Videos
|
International

ପାକିସ୍ତାନରେ ଏକ୍ସପ୍ରେସ ଓ୍ବେ କେତେ ରହିଛି ଆପଣ ଜାଣିଛନ୍ତି କି?

Ritu Das
Browse all articles by Ritu Das
·2 years ago·1 min read
ପାକିସ୍ତାନରେ ଏକ୍ସପ୍ରେସ ଓ୍ବେ କେତେ ରହିଛି ଆପଣ ଜାଣିଛନ୍ତି କି?

ଅର୍ଗସ ବ୍ୟୁରୋ: ପାକିସ୍ତାନରେ ଏକ୍ସପ୍ରେସ ଓ୍ବେ କେତେ ରହିଛି ଆପଣ ଜାଣିଛନ୍ତି କି? ସବୁଠାରୁ ଲମ୍ବା ଏକ୍ସପ୍ରେସ ଓ୍ବେ ହେଉଛି ୨୦୦ କିଲୋମିଟର। ତେବେ ପଡ଼ୋଶୀ ଦେଶରେ ମୋଟ ୧୨ଟି ଏକ୍ସପ୍ରେସ ଓ୍ବେ ରହିଛି। ଯେଉଁଥିରୁ ୧୦ଟି ଏକ୍ସପ୍ରେସ ଓ୍ବେ ଏବେବି ନିର୍ମାଣାଧୀନ ଅବସ୍ଥାରେ ଅଛି। ୨ଟି ବର୍ତ୍ତମାନ ଯାତାୟତ ପାଇଁ ଖୋଲା ଯାଇଛି। ସବୁଠାରୁ ବଡ଼ ଏକ୍ସପ୍ରେସ ଓ୍ବେ ହେଉଛି ମନସେହରାରୁ ମୁଜାଫରାବାଦ ପର୍ଯ୍ୟନ୍ତି। ଯାହାର ଦୂରତା ୨୦୦ କିମି.। 

ସବୁଠାରୁ ପୁରୁଣା ରୋଡ ହେଉଛି ପେଶାବାର ନର୍ଦନ ବାଇପାସ। ଯାହା ୩୨ କିମି ପର୍ଯ୍ୟନ୍ତ ଲମ୍ବିଛି। ଖାନେଓ୍ବାଲ-ଲୋଧରନ ଦ୍ବିତୀୟ ଅପରେଶନ ବାଇପାସ। ଯାହାର ଦୂରତା ୧୦୩ କିମି. ଅଟେ। 

ରାଲୋଦେରୋ-ସେହଓ୍ବାନ ଦ୍ବିତୀୟ ବଡ଼ ଏକ୍ସପ୍ରେସ ଓ୍ବେ ହେବ। ଯାହା ଏବେ ପ୍ରସ୍ତାବିତ ଅଛି। ସବୁଠାରୁ ଛୋଟ ହେଉଛି ଇସଲାମାବାଦ ଏକ୍ସପ୍ରେସ ଓ୍ବେ। ଯାହାର ଦୂରତା ମାତ୍ର ୨୮ କି.ମି.।

୬୫ କିଲୋମିଟର ଲମ୍ବ ପେଶାଓ୍ବାର-ତୋରଖାମ ଏକ୍ସପ୍ରେସ ରାସ୍ତାକୁ ୨୦୨୩ ମସିହାରେ ମଞ୍ଜୁରୀ ମିଳିଥିଲ। ପାକିସ୍ତାନରେ ଏବେଯାଏ ମାତ୍ର ୧୩୫ କିମିର ଏକ୍ସପ୍ରେସ ଓ୍ବେ ରାସ୍ତା ରହିଛି। ଇସଲାମାବାଦରେ ଥିବା ଏକ୍ସପ୍ରେସଓ୍ବେ ୧୦ ଲେନ ଚଉଡ଼ା ରାସ୍ତା ନିର୍ମାଣ କରାଯାଉଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ବିଦେଶ ଖବର