Donald Trump / ଟ୍ରମ୍ପଙ୍କୁ ଚେତାବନୀ ! ଇରାନ୍ କହିଲା ଏଥର ଗୁଳି ମିସ୍ ହେବନି

Key Points
ଟ୍ରମ୍ପଙ୍କୁ ଇରାନର ଧମକ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଇରାନ ଦେଇଛି ବଡ଼ ଚେତାବନୀ । କହିଛି ଗତ ଥର ଗୁଳି ମିସ୍ ହେଇଗଲା । ଏଥର କିନ୍ତୁ ଠିକ୍ ଯାଗାରେ ବାଜିବ । ଅର୍ଥାତ ଟ୍ରମ୍ପଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛି ଇରାନ୍ । ଇରାନର ସରକାରୀ ଚ୍ୟାନେଲରୁ ଟ୍ରମ୍ପଙ୍କୁ ଏଭଳି ସିଧା ସଳଖ ଧମକ ଦିଆଯାଇଛି । ଏଥର ଗୁଳି ଲକ୍ଷ୍ୟ ପଥରୁ ବିଚ୍ୟୁତ ହେବନି ବୋଲି କୁହାଯାଇଛି ।
ତେବେ ୨୦୨୪ରେ ଆମେରିକାରେ ନିର୍ବାଚନ ପ୍ରଚାର ବେଳେ ଟ୍ରମ୍ପଙ୍କ ଉପରେ ହୋଇଥିଲା ଗୁଳିମାଡ଼ । ତାଙ୍କ କାନରେ ବାଜିଥିଲେ ଗୁଳି । ଏକ ନିର୍ବାଚନୀ ପ୍ରଚାର ସଭାରେ ଭାଷଣ ଦେଉଥିବା ବେଳେ ଏଭଳି ଗୁଳିକାଣ୍ଡ ଘଟିଥିଲା । ଏଥିରେ ଟ୍ରମ୍ପ ଅଳ୍ପକେ ବର୍ତ୍ତିଯାଇଥିଲେ । କିନ୍ତୁ ଏବେ ଇରାନ୍ର ଏଭଳି ଧମକ ପରେ କୁହାଯାଉଛି ଟ୍ରମ୍ପଙ୍କ ଜୀବନ ବିପଦରେ ।
ସେପଟେ ହୁତୁହୁତୁ ଜଳୁଛି ଇରାନ । ଟ୍ରମ୍ପଙ୍କ ସାମ୍ରାଜ୍ୟବାଦ ନୀତିକୁ ନେଇ ବିଶ୍ଵରେ ଘମାସାନ । ମାଦୁରୋଙ୍କ ପରେ ୟୁଏସ ଟାର୍ଗେଟରେ ଇରାନ ସୁପ୍ରିମ ଲିଡର ଖାମେନେଇ । ଭେନେଜୁଏଲା ପରେ କ୍ୟୁବାରେ ବି ଶାସନ ପରିବର୍ତ୍ତନର ସ୍ପଷ୍ଟ ସଂକେତ । ଏବେ ଟ୍ରମ୍ପଙ୍କ ଟାର୍ଗେଟରେ ଗ୍ରୀନଲ୍ୟାଣ୍ଡ ଓ ତେହେରାନ ।
ରାଜରାସ୍ତାରେ ଉଗ୍ର ହେଉଛି ଉତ୍ୟକ୍ତ ଯୁବପିଢ଼ିଙ୍କ ଆକ୍ରୋଶ । ଏପଟେ ଇରାନୀ ଯୁବକଙ୍କୁ ପ୍ରଦର୍ଶନରେ ସାମିଲ ହେବାକୁ ଅପିଲ କରିଛନ୍ତି ନିର୍ବାସିତ କ୍ରାଉନ ପ୍ରିନ୍ସ ରଜା ପହଲବୀ । ଗତବର୍ଷ ଡିସେମ୍ବର ୨୮ରୁ ଆରମ୍ଭ ହଇଥିବା ହିଂସାତ୍ମକ ପ୍ରଦର୍ଶନରେ ବର୍ତ୍ତମାନ ସୁଦ୍ଧା ୨ ହଜାରରୁ ଅଧିକ ମୃତ୍ୟୁ ହୋଇଥିବା ବେଳେ ପରିସ୍ଥିତିକୁ ନେଇ ନୂଆ ଚକ୍ରବ୍ୟୁହ ରଚିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ପରି ଇରାନ ସୁପ୍ରିମଲିଡର ଆୟାତୋଲା ଅଲି ଖାମେନେଇଙ୍କୁ ଉଠାଇ ନେବାକୁ ଯୋଜନା ପ୍ରସ୍ତୁତ ହୋଇସାରିଥିବା ବିଶ୍ଵବ୍ୟାପୀ ଚର୍ଚ୍ଚା ଜୋର ଧରିଛି । ଟ୍ରମ୍ପଙ୍କ ବୟାନରୁ ମଧ୍ୟ ଏହାର ସଂକେତ ମିଳିସାରିଛି । ଟ୍ରମ୍ପ ଗୋଟିଏ ପଟେ ନାଗରିକ ଅଧିକାର ନେଇ ଇରାନୀ ଯୁବକଙ୍କୁ ଉତ୍ତେଜିତ କରିବା ସହ ନିଜ ଦୂତଙ୍କ ସହାୟତାରେ କ୍ରାଉନ ପ୍ରିନ୍ସଙ୍କ ସହ ବଢ଼ାଉଛନ୍ତି ସମ୍ପର୍କ ।
ଭେନେଜୁଏଲାରେ ମିଲିଟାରୀ ଷ୍ଟ୍ରାଇକ । ତାପରେ ମାତ୍ର କିଛି ଦିନ ପରେ ଗ୍ରୀନଲ୍ୟାଣ୍ଡ ଅଧିଗ୍ରହଣ କରିବାକୁ ପ୍ଲାନ । ପୁଣି ହଠାତ ଇରାନକୁ ମୁଖ୍ୟ ଟାର୍ଗେଟ୍ କାହିଁକି ବନାଇଲେ ଟ୍ରମ୍ପ ? ଏହି ପ୍ରଶ୍ନ ଟ୍ରମ୍ପଙ୍କ ବିସ୍ତାରବାଦୀ ଓ ସାମ୍ରାଜ୍ୟବାଦୀ ନୀତି ଉପରୁ ପରଦା ହଟାଇଛି । ନିଜକୁ ସୁପର ପାୱାର ପ୍ରମାଣିତ କରିବାକୁ ଟ୍ରମ୍ପ, ଆନ୍ତର୍ଜାତିକ ଆଇନର ଶକ୍ତ ଶିକୁଳିକୁ ମୁହୂର୍ତ୍ତକରେ ଛିଣ୍ଡାଇ ପାରନ୍ତି । ନିଜ ସ୍ବାର୍ଥ ପୂରଣ ପାଇଁ କୌଣସି ବି ରାଷ୍ଟ୍ରକୁ ନିଜ ଆୟତ୍ତକୁ ନେଇପାରନ୍ତି । ୟୁରୋପୀୟ ରାଷ୍ଟ୍ରକୁ ଖୋଲାଖୋଲି ଧମକ ଦେବା ସହ ନାଟୋ ଓ ଜାତିସଂଘ ଆଇନକୁ ଉଲ୍ଲଂଘନ କରିଛନ୍ତି ଟ୍ରମ୍ପ । ଡେନମାର୍କ ଅଧିନସ୍ଥ ଗ୍ରୀନଲ୍ୟାଣ୍ଡରେ ଆମେରିକୀୟ ଏୟାର ବେସ୍ ପ୍ରତିଷ୍ଠା ସହ ୟୁରାନିୟମ ପରି ରେୟାର ମିନେରାଲ୍ସ ହାତେଇବାକୁ ଆମେରିକା ଷଡଯନ୍ତ୍ରର ପର୍ଦ୍ଦାଫାସ ହୋଇସାରିଛି । ଏବେ ଟ୍ରମ୍ପଙ୍କ ବଡ଼ ଲକ୍ଷ୍ୟ ମଧ୍ୟରେ ରହିଛି -
1- ଇରାନର ଆଣବିକ ଶକ୍ତି କେନ୍ଦ୍ର ଓ ପରମାଣୁ ଅସ୍ତ୍ର ହାସଲ
2- ଚୀନ ଓ ରୁଷିଆକୁ ଚେକ୍ ଦେବାକୁ ଗ୍ରୀନଲ୍ୟାଣ୍ଡ ଉପରେ କବଜା
3- ଭେନଜୁଏଲାରେ ଶାସନ ତନ୍ତ୍ରକୁ ପରୋକ୍ଷରେ ନିୟନ୍ତ୍ରଣ
📱 Get Argus News App
✨Related Topics
Explore more stories