Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Donald Trump: ଯେତେ ବାଡ଼େଇ ଛାଟି ହେଲେ ବି ଟ୍ରମ୍ପଙ୍କ କଥାକୁ କେହି ଦେଉନାହାନ୍ତି ଗୁରୁତ୍ୱ !

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·3 min read
Donald Trump: ଯେତେ ବାଡ଼େଇ ଛାଟି ହେଲେ ବି ଟ୍ରମ୍ପଙ୍କ କଥାକୁ କେହି ଦେଉନାହାନ୍ତି ଗୁରୁତ୍ୱ !

Key Points

ବଡ଼ କଥା ହେଲା, ହାତ ଗଣତି କିଛି ଦେଶ ଛାଡ଼ିଦେଲେ । ଅନ୍ୟ କୌଣସି ଦେଶ ଟ୍ରମ୍ପଙ୍କ ଏଭଳି ଦାବିକୁ ଗୁରୁତ୍ୱର ସହ ମଧ୍ୟ ନେଉ ନାହାନ୍ତି ।

ଅକ୍ଟୋବର ମାସରେ ବିଜେତା ଘୋଷଣା ପାଇଁ ନୋବେଲ ପୁରସ୍କାର କମିଟି ଅଣ୍ଟା ଭିଡ଼ୁଥିବା ଜଣାପଡ଼ିଛି ।

ଭାରତ-ଆମେରିକା ମଧ୍ୟରେ ଚାଲିଥିବା ଟାରିଫ୍‌ ଓ୍ୱାର କଥା ଏବେ ସାରା ବିଶ୍ୱ ଜାଣିଛି । କାରଣ ଅଆମେରିକା ଯେ କେବଳ ଭାରତକୁ ଟାରିଫ ଆଟାକ୍‌ କରିଛି ତାହା ନୁହେଁ, ବରଂ ବିଶ୍ୱର ବିଭିନ୍ନ ଦେଶ ଉପରେ ଏଭଳି ଟାରିଫ ଲଗାଇଛି । ତେବେ ଏହା ଆମେରିକାକୁ କେତେ ଫାଇଦା ଦେଉଛି, କେତେ କ୍ଷତି କରାଇବ ତାହା ତ ସମୟ କହିବ ।

ହେଲେ ଏହାରି ଭିତରେ ଟ୍ରମ୍ପଙ୍କ ପାଗଳାମୀକୁ ନେଇ ଆଉ ଏକ ଖବର ମଧ୍ୟ ସାମ୍ନାକୁ ଆସିଛି । ଆଉ ତାହା ହେଲା ନୋବେଲ ଶାନ୍ତି ପୁରସ୍କାର । ଟ୍ରମ୍ପ ଚାହୁଁଛନ୍ତି ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଉ । ସେ ବିଭିନ୍ନ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିଥିବା ଦାବି କରୁଛନ୍ତି । ଆଉ ଏହି କାରଣରୁ ସେ ନୋବେଲ ଶାନ୍ତି ପୁରସ୍କାର ପାଇବାର ହକ୍‌ଦାର ବୋଲି ମଧ୍ୟ ସେ ଦାବି କରି ଆସୁଛନ୍ତି । ସବୁଠାରୁ ବଡ଼ କଥା ହେଲା, ହାତ ଗଣତି କିଛି ଦେଶ ଛାଡ଼ିଦେଲେ, ଅନ୍ୟ କୌଣସି ଦେଶ ଟ୍ରମ୍ପଙ୍କ ଏଭଳି ଦାବିକୁ ଗୁରୁତ୍ୱର ସହ ମଧ୍ୟ ନେଉ ନାହାନ୍ତି ।

ହେଲେ ଟ୍ରମ୍ପ ଓ ଟ୍ରମ୍ପଙ୍କ ସହଯୋଗୀ ଏହି ପୁରସ୍କାର ପାଇବା ପାଇଁ ଏତେ ବ୍ୟାକୁଳ ଯେ, ସେମାନେ ଲବି କରିବା ଓ ନୋବେଲ କମିଟି ଉପରେ ଚାପ ପକାଇବା ଭଳି କାମ ଆରମ୍ଭ କଲେଣି । ଏହି ପୁରସ୍କାର ପାଇଁ ଟ୍ରମ୍ପ ବିଭିନ୍ନ ସ୍ତରରେ ପହଞ୍ଚିସାରିଲେଣି । ଏମିତି ଟ୍ରମ୍ପ କ୍ୟାବିନେଟ୍‌ର ସଦସ୍ୟମାନେ ଟ୍ରମ୍ପଙ୍କ ସମର୍ଥନରେ ଖୋଲା ଖୋଲି ଭିଡିଓ ରେକର୍ଡ କରି, ସୋସିଆଲ ମିଡିଆରେ ପୋଷ୍ଟ କଲେଣି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଆସନ୍ତା ଅକ୍ଟୋବର ମାସରେ ବିଜେତା ଘୋଷଣା ପାଇଁ ନୋବେଲ ପୁରସ୍କାର କମିଟି ଅଣ୍ଟା ଭିଡ଼ୁଥିବା ଜଣାପଡ଼ିଛି । ଟ୍ରମ୍ପଙ୍କ ସ୍ବତନ୍ତ୍ର ଦୂତ ଷ୍ଟିଭ୍ ୱିଟ୍‌କଫ୍ କହିଛନ୍ତି, ‘ମୁଁ କେବଳ ଗୋଟିଏ ଜିନିଷ ଚାହୁଁଛି ଯେ, ନୋବେଲ କମିଟି ଆପଣ (ଟ୍ରମ୍ପ)ଙ୍କୁ ଏକମାତ୍ର ଶ୍ରେଷ୍ଠ ପ୍ରାର୍ଥୀ ବୋଲି ଅନୁଭବ କରୁ। ଏହି କ୍ଲିପ୍ ଏବେ ଭାଇରାଲ ହେବାରେ ଲାଗିଛି। ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତିଙ୍କ ସମସ୍ତ ଲୋକ ତାଙ୍କୁ ପ୍ରଶଂସା କରିଥିଲେ। ରାଷ୍ଟ୍ରପତିଙ୍କ ଲୋକମାନଙ୍କ କଥା ଛାଡ଼ନ୍ତୁ, ରାଷ୍ଟ୍ରପତି ସ୍ବୟଂ ନୋବେଲ ଶାନ୍ତି ପୁରସ୍କାର ପାଇଁ ଏତେ ବ୍ୟାକୁଳ ଯେ, ଖୋଲାଖୋଲି ଭାବେ ଏହା ପ୍ରକାଶ କରୁଛନ୍ତି। ନରୱେ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ଟ୍ରମ୍ପ ଗତ ମାସରେ ନରୱେର ଅର୍ଥମନ୍ତ୍ରୀଙ୍କୁ ଫୋନ୍ କରି ନାମାଙ୍କନ ବିଷୟରେ ପଚାରିଥିଲେ ଏବଂ ଶୁଳ୍କ ବିଷୟରେ ଆଲୋଚନା କରିଥିଲେ।

ଟ୍ରମ୍ପ କେବଳ କୌଣସି ଅଞ୍ଚଳରେ ସ୍ଥାୟୀ ଶାନ୍ତି ଆଣିବାରେ ବିଫଳ ହୋଇନାହାନ୍ତି ବରଂ ଇରାନ ଉପରେ ବୋମାମାଡ଼ରେ ଭାଗ ନେଇଛନ୍ତି। ଆମେରିକୀୟ ନାଗରିକଙ୍କ ବିରୋଧରେ ସୈନ୍ୟ ମୁତୟନ କରି ସେ ରାଜ୍ୟମାନଙ୍କ ପାଇଁ ଯୁଦ୍ଧ ଆଣିଛନ୍ତି ଏବଂ ଆମେରିକାର ପ୍ରତିରକ୍ଷା ବିଭାଗକୁ ଯୁଦ୍ଧ ବିଭାଗ ନାମରେ ନାମିତ କରିବାକୁ ଯୋଜନା କରିଛନ୍ତି। ରୁଷ୍‌-ୟୁକ୍ରେନ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କ ଅନର୍ଥକାରୀ ନୀତି ଏବେ ପଦାରେ ପଡ଼ିଯାଇଛି। ଭାରତ-ପାକିସ୍ତାନ ଯୁଦ୍ଧବିରତିର ଶ୍ରେୟ ଦାବି କରି ଟ୍ରମ୍ପ ଗୋଟିଏ ପରେ ଗୋଟିଏ ଡାହା ମିଛ କହିଚାଲିଛନ୍ତି। ଶାନ୍ତି, କୂଟନୀତି କିମ୍ବା ସଂଘର୍ଷ ସମାଧାନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଥିବା ବ୍ୟକ୍ତି ବିଶେଷ କିମ୍ବା ସଂଗଠନକୁ ନୋବେଲ ଶାନ୍ତି ପୁରସ୍କାର ଦିଆଯାଏ। କିନ୍ତୁ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପ ଯୋଗ୍ୟ କି ବୋଲି ସମାଲୋଚକମାନେ ପ୍ରଶ୍ନ କରିଛନ୍ତି।

କାଲିଫର୍ଣ୍ଣିଆ ଗଭର୍ଣ୍ଣର ଗାଭିନ୍ ନ୍ୟୁସମ୍ କହିଛନ୍ତି, ଟ୍ରମ୍ପ ନିଜ ଲୋକଙ୍କ ବିରୋଧରେ ସୈନ୍ୟ ମୁତୟନ କରି ନୋବେଲ ଶାନ୍ତି ପୁରସ୍କାର ଚାହୁଛନ୍ତି। ସେ ଶାନ୍ତି ଆଣିନାହାନ୍ତି, ଯୁଦ୍ଧକ୍ଷେତ୍ରକୁ ଘରକୁ ଆଣିଛନ୍ତି ବୋଲି ସେ କହିଛନ୍ତି। ନୋବେଲ ଶାନ୍ତି ପୁରସ୍କାର ପାଇଁ ବିଶ୍ବର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିଙ୍କ ଏଭଳି ନିର୍ଲଜ୍ଜ ପ୍ରୟାସ ବିଶ୍ବବ୍ୟାପୀ ପ୍ରତିକ୍ରିୟା ସୃଷ୍ଟି କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Donald Trump Nobel Peace Prize Comment Raises Eyebrows | Argus News