାର ଏବଂ ଗ୍ରୀନଲାଣ୍ଡରେ କୌଣସି ପ୍ରକାରର ହସ୍ତକ୍ଷେପକୁ ସହ୍ୟ କରିବେ ନାହିଁ। ହ୍ବାଇଟ ହାଉସ ସହିତ ଜଡିତ ଆମେରିକୀୟ ନାଗରିକମାନେ ଗ୍ରୀନଲାଣ୍ଡରେ ଗୁପ୍ତ କାର୍ଯ୍ୟକଳାପରେ ଜଡିତ ଥିବା ରିପୋର୍ଟ ପରେ ସେ ଏହା କହିଛନ୍ତି।ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଜଡିତ ପ୍ରାୟ ତିନି ଜଣ ଆମେରିକୀୟ ନାଗରିକ ଗ୍ରୀନଲାଣ୍ଡରେ ଗୁପ୍ତ କାର୍ଯ୍ୟକଳାପ ଚଳାଉଛନ୍ତି। ଯେଉଁଥିରେ ଘରୋଇ ନେଟୱାର୍କ ସ୍ଥାପନ କରିବା ଏବଂ ଆର୍କଟିକ ଦ୍ୱୀପ ଉପରେ ଆମେରିକାର ନିୟନ୍ତ୍ରଣ ପ୍ରତି ସେମାନଙ୍କ ମନୋଭାବ ଉପରେ ଆଧାର କରି ସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ତାଲିକା ପ୍ରସ୍ତୁତ କରିବା ଅନ୍ତର୍ଭୁକ୍ତ।
📱 Get Argus News App
✨ଏହାସହ ଫ୍ରେଡେରିକ୍ସେନ କହିଛନ୍ତି ଯେ, ସେ ଗ୍ରୀନଲାଣ୍ଡର ବୈଦେଶିକ ମନ୍ତ୍ରୀଙ୍କ ଉପସ୍ଥିତିରେ ଆମେରିକୀୟ ସେନେଟରମାନଙ୍କ ସହିତ ଏହି ପ୍ରସଙ୍ଗ ଉଠାଇଛନ୍ତି। ଆମେ ସ୍ପଷ୍ଟ କରିଛୁ ଯେ ଏହା ଗ୍ରହଣୀୟ ନୁହେଁ ଏବଂ ଆମେ ଏହି ବାର୍ତ୍ତା ସିଧାସଳଖ ଆମେରିକାରେ ଆମର ସହକର୍ମୀଙ୍କ ନିକଟରେ ପହଞ୍ଚାଇବୁ। ଆଉ ଯଦି ସେ ନମାନନ୍ତି ଏନେି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଗ୍ରୀନଲାଣ୍ଡ ପ୍ରସଙ୍ଗରେ ଆମର ସ୍ପଷ୍ଟ ମତଭେଦ ଅଛି। ଡେନମାର୍କ ରାଜ୍ୟ ଏବଂ ଗ୍ରୀନଲାଣ୍ଡ ଗଣତନ୍ତ୍ରର ଆଭ୍ୟନ୍ତରୀଣ ବ୍ୟାପାରରେ ଯେକୌଣସି ହସ୍ତକ୍ଷେପ ଗ୍ରହଣୀୟ ନୁହେଁ। ତାଙ୍କ ସରକାର ଏହି ମାମଲାକୁ ବହୁତ ଗମ୍ଭୀରତାର ସହିତ ନେଉଛି। ୱାଶିଂଟନ ଅଭିଯୋଗଗୁଡ଼ିକୁ ସ୍ପଷ୍ଟ ଭାବରେ ଅସ୍ବୀକାର କରିନାହାଁନ୍ତି। ବର୍ତ୍ତମାନ ଆମେରିକୀୟମାନେ ଯେଉଁ ରିପୋର୍ଟ ଉପସ୍ଥାପନ କରିଛନ୍ତି, ତାହାକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରାଯାଇ ନାହିଁ। ଏହା ନିଶ୍ଚିତ ଭାବରେ ଗମ୍ଭୀର ବୋଲି କହିଛନ୍ତି ଡେନମାର୍କ ପ୍ରଧାନମନ୍ତ୍ରୀ।