Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଏସିଆଠୁ ଦୂରଉଛନ୍ତି ଟ୍ରମ୍ପ: ଏହି ରାଷ୍ଟ୍ରର ୩୦୦ ନାଗରିକଙ୍କୁ ଗିରଫ କଲା ଆମେରିକା

Priyanka Panda
Browse all articles by Priyanka Panda
·10 months ago·3 min read
ଏସିଆଠୁ ଦୂରଉଛନ୍ତି ଟ୍ରମ୍ପ: ଏହି ରାଷ୍ଟ୍ରର ୩୦୦ ନାଗରିକଙ୍କୁ ଗିରଫ କଲା ଆମେରିକା

Key Points

ଭାରତ, ଦକ୍ଷିଣ କୋରିଆ ଓ ଜାପାନ ସହ ଆମେରିକାର ବିଗୁଡୁଛି ସମ୍ପର୍କ

ଆମେରିକାରେ ୩୦୦ରୁ ଅଧିକ ଦକ୍ଷିଣ କୋରିଆ ନାଗରିକ ଗିରଫ

ଜାପାନ ଉପରେ ବି ଟ୍ରେଡ-ଡିଲ ପାଇଁ ଚାପ ପକାଉଛି ଆମେରିକା

କାହା ସହ ବି ଭଲ ସମ୍ପର୍କ ନାହିଁ ଡୋନାଲ୍ଡ ଟ୍ରମ୍ପଙ୍କର। ବିଶ୍ବରେ ଗୋଟେ ପଟେ ଅସ୍ତ୍ର ଯୁଦ୍ଧ ଚାଲୁଥିବା ବେଳେ ଅନ୍ୟପଟେ ଟ୍ରମ୍ପ ଚଲାଇଛନ୍ତି ଶୁଳ୍କ ଯୁଦ୍ଧ। ଆମେରିକାର ବନ୍ଧୁ ରାଷ୍ଟ୍ରମାନଙ୍କ ଉପରେ ଚଲାଇଛନ୍ତି ଶୁଳ୍କ ଯୁଦ୍ଧ। ନିଜ ଦେଶର ବୈଦେଶିକ ନୀତିକୁ ନଷ୍ଟ କରିବାକୁ ଅଣ୍ଟା ଭିଡୁଛନ୍ତି ଚ୍ରମ୍ପ। ଭାରତ ସମେତ ଅନେକ ରାଷ୍ଟ୍ର ସହ ସମ୍ପର୍କ ଖରାପ କରିଛନ୍ତି ଟ୍ରମ୍ପ। ଭାରତ ଉପରେ ୫୦ପ୍ରତିଶତ ଟାରିଫ ଲଗାଇଛନ୍ତି।


କେବଳ ଭାରତ କାହିଁକି ଏସିଆରେ ପ୍ରାୟତଃ କୌଣସି ଦେଶ ସହ ଭଲ ସମ୍ପର୍କ ରଖିବାକୁ ଚାହୁଁନାହାନ୍ତି ଆମେରିକା ରାଷ୍ଟ୍ରପତି। ସେଥିପାଇଁ ତ ବର୍ତ୍ତମାନ ଏସିଆର ୩ପ୍ରମୁଖ ଦେଶ ଭାରତ, ଦକ୍ଷିଣ କୋରିଆ ଓ ଜାପାନ ସହ ଆମେରିକାର ରହିଛି ଉତ୍ତେଜନା ପୂର୍ଣ୍ଣ ସମ୍ପର୍କ। ଜାପାନ ଆମେରିକା ସହିତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିଛି ସତ, କିନ୍ତୁ ସେମାନଙ୍କର ସମ୍ପର୍କ ଏବେ ବି ଉତ୍ତେଜନାପୂର୍ଣ୍ଣ ରହିଛି।


ଟ୍ରମ୍ପ୍ ପ୍ରଶାସନ ଆମେରିକାରେ ଦକ୍ଷିଣ କୋରିଆ କମ୍ପାନି ହୁଣ୍ଡାଇ ମୋଟର୍ସର ପ୍ଲାଣ୍ଟ ଉପରେ ଚଢ଼ଉ କରି ଏକ ପ୍ରକାର ଆଲୋଡ଼ନ ସୃଷ୍ଟି କରିଛନ୍ତି। ଏହି ଚଢ଼ାଉକୁ ନେଇ ଦକ୍ଷିଣକୋରିଆ ରାଷ୍ଟ୍ରପତି ନିଜର ଅସୋନ୍ତଷ ପ୍ରକାଶ କରିଛନ୍ତି। ଆମେରିକା ଅଧିକାରୀ ମାନେ କରିଥିବା ଏହି ଚଢ଼ାଉରେ ଦକ୍ଷିଣକୋରିଆର ଶହଶହ ପ୍ରବାସୀ ନାଗରିକଙ୍କୁ ଗିରଫ କରିଛନ୍ତି। ଯାହାକୁ ନେଇ କଡ଼ା ଜବାବ ଦେବାକୁ ଦକ୍ଷିଣ କୋରିଆର ରାଷ୍ଟ୍ରପତି ଲି ଜାଏ-ମ୍ୟୁଙ୍ଗ ନିର୍ଦ୍ଦେଶ ଦେଇଛନ୍ତି।


ବୈଦେଶିକ ମନ୍ତ୍ରୀ ଚୋ ହ୍ୟୁନ୍ କହିଛନ୍ତି, ଜର୍ଜିଆରେ ଥିବା କାରଖାନାରେ ୩୦୦ରୁ ଅଧିକ ଦକ୍ଷିଣକୋରିଆନଙ୍କୁ ଗିରଫ କରାଯିବା ପରେ ସରକାର ପ୍ରତିକ୍ରିୟା ଦେବା ପାଇଁ ଏକ ଦଳ ଗଠନ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ଯେ ଆବଶ୍ୟକ ହେଲେ ସେ ଅଧିକ ଆମେରିକୀୟ ଅଧିକାରୀଙ୍କ ସହ ସାକ୍ଷାତ କରିବା ପାଇଁ ୱାଶିଂଟନ ଯାତ୍ରା କରିବେ। ଟ୍ରମ୍ପ ପ୍ରଶାସନର ଏ ନୀତିକୁ ନେଇ ସେ ଚିନ୍ତା ପ୍ରକାଶ କରିବା ସହ ନିଜକୁ ଉତ୍ତରଦାୟୀ ମନେ କରୁଥିବା କହିଛନ୍ତି।

ବର୍ତ୍ତମାନ ଅନୁମାନ କରାଯାଉଛି ଯେ, ଦକ୍ଷିଣ କୋରିଆର କାରଖାନା ଉପରେ ଆମେରିକାର ଏ ଚଢ଼ଉ ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ବଢ଼ାଇପାରେ। ଭାରତ ପରି, ଦକ୍ଷିଣ କୋରିଆ ମଧ୍ୟ ବାଣିଜ୍ୟ ଚୁକ୍ତିନାମା ଉପରେ ଆମେରିକା ସହିତ ଏକମତ ନୁହେଁ। ତେଣୁ ଏହା ଅନୁମାନ କରାଯାଉଛି, ଟ୍ରମ୍ପ ପ୍ରଶାସନ ଦକ୍ଷିଣ କୋରିଆ ଉପରେ ଚାପ ପକାଇବା ପାଇଁ ଏହି ଚଢ଼ଉ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ ଏହି ଚଢ଼ଉ ପାଇଁ ଆମେରିକାରେ ଦକ୍ଷିଣ କୋରିଆର ୩୫୦ ବିଲିୟନ ଡଲାର ମୂଲ୍ୟର ନିବେଶ ପ୍ରଭାବିତ ହେବାର ଆଶଙ୍କା ରହିଛି। ସେହିଭଳି ଟ୍ରମ୍ପଙ୍କ ନୀତି ପାଇଁ ଆଉ ଏକ ବିବାଦ ହେଉଛି, ଦକ୍ଷିଣ କୋରିଆରେ ଆମେରିକାର ଏକ ବଡ଼ ସାମରିକ ଘାଟି ଅଛି। ଆଉ ବର୍ତ୍ତମାନ ଟ୍ରମ୍ପ୍ ଦାବି କରୁଛନ୍ତି ଯେ, ଏହି ସାମରିକ ଘାଟିର ଜମି ସମ୍ପୂର୍ଣ୍ଣଭାବେ ଆମେରିକାକୁ ହସ୍ତାନ୍ତର କରାଯାଉ।

ସେପଟେ ଜାପାନ ସହ ବି ଖରାପ ସମ୍ପର୍କର ଆଭାସ ମିଳୁଛି। ଆମେରିକା ଏବଂ ଜାପାନ ଗୋଟିଏ ଦିନ ପୂର୍ବରୁ ଏକ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତି ଅନୁଯାୟୀ, ଜାପାନରୁ ଆମେରିକାକୁ ଆସୁଥିବା ସାମଗ୍ରୀ ଉପରେ ୧୫ ପ୍ରତିଶତ ମୂଳ ଶୁଳ୍କ ଲାଗୁ କରାଯାଇଛି। ତଥାପି, ଅଟୋମୋବାଇଲ୍, ବିମାନ ନିର୍ମାଣ, ଔଷଧ ଏବଂ ପ୍ରାକୃତିକ ସମ୍ପଦ ଭଳି କିଛି କ୍ଷେତ୍ର ଉପରେ ଭିନ୍ନ ଭିନ୍ନ ନିୟମ ପ୍ରଯୁଜ୍ୟ ହେବ।


ଏହା ସହ, ଜାପାନ ଆମେରିକାରେ ୫୫୦ ବିଲିୟନ ଡଲାର ନିବେଶ କରିବାକୁ ରାଜି ହୋଇଛି। କିନ୍ତୁ ଜାପାନ ଆମେରିକାର ପ୍ରବଳ ଚାପରେ ଏହି ଚୁକ୍ତି ସ୍ୱାକ୍ଷର କରିଛି ଏବଂ ସୁଯୋଗ ପାଇବା ମାତ୍ରେ ଏଥିରୁ ବାହାରି ଆସିବାକୁ ଚେଷ୍ଟା କରିବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।


ଏପଟେ ଟ୍ରମ୍ପ୍ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଭାରତ ସହିତ ବିବାଦକୁ ଶୀର୍ଷରେ ପହଞ୍ଚାଇଛନ୍ତି। ରୁଷୀୟ ତୈଳ କିଣିବା ପାଇଁ ଟ୍ରମ୍ପ୍ ଭାରତ ଉପରେ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇଛନ୍ତି। ଏହା ଭାରତ ଉପରେ ମୋଟ ଶୁଳ୍କ ୫୦ ପ୍ରତିଶତକୁ ବୃଦ୍ଧି କରିଛି। ଟ୍ରମ୍ପ୍ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ମଧ୍ୟ ଭାରତ ବିରୁଦ୍ଧରେ କଡ଼ା ମନ୍ତବ୍ୟ ଦେଉଛନ୍ତି।


ହେଲେ ଗତକାଲି ଟ୍ରମ୍ପ ଭାରତ ପ୍ରତି ନରମ ମନୋଭାବ ଦେଖାଇବା ଆରମ୍ଭ କରିଛନ୍ତି। ହେଲେ ବି ଭାରତ ଉପରେ ଶୁଳ୍କ ଛାଡ କରାଯାଇନି। ତେଣୁ ଆଗକୁ ସମ୍ପର୍କ ସୁଧୁରିବ କି ନାହିଁ ତା ମଧ୍ୟ କହିବା ମୁସ୍କିଲ। ତେଣୁ ଏସିଆର ଏହି ୩ପ୍ରମୁଖ ଦେଶ ସହ ଟ୍ରମ୍ପ ପ୍ରଶାସନ ଏପରି ମନୋଭାବକୁ ନେଇ ଆମେରିକାବାସୀ ଚିନ୍ତିତ। କାରଣ ବନ୍ଧୁ ରାଷ୍ଟ୍ରମାନଙ୍କୁ ଧୀରେଧୀରେ ଦୂରେଇବା ଆରମ୍ଭ କରିଛନ୍ତି ଟ୍ରମ୍ପ..

Sponsored
Donald Trump strains ties with Asia, South korean Citizen Arrested in USA Hyundai Plant | Argus News