Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦିୱାଲୀରେ ଟ୍ରମ୍ପଙ୍କ ବଡ଼ ବୟାନ : ରାଷ୍ଟ୍ରପତି ହେଲେ ଭାରତ ସହ ସମ୍ପର୍କ ସୁଦୃଢ କରିବି

International

ଦିୱାଲୀରେ ଟ୍ରମ୍ପଙ୍କ ବଡ଼ ବୟାନ : ରାଷ୍ଟ୍ରପତି ହେଲେ ଭାରତ ସହ ସମ୍ପର୍କ ସୁଦୃଢ କରିବି

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଦିୱାଲୀରେ ଟ୍ରମ୍ପଙ୍କ ବଡ଼ ବୟାନ  : ରାଷ୍ଟ୍ରପତି ହେଲେ ଭାରତ ସହ ସମ୍ପର୍କ ସୁଦୃଢ କରିବି

Key Points

  • ଦିୱାଲୀରେ ଟ୍ରମ୍ପଙ୍କ ବଡ଼ ବୟାନ
  • ରାଷ୍ଟ୍ରପତି ହେଲେ ଭାରତ ସହ ସମ୍ପର୍କ ସୁଦୃଢ କରିବି
  • ମୋଦିଙ୍କୁ ବଢିଆ ପ୍ରଧାନମନ୍ତ୍ରୀ ବି କହିଲେ

ଅର୍ଗସ ବ୍ୟୁରୋ : ଆଉ ମାତ୍ର ୨ ଦିନ ପରେ ଆମେରିକାରେ ହେବ ରାଷ୍ଟ୍ରପତି ନିର୍ବାଚନ । ଏଥର ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଓ କମଲା ହାରିସଙ୍କ ମଧ୍ୟରେ ଲଢେଇ ହେଉଛି । ନିୟମ ଅନୁସାରେ ରାଷ୍ଟ୍ରପତି ନିର୍ବାଚନ ହେବା ପୂର୍ବରୁ ପ୍ରେସିଡେଣ୍ଟସିଆଲ ଡିବେଟ୍‌ ହୁଏ । ଏହି ଡିବେଟ୍‌ରେ ଉଭୟ ଉଭୟଙ୍କୁ ଟାର୍ଗେଟ୍‌ ବି କରନ୍ତି । ଠିକ୍‌ ଏହି ଭିତ୍ତିରେ ଟ୍ରମ୍ପ ଓ ହାରିସ ବି ପରସ୍ପରକୁ ଟାର୍ଗେଟ୍‌ କରିଥିଲେ । ହେଲେ ଦିୱାଲୀ ସମୟରେ ଟ୍ରମ୍ପ ନିଜ ଏକ୍ସ ପେଜ୍‌ରେ ଯାହା ଲେଖିଛନ୍ତି ତାହାକୁ ନେଇ ଏବେ ଭାରି ଚର୍ଚ୍ଚା । 

ନିର୍ବାଚନ ପୂର୍ବରୁ ଟ୍ରମ୍ପ୍‌ ହିନ୍ଦୁ ଆମେରିକୀୟଙ୍କ ସ୍ଵାର୍ଥକୁ ସୁରକ୍ଷା ଦେବାପାଇଁ ଏବଂ ଉଗ୍ର ବାମପନ୍ଥୀଙ୍କ କଟକଣା କବଳରୁ ସେମାନଙ୍କୁ ସୁରକ୍ଷା ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ହିନ୍ଦୁ-ଆମେରିକୀୟଙ୍କ ସ୍ଵାଧୀନତାକୁ ସୁରକ୍ଷା ଦେବା ଲାଗି ଏବଂ ଭାରତ ସହ ସେମାନଙ୍କ ସମ୍ପର୍କକୁ ସୁଦୃଢ଼ କରିବା ଉପରେ ଟ୍ରମ୍ପ ଗୁରୁତ୍ବାରୋପ ବି କରିଛନ୍ତି । ଏକ୍ସରେ ପୋଷ୍ଟ କରି ଟ୍ରମ୍ପ୍‌ କହିଛନ୍ତି, ‘ଉଗ୍ର ବାମପନ୍ଥୀଙ୍କ ଧର୍ମ ବିରୋଧୀ କାର୍ଯ୍ୟକ୍ରମ କବଳରୁ ଆମେ ହିନ୍ଦୁ ଆମେରିକୀୟଙ୍କୁ ସୁରକ୍ଷା ଦେବୁ । ମୋର ପ୍ରଶାସନ ଅଧୀନରେ ଆମେ ଭାରତ ସହ ସମ୍ପର୍କ ସୁଦୃଢ଼ କରିବୁ ଏବଂ ଆମର ବହୁତ ଭଲ ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସମ୍ପର୍କ ସୁଦୃଢ଼ କରିବୁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ବର୍ତ୍ତମାନର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ଉପରାଷ୍ଟ୍ରପତି କମଳା ହାରିସଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ଟ୍ରମ୍ପ । କହିଛନ୍ତି, ହିନ୍ଦୁଙ୍କ ପୀଡ଼ା ସେମାନେ କେବେ ବୁଝିନାହାନ୍ତି କି ବୁଝିବେ ନାହିଁ । ତେଣୁ ସେମାନେ ସରକାରକୁ ଆସିଲେ ବିପଦ । ପୂର୍ବରୁ ବି ହାରିସଙ୍କୁ ଟାର୍ଗେଟ୍‌ କରି କହିଥିଲେ, ଚୀନ ଓ ଋଷିଆର ରାଷ୍ଟ୍ରପତିଙ୍କ ସହ କେମିତି କଥାବାର୍ତ୍ତା କରିବାକୁ ହୁଏ ତାହା କମଳାଙ୍କୁ ଜଣାନାହିଁ । ଏମିତିକି ସେ ଯଦି ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ତାହାଲେ ତୃତୀୟ ବିଶ୍ଵଯୁଦ୍ଧ ହେବ ବୋଲି କହିବାକୁ ପଛାଇନଥିଲେ ଟ୍ରମ୍ପ । କେବଳ ଏତିକି ନୁହେଁ ବରଂ ଟ୍ରମ୍ପ୍‌ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି । ବାଂଲାଦେଶରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କ ଇସ୍ତଫା ପରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନଙ୍କ ସମେତ ବହୁ ସଂଖ୍ୟାରେ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣ ଏବଂ ସେମାନଙ୍କୁ ଯେଉଁଭଳି ଲୁଟ୍‌ପାଟ୍‌ କରାଯାଇଛି ଟ୍ରମ୍ପ୍‌ ତାକୁ ନିନ୍ଦା କରିଛନ୍ତି । ଟ୍ରମ୍ପ୍‌ କହିଛନ୍ତି, ବାଂଲାଦେଶରେ ଜୁଲାଇ ଏବଂ ଅଗଷ୍ଟ ଆନ୍ଦୋଳନ ବେଳେ ଅନେକ ହିନ୍ଦୁଙ୍କୁ ହତ୍ୟା କରାଗଲା । ଯାହା ପୁରା ବିଶ୍ଵକୁ ବ୍ୟଥିତ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ପରସ୍ପର ଉପରେ କଡ଼ା ଟିପ୍ପଣୀ ସେତିକି ବଢିଛି । ତେବେ ନଭେମ୍ବର ୫ରେ ହେବାକୁ ଥିବା ନିର୍ବାଚନରେ କିଏ ବାଜି ମାରୁଛି ? କାହା ସପକ୍ଷରେ ଭୋଟ୍‌ ପଡୁଛି ତାହା ଉପରେ ପୁରା ବିଶ୍ଵର ନଜର ।
 

Education Next Season 5
Sponsored
donald-trump | Argus News