'ଆମେରିକା ଛାଡ଼ି ପଳାଅ, ନ ହେଲେ...' ଟ୍ରମ୍ପ ଦେଲେ ଏମିତି ଧମକ

ନୂଆ ନିୟମ ଲାଗୁ କଲା ଆମେରିକା । ବିପଦରେ ସେଠାରେ ରହୁଥିବା ବିଦେଶୀ । ଆମେରିକାର ନୂଆ ନିୟମ ପ୍ରକାରେ, କୌଣସି ବିଦେଶୀ ନାଗରିକ ସେଠାରେ ୩୦ ଦିନରୁ ଅଧିକ ରହିଲେ, ସଂଘୀୟ ସରକାର ସହ ପଞ୍ଜୀକରଣ କରିବାକୁ ପଡ଼ିବ । ଯଦି କେହି ଏହି ନିୟମ ଭାଙ୍ଗେତ ତାକୁ ଜରିମାନା ଅଥବା ଜେଲ୍ ହୋଇପାରେ ।
ଏଭଳି ନିୟମ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଗୃହ ସୁରକ୍ଷା ମନ୍ତ୍ରୀ କ୍ରିଷ୍ଟି ନୋଏମ୍ ତିଆରି କରିଛନ୍ତି । ଏହା ଜରିଆରେ ଅବୈଧ ପ୍ରବାସୀଙ୍କୁ ଆମେରିକା ଦେଇଛି କଡ଼ା ବାର୍ତ୍ତା । ନିଜ ନିଜ ସାମଗ୍ରୀ ବାନ୍ଧି ଆମେରିକା ଛାଡ଼ି ଚାଲି ଯାଅ ।
ତେବେ ଆମେରିକା ଏହି ନିୟମ ପୁରୁଣା ଆଇନ୍ରୁ ଆଣିଛି । ଯେଉଁଥିରେ ୧୪ ବର୍ଷରୁ ଅଧିକ ବୟସ୍କ କୌଣସି ବିଦେଶୀ ନାଗରିକ ଆମେରିକାରେ ୩୦ ଦିନରୁ ଅଧିକ ସମୟ ରହିଲେ ପଞ୍ଜିକରଣ କରିବାକୁ ପଡ଼ିବ । ଆଉ ୨୦୨୫ ଜାନୁଆରୀରେ ଟ୍ରମ୍ପ ଏକ ନିର୍ଦ୍ଦେଶ ଉପରେ ହସ୍ତାକ୍ଷର କରି ଏହା ନିୟମକୁ ଆହୁରି ସଶକ୍ତ କରିଛନ୍ତି ।
📱 Get Argus News App
✨
ତେଣୁ, ଆମେରିକାରେ ୩୦ ଦିନରୁ ଅଧିକ ଦିନ ରହୁଥିବା କୌଣସି ବିଦେଶୀ ଏବେ ପଞ୍ଜୀକରଣ ନ କଲେ ତାଙ୍କୁ ୫ ହଜାର ଡଲାର ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ । ଏପରିକି ୩୦ ଦିନ ଜେଲ୍ ଯିବାକୁ ପଡ଼ିପାରେ । ଏଥିସହ ତାଙ୍କୁ ଦେଶରୁ ବାହାର କରି ଦିଆଯାଇପାରେ ।
ସରକାରଙ୍କ କହିବା କଥା ଲୋକେ ନିଜେ ଆମେରିକା ଛାଡ଼ି ଚାଲି ଯିବା ଲାଗି ଏହି ନିୟମ ଅଣାଯାଇଛି । ଏଥିପାଇଁ ସରକାର ନୂଆ ଫର୍ମ ଜି-୩୨୫ ଓ ଅନଲାଇନ୍ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ତେବେ ଟ୍ରମ୍ପ ସରକାରଙ୍କ ଏଭଳି ନିୟମକୁ ନେଇ ପ୍ରବାସୀ ଭୟଭୀତ ହୋଇ ପଡ଼ିବା ସହ ନାପସନ୍ଦ କରିଛନ୍ତି ।
