ଶପଥ ଗ୍ରହଣ ପରେ TikTokକୁ ନେଇ ସଂକେତ ଦେଲେ ଟ୍ରମ୍ପ, କ'ଣ କରିବେ ଏଲନ୍ ମସ୍କ ?

Key Points
ଟ୍ରମ୍ପ ଦେଇଛନ୍ତି ନୂଆ ସଂକେତ
ଟିକ୍ଟକ୍କୁ କିଣି ପାରିନ୍ତି ଏଲନ୍ ମସ୍କ
ଅର୍ଗସ ବ୍ୟୁରୋ: ଟିକ୍ଟକ୍କୁ କିଣିବେ ବିଶ୍ଵର ୧ ନମ୍ବର ଧନୀ । ସଂକେତ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଲୋକପ୍ରିୟ ସୋସିଆଲ୍ ମିଡିଆ ଆପ୍ଲିକେସନ୍ ଟିକ୍ଟକ୍କୁ ନେଇ ଚାଲିଥିବା ସସପେନ୍ସକୁ ଆହୁରି ଦୃଢ଼ୀଭୂତ କରିଛନ୍ତି ଟ୍ରମ୍ପ । ଚୀନର ଏହି ଆପ୍କୁ ନେଇ ଆମେରିକାରେ ଥମୁନି ବିବାଦ । ଏହାରି ଭିତରେ ଟ୍ରମ୍ପ ଯୋଗାଇଛନ୍ତି ନୂଆ ଖୋରା । ଟିକ୍ଟକ୍କୁ କିଣି ପାରିନ୍ତି ଟେସଲା ସିଇଓ ଏଲନ୍ ମସ୍କ ।
ପୂର୍ବରୁ ମସ୍କ ଟିକ୍ଟକ୍କୁ କିଣିବା ଲାଗି ଚର୍ଚ୍ଚା ଚାଲିଥିବା ବେଳେ ଟ୍ରମ୍ପଙ୍କ ବୟାନ ଏହି ଚର୍ଚ୍ଚାକୁ ଆହୁରି ବଳ ଦେଇଛି । ଜାନୁଆରୀ ୨୦ରେ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଟିକ୍ଟିକ୍ ଉପରେ ଲାଗିଥିବା ପ୍ରତିବନ୍ଧକକୁ ୭୫ ଦିନ ଲାଗି ହଟାଇ ଦେଇଛନ୍ତି । ବ୍ୟାନ ହଟାଇବା ସହ ଟ୍ରମ୍ପ କହିଛନ୍ତି, ଭଲ ହେବ ଯଦି ଟିକ୍ଟିକ୍ର ମୂଳ କମ୍ପାନୀ ଆପ୍ଲିକେସନର ୫୦ ପ୍ରତିଶତ ଅଂଶଧନ ଆମେରିକାକୁ ବିକି ଦେବ ।
ଟ୍ରମ୍ପଙ୍କ ଏହି ମନ୍ତବ୍ୟ ପରେ ଚର୍ଚ୍ଚା ଟିକ୍ଟିକ୍କୁ କିଣିବେ କି ଏଲନ୍ ମସ୍କ ? ତେବେ ଏନେଇ ଟ୍ରମ୍ପ କହିଛନ୍ତି, ଯଦି ମସ୍କ ଟିକ୍ଟକ୍କୁ କିଣନ୍ତି ତ ସେ ଡିଲ୍ ପାଇଁ ପ୍ରସ୍ତୁତ ଅଛନ୍ତି । ଟ୍ରମ୍ପଙ୍କ ଏହି ମନ୍ତବ୍ୟ ପରେ ଚର୍ଚ୍ଚା ଆହୁରି ଜୋର୍ ଧରିଛି ଟିକ୍ଟକ୍ର ନୂଆ ମାଲିକ ହୋଇ ପାରନ୍ତି ଏଲନ୍ ମସ୍କ ।
📱 Get Argus News App
✨ଟିକ୍ଟକ୍କୁ ନେଇ ଟ୍ରମ୍ପ କହିଛନ୍ତି, ମୁଁ ଟିକ୍ଟକ୍ର ମାଲିକଙ୍କ ସହ ମୂଲଚାଲ କରିଛି । ଯଦି ଟିକ୍ଟକ୍କୁ ଅନୁମତି ନ ମିଳେ ତ ବେକାର ଯିବ ଅନୁମତି ମିଳିଲେ ଏହାର ମୂଲ୍ୟ ୧ ଟ୍ରିଲିଅନ୍ ପାଖାପାଖି ହେବ । ତେଣୁ କୌଣସି ଆମେରିକୀୟ ଟିକ୍ଟକ୍କୁ କିଣି ନିଅନ୍ତୁ । କିଣିବା ପରେ ଆମେ ଟିକ୍ଟକ୍ ପରିଚାଳନା ଓ ବ୍ୟବହାର ନେଇ ଅନୁମତି ଦେବୁ ।
ଏପରିକି ଆମେରିକା ଭୋଟ୍ରେ ଟିକ୍ଟକ୍ର ଗୁରୁତ୍ଵ ଥିବା କହିଛନ୍ତି ଟ୍ରମ୍ପ । ସେ କହିଛନ୍ତି, ଟିକ୍ଟକ୍ ଲାଗି ତାଙ୍କୁ ଯୁବବର୍ଗ ଭୋଟ୍ ଦେଇଛନ୍ତି । ମୋତେ ଲାଗୁଛି ମୁଁ ଟିକ୍ଟକ୍ ଜରିଆରେ ନିର୍ବାଚନ ଜିତିଛି । ଏଥିପାଇଁ ମୋ ହୃଦୟରେ ଟିକ୍ଟକ୍ ଲାଗି ସ୍ଵତନ୍ତ୍ର ସ୍ଥାନ ରହିଛି ।
ସୂଚନା ଅନୁସାରେ, ଆମେରିକାରେ ପ୍ରାୟ ୧୭ କୋଟି ସକ୍ରିୟ ଟିକ୍ଟକ୍ର ବ୍ୟବହାରକାରୀ ଅଛନ୍ତି । ପୂର୍ବରୁ ସୁରକ୍ଷା କାରଣକୁ ନେଇ ଆମେରିକା ଟିକ୍ଟକ୍ର ମୂଳ କମ୍ପାନୀ ବାଇଟଡ୍ୟାନ୍ସକୁ ଆପ୍ଲିକେସନ୍ ବିକ୍ରି ଲାଗି କହିଥିଲା । ଏହାପରେ ମସ୍କଙ୍କୁ ଟିକ୍ଟକ୍ ବିକ୍ରି ଲାଗି ଚୀନ ଅଧିକାରୀଙ୍କ ସହ ପ୍ରାରମ୍ଭିକ ଆଲୋଚନା ବି ହୋଇଥିଲା । ତେବେ ରିପୋର୍ଟ ଅନୁସାରେ, କମ୍ପାନୀ ଏହାକୁ ପ୍ରତ୍ୟାଖ୍ୟାନ କରିଛି ।