Aliens / ପୂର୍ବତନ ଆମେରିକା ରାଷ୍ଟ୍ରପତି କହିଲେ ଆସିଥିଲେ ଏଲିଏନ୍
·9 months ago·2 min read

Key Points
ଏଲିଏନ ବିଷୟରେ ଜାଣିଥିଲେ ପୂର୍ବତନ ଆମେରିକା ରାଷ୍ଟ୍ରପତି ଏଚ.ଡବ୍ଲୁ ବୁଶ?
ନୂଆ ଡକ୍ୟୁମେଣ୍ଟାରୀରେ ଚାଞ୍ଚଲ୍ୟକର ଦାବି
ସମସ୍ତେ ଶୁଣି ଆଶ୍ଚର୍ଯ୍ୟ
ନୂଆ ଡକ୍ୟୁମେଣ୍ଟାରୀରେ ଚାଞ୍ଚଲ୍ୟକର ଦାବି
ସମସ୍ତେ ଶୁଣି ଆଶ୍ଚର୍ଯ୍ୟ
ଆଉ ଦିନ କେଇଟା ପରେ ଆସିବ ନୂଆ ବର୍ଷ ବା ୨୦୨୬। ଏବେ ସମସ୍ତେ ୨୦୨୬ ସହିତ ଜଡ଼ିତ ଭବିଷ୍ୟବାଣୀ ବିଷୟରେ ଜାଣିବାକୁ ଚାହୁଁଛନ୍ତି । ତେବେ ୨୦୨୬ ପାଇଁ ଏମିତି କିଛି ଭବିଷ୍ୟବାଣୀ କରିଛନ୍ତି ବୁଲଗେରିଆନ୍ ବାବା ଭେଙ୍ଗା, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ୨୦୨୬ ବର୍ଷ ପାଇଁ ବାବା ଭେଙ୍ଗାଙ୍କ ସବୁଠାରୁ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ ହେଉଛି, ମଣିଷ ପ୍ରଥମ ଥର ପାଇଁ ଏଲିଏନ୍ ସହିତ ମୁକାବିଲା କରିବ । ଯାହା ମାନବଜାତି ପାଇଁ ଏକ ଐତିହାସିକ ମୋଡ଼ ହେବ । ଅନ୍ୟାନ୍ୟ ଭବିଷ୍ୟବାଣୀ ମଧ୍ୟରେ, ୨୦୨୬ ମସିହାରେ ଏକ ବିଶାଳ ମହାକାଶଯାନ ପୃଥିବୀରେ ଆସିବ । ଯାହା ଦର୍ଶାଇବ ଯେ ଆମେ ବ୍ରହ୍ମାଣ୍ଡରେ ଏକା ନୁହେଁ ।
ତେବେ ଏକଥା ଭିତରେ ଆଉ ଏକ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆମେ କେହି ବି ଏଲିଏନକୁ ଦେଖିନାହେଁ। କିନ୍ତୁ କୁହାଯାଉଛି କି ପୂର୍ବତନ ଆମେରିକା ରାଷ୍ଟ୍ରପତି ଏଚ.ଡବ୍ଲୁ. ବୁଶ ଏଲିଏନ ବିଷୟରେ ଅବଗତ ଥିଲେ। ଏକ ରିପୋର୍ଟ ଅନୁଯାୟୀ, ନୂତନ ଡକ୍ୟୁମେଣ୍ଟାରୀ ଦାବି କରିଛି ଯେ ୧୯୬୪ ମସିହାରେ ନ୍ୟୁ ମେକ୍ସିକୋରେ ଏକ ଏଲିଏନଙ୍କର ସାକ୍ଷାତ ହୋଇଥିଲା। ଏହି ସାକ୍ଷାତ ଆମେରିକାର ହୋଲୋମାନ ବାୟୁସେନା ଘାଟିରେ ଘଟିଥିଲା। ପୂର୍ବତନ ଆମେରିକା ରାଷ୍ଟ୍ରପତି ଜର୍ଜ ଏଚ.ଡବ୍ଲୁ. ବୁଶ (୧୯୮୯ ରୁ ୧୯୯୩ ପର୍ଯ୍ୟନ୍ତ ରାଷ୍ଟ୍ରପତି କାର୍ଯ୍ୟକାଳ)ଙ୍କୁ ଏହା ବିଷୟରେ ସୂଚନା ଦିଆଯାଇଥିଲା।
ଏଥିସହ ପଢ଼ନ୍ତୁ: ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ୨୦୨୬ରେ ହୋଇପାରେ ବିନାଶକାରୀ ଯୁଦ୍ଧ
ଏହି ଡକ୍ୟୁମେଣ୍ଟାରୀର ଶୀର୍ଷକ ‘ଦି ଏଜ ଅଫ ଡିସ୍କ୍ଲୋଜର’। ଡକ୍ୟୁମେଣ୍ଟାରୀରେ ଜ୍ୟୋର୍ତିବିଜ୍ଞାନୀ ଏରିକ ଡେଭିସଙ୍କ ସହିତ ଏକ ସାକ୍ଷାତକାର ଅନ୍ତର୍ଭୁକ୍ତ, ଯେଉଁଥିରେ ସେ ବର୍ଣ୍ଣନା କରିଛନ୍ତି ଯେ ପୂର୍ବତନ ରାଷ୍ଟ୍ରପତି ୨୦୦୩ ମସିହାରେ ଏକ ବ୍ୟକ୍ତିଗତ କଥାବାର୍ତ୍ତା ସମୟରେ ତାଙ୍କୁ ଏହି ଘଟଣା ବିଷୟରେ କହିଥିଲେ। ଡକ୍ୟୁମେଣ୍ଟାରୀର ନିର୍ଦ୍ଦେଶକ ଡାନ ଫାରାହ ଆଶା କରୁଛନ୍ତି ଯେ ଏହି ଫିଲ୍ମ ଏଲିଏନ ମାନଙ୍କର ଅସ୍ତିତ୍ୱ ସମ୍ପର୍କିତ ଅନେକ ପ୍ରଶ୍ନର ସମାଧାନ କରିବ। ଡାନଙ୍କ ଅନୁଯାୟୀ, ‘ମୁଁ ବିଶ୍ୱାସ କରେ ଏହି ଫିଲ୍ମ ଆମକୁ ଏକ ଭିନ୍ନ ସ୍ଥାନକୁ ନେଇଯିବ। ଏଥିରେ, ରାଷ୍ଟ୍ରପତି ନିଜେ ବିଶ୍ୱକୁ କହିବେ ଯେ ଆମେ ଏହି ବ୍ରହ୍ମାଣ୍ଡରେ ଏକା ନୁହଁ, ବରଂ ଆମ ପରି ଅନ୍ୟ ପ୍ରାଣୀ ଏଠାରେ ବାସ କରୁଛନ୍ତି।’

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ଉଲ୍ଲେଖନୀୟ ଯେ ଏରିକ ଡେଭିସ ଆଡଭାନ୍ସଡ ଏରୋସ୍ପେସ ଥ୍ରେଟ ଆଇଡେଣ୍ଟିଫିକେସନ ପ୍ରୋଗ୍ରାମ (AATIP)ର ପୂର୍ବତନ ପରାମର୍ଶଦାତା ଥିଲେ। ରିପୋର୍ଟ ଅନୁଯାୟୀ, ବୁଶ ଦାବି କରିଛନ୍ତି ଯେ ଏକ ଆମେରିକୀୟ ଏୟାରବେସରେ ତିନୋଟି ମହାକାଶଯାନ ଦେଖାଯାଇଥିଲା। ଗୋଟିଏ ମହାକାଶଯାନ ଅବତରଣ କରିଥିଲା। ବିମାନରୁ ଜଣେ ଏଲିଏନ ବାହାରି ବାୟୁସେନା ଏବଂ CIA କର୍ମଚାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ଏହାସହ ଆଉ ଅଧିକ କୌଣସି ତଥ୍ୟ ପ୍ରକାଶ କରିନାହାନ୍ତି ବୁଶ।
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅଧିକ ପଢ଼ନ୍ତୁ ବିଦେଶ ଖବର: