ରେସିପ୍ରୋକାଲ୍ ଟାରିଫକୁ ନେଇ ବଡ଼ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ୍

ରେସିପ୍ରୋକାଲ୍ ଟାରିଫକୁ ନେଇ ବଡ଼ ଘୋଷଣା କଲେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ଭାରତ ଉପରେ ଲଗାଇଲେ 26 ପ୍ରତିଶତ ଟାରିଫ୍। କହିଲେ ଏବେ ସମୃଦ୍ଧ ହେବାର ସମୟ ଆସିଛି। ପୁଣି ଆମେରିକାକୁ କରିବା ମହାନ, ପୁଣି ଫେରିବେ କମ୍ପାନୀ ଓ ଚାକିରି,ଭାରତ, ମେକ୍ସିକୋ, ଭିଏତନାମ ଭଳି ଦେଶର ଅର୍ଥବ୍ୟବସ୍ଥା ପ୍ରଭାବିତ ହେବା ଆଶଙ୍କା ।
ରେସିପ୍ରୋକାଲ୍ ଟାରିଫକୁ ନେଇ ବଡ଼ ଘୋଷଣା କଲେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ଭାରତ ଉପରେ ଲଗାଇଲେ ୨୬ ପ୍ରତିଶତ ଟାରିଫ୍। ଏଣିକି ଆମେରିକାକୁ ଜିନିଷ ରପ୍ତାନୀ କରିବା ମହଙ୍ଗା ହେବ। ଟାରିଫ ଲାଗୁ କରି ୬୦୦ ବିଲିୟନ୍ ଡଲାର ରୋଜଗାର କରିବାକୁ ଯୋଜନା ରଖିଛି । ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ପାଉଥିବାବେଳେ ଟ୍ରମ୍ପଙ୍କ ନୂଆ ଟାରିଫ ଏବେ ବିଶ୍ବର ସବୁ ରାଷ୍ଟ୍ରକୁ ଆର୍ଥିକ କ୍ଷେତ୍ରରେ ପ୍ରଭାବିତ କରିବା ଆଶଙ୍କା ଦେଖାଦେଇଛି ।
ଏ ଅବସରରେ ଟ୍ରମ୍ପ କହିଛନ୍ତି ଏବେ ସମୃଦ୍ଧ ହେବାର ସମୟ ଆସିଛି। ପୁଣି ଆମେରିକାକୁ କରିବା ମହାନ, ପୁଣି ଫେରିବେ କମ୍ପାନୀ ଓ ଚାକିରି। ଭାରତ, ମେକ୍ସିକୋ, ଭିଏତନାମ ଭଳି ଦେଶର ଅର୍ଥବ୍ୟବସ୍ଥା ପ୍ରଭାବିତ ହେବା ଆଶଙ୍କା। ରାଷ୍ଟ୍ରପତି ଟ୍ରମ୍ପଙ୍କ ଘୋଷଣା ଅନୁସାରେ, ଚୀନ ଉପରେ ୩୪ ପ୍ରତିଶତ, ୟୁରୋପିୟ ସଂଘ ଉପରେ ୨୦ ପ୍ରତିଶତ, ଜାପାନ ଉପରେ ୨୪ ପ୍ରତିଶତ, ଦକ୍ଷିଣ କୋରିଆ ଉପରେ ୨୫ ପ୍ରତିଶତ, ସ୍ବିଜରଲାଣ୍ଡ ଉପରେ ୩୧ ପ୍ରତିଶତ, ତାଇଓ୍ବାନ ଉପରେ ୩୨ ପ୍ରତିଶତ, ମାଲେସିଆ ଉପରେ ୨୪ ପ୍ରତିଶତ ପ୍ରତିଶତ ଟାରିଫ ଲଗାଯାଇଛି।