Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଏଲନ୍ ମସ୍କଙ୍କ ସହ ସମ୍ପର୍କ ଶେଷ ହୋଇଥିବା କହିଲେ ଟ୍ରମ୍ପ୍

Smruti Parija
Browse all articles by Smruti Parija
·1 year ago·2 min read
ଏଲନ୍ ମସ୍କଙ୍କ ସହ ସମ୍ପର୍କ ଶେଷ ହୋଇଥିବା କହିଲେ ଟ୍ରମ୍ପ୍

Key Points

ଏଲନ୍ ମସ୍କଙ୍କୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଚେତାବନୀ
ଆମେରିକା ରାଷ୍ଟ୍ରପତି ଓ ଟେସଲା ମୁଖ୍ୟଙ୍କ ମଧ୍ୟରେ ଆହୁରି ବଢ଼ିଲା ବିବାଦ

ଡେମୋକ୍ରାଟ୍ସଙ୍କୁ ଫଣ୍ଡିଂ କଲେ ପରିଣାମ ଗୁରୁତର ହେବ - ଟ୍ରମ୍ପ୍

ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ଓ ଟେସଲା ମୁଖ୍ୟ ଏଲନ ମସ୍କଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଦୁଇଜଣ ପରସ୍ପରକୁ ସର୍ବ ସମ୍ମୁଖରେ ଆକ୍ଷେପ କରିଛନ୍ତି । ଗତ ସପ୍ତାହରେ ଡୋନାଲଡ୍ ଟ୍ରମ୍ପ ତାଙ୍କ ଅଫିସରୁ ଏଲନ ମସ୍କଙ୍କୁ ବିଦା କରି ଦେଇଥିଲେ । ଏହାପରଠାରୁ ଲଗାତାର ଦୁହିଁଙ୍କ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ଆମେରିକାର ଏକ ଗଣମାଧ୍ୟମକୁ ଫୋନ୍ ଯୋଗେ ସାକ୍ଷାତକାରରେ ବଡ଼ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି।


ଟ୍ରମ୍ପ କହିଛନ୍ତି, ଲାଗୁଛି ଟ୍ରମ୍ପଙ୍କ ସହ ସମ୍ପର୍କ ଶେଷ ହୋଇଯାଇଛି। ଏଥିସହ ଟ୍ରମ୍ପ୍ ଏଲନ୍ ମସ୍କଙ୍କୁ ଚେତାବନୀ ବି ଦେଇଛନ୍ତି। ଯଦି ମସ୍କ ବିରୋଧୀ ଡେମେକ୍ରାଟ ପ୍ରାର୍ଥୀଙ୍କୁ ଫଣ୍ଡିଂ କରନ୍ତି ତେବେ ପରିଣାମ ଗୁରୁତର ହେବ। ଖାସ୍ କରି ଯେଉଁ ଡେମୋକ୍ରାଟ୍ ମାନେ ରିପବ୍ଲିକାନ୍ ପାର୍ଟିର ଟ୍ୟାକ୍ସ ସ୍ଲାବକୁ ବିରୋଧ କରୁଛନ୍ତି ସେମାନଙ୍କୁ ମସ୍କ ଅର୍ଥ ନ ଦେବାକୁ ଟ୍ରମ୍ପ୍ ଚେତାବନୀ ଦେଇଛନ୍ତି। ଏହା ପୂର୍ବରୁ ଏଲନ ମସ୍କଙ୍କ ସ୍ପେସ୍ ଏକ୍ସ କମ୍ପାନୀ ଡ୍ରାଗନ ସ୍ପେସ କ୍ରାଫ୍ଟ ବନ୍ଦ କରିବାକୁ ଧମକ ଦେଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆମେରିକାର ନାସା ଓ ସ୍ପେସ ଏକ୍ସର ମିଳିତ ସହଯୋଗରେ ମହକାଶକୁ ଯାତ୍ରୀ ପଠାଯାଉଥିଲା । ମସ୍କଙ୍କ ଏହି ଘୋଷଣା ପରେ ଟେସଲା ସହ କୌଣସି ବୁଝାମଣା ହେବ ନାହିଁ ବୋଲି ସିଧାସଳଖ ଚେତାଇ ଦେଇଥିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ । ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ସମର୍ଥନରେ ସୋସିଆଲ୍ ମିଡିଆ ପୋଷ୍ଟ କରିଥିଲେ ମସ୍କ। ଏହାକୁ ନେଇ ମସ୍କ ରାଷ୍ଟ୍ରପତି ପଦର ଅସମ୍ମାନ କରିଥିବା ଟ୍ରମ୍ପ୍ କହିଥିଲେ। ଆଉ ଏଲନ ମସ୍କଙ୍କ କମ୍ପାନୀକୁ ସରକାରୀ କାମର ଠିକା ଦେବା ବନ୍ଦ କରିବାକୁ ଟ୍ରମ୍ପ ଧମକ ଦେଇଥିଲେ। ଏମିତିକି `ସ୍ପେଶ୍ X'କୁ ସବସିଡି ଦେବା ବନ୍ଦ କରିବା ନେଇ ବି ଟ୍ରମ୍ପ୍ ଦେଇଥିଲେ। ଟ୍ରମ୍ପ ଓ ମସ୍କଙ୍କ ମଧ୍ୟରେ ବିବାଦ ଯୋଗୁଁ ସେୟାର ମାର୍କେଟରେ ଟେସଲାର ଅଂଶଧନ ମୂଲ୍ୟ ୧୪ ପ୍ରତିଶତ ଖସି ଯାଇଛି ।

Sponsored