Videos
|
International

ମୋଦିଙ୍କ ପ୍ରଶଂସାରେ ଶତମୁଖ ଟ୍ରମ୍ପ : କହିଲେ, ମୋଦିଙ୍କ ବ୍ୟକ୍ତିତ୍ଵ ଚମତ୍କାର

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ମୋଦିଙ୍କ ପ୍ରଶଂସାରେ ଶତମୁଖ ଟ୍ରମ୍ପ : କହିଲେ, ମୋଦିଙ୍କ ବ୍ୟକ୍ତିତ୍ଵ ଚମତ୍କାର

Key Points

  • ମୋଦିଙ୍କ ପ୍ରଶଂସାରେ ଶତମୁଖ ଟ୍ରମ୍ପ
  • କହିଲେ, ମୋଦିଙ୍କ ବ୍ୟକ୍ତିତ୍ଵ ଚମତ୍କାର
  • ଭାରତର ବିକାଶ ପଛରେ ମୋଦିଙ୍କ ହାତ

ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ପ୍ରଶଂସା କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ଏବେର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ଏକ ସାକ୍ଷାତକାର ବେଳେ କହିଛନ୍ତି, ମୋଦିଙ୍କ ବ୍ୟକ୍ତିତ୍ଵ ଚମତ୍କାର । ମୋଦି ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଭାରତ ଅସ୍ଥିର ଥିଲା । ହେଲେ ସେ ଆସିବା ପରେ ଭାରତର ଯେଉଁ ପରି ବିକାଶ ହୋଇଛି ତାହା କାହାକୁ ବି ଅଛପା ନାହିଁ । ଖାଲି ଏତିକି ନୁହେଁ ବରଂ ବାହାରୁ ସେ ଜଣେ ପିତା ସଦୃଶ ଦେଖାଯାଆନ୍ତି ବୋଲି କହିବାକୁ ବି ସେ ପଛାଇ ନାହାନ୍ତି । 

ନଭେମ୍ବରରେ ହେବାକୁ ଯାଉଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଯେହେତୁ ବିଶ୍ଵର ସବୁଠାରୁ କ୍ଷମତାଶାଳୀ ରାଷ୍ଟ୍ରର ନିର୍ବାଚନ ହେବାକୁ ଯାଉଛି ତେଣୁ ପ୍ରାର୍ଥୀଙ୍କ ବୟାନକୁ ନେଇ ଚର୍ଚ୍ଚା ଲାଗିବା ସ୍ଵାଭାବିକ । ସେଇଥି ଲାଗି ତ ଏକ ପୋଡକାଷ୍ଟ କାର୍ଯ୍ୟକ୍ରମରେ ଟ୍ରମ୍ପ ଦେଇଥିବା ବୟାନ ଏବେ ଚର୍ଚ୍ଚାରେ । ସେ କହିଛନ୍ତି, ମୋଦୀ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଭାରତ ଅତ୍ୟନ୍ତ ଅସ୍ଥିର ଥିଲା। ମୋଦୀଙ୍କ ଭଳି ଜଣେ ଦକ୍ଷ ନେତା ସବୁଦିଗରୁ ଭାରତର ବିକାଶ କରିଛନ୍ତି । ବାହାରୁ ସେ  ଜଣେ ପିତା ଭଳି ଦେଖାଯାଆନ୍ତି । ମୋଦି ଜଣେ ଶ୍ରେଷ୍ଠ ମଣିଷ ଓ ଜଣେ ଶକ୍ତିଶାଳୀ ନେତା ।  

୨୦୧୯ରେ ଆମେରିକାର ଟେକ୍ସାସର ହ୍ୟୁଷ୍ଟନରେ ଆୟୋଜିତ ‘ହାଉଡି ମୋଦୀ’ କାର୍ଯ୍ୟକ୍ରମକୁ ସାକ୍ଷାତକାର ସମୟରେ ମନେ ପକାଇଛନ୍ତି ଟ୍ରମ୍ପ୍ । ସେହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭାରତୀୟ-ଆମେରିକୀୟ ଯୋଗ ଦେଇଥିଲେ ।  ପାଖାପାଖି ୮୦,୦୦୦ ଲୋକ ଥିଲେ ଏବଂ ଏହା ଆଶ୍ଚର୍ଯ୍ୟଜନକ ଥିଲା । ମୁଁ ହୁଏତ ଆଜି ତାହା କରିପାରିବି ନାହିଁ ବୋଲି ଟ୍ରମ୍ପ୍‌ କହିଛନ୍ତି । ଏହାସହ ମୋଦିଙ୍କ ସହ ତାଙ୍କର ସମ୍ପର୍କ କେମିତି ସେନେଇ ବି ବୟାନ ରଖିଛନ୍ତି । ତାଙ୍କର ‘ଦୃଢ଼ ସମ୍ପର୍କ’ ବିଷୟରେ କହିବା ସହ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସମୟରେ ହୋଇଥିବା କଥାବାର୍ତ୍ତାକୁ ମନେ ପକାଇଥିଲେ । କିଛି ସମୟରେ କେହି ଭାରତକୁ ଧମକ ଦେଉଥିଲା ଏବଂ ମୁଁ ମୋଦୀଙ୍କୁ କହିଥିଲି, ‘ମୋତେ ସାହାଯ୍ୟ କରିବାକୁ ଦିଅନ୍ତୁ, କାରଣ ମୁଁ ଏହା ଭଲରେ କରିପାରିବି। କିନ୍ତୁ ମୋଦୀ ଦୃଢ଼ ଜବାବ ଦେଇ କହିଥିଲେ, ମୁଁ ଏହାକୁ ସମ୍ଭାଳିବି ଏବଂ ଆବଶ୍ୟକ ପଡ଼ିଲେ କିଛି ବି କରିବି । ଶହଶହ ବର୍ଷ ଧରି ଆମେ ସେମାନଙ୍କୁ ଶିକ୍ଷା ଦେଇଛୁ । ମୋଦିଙ୍କ ଏପରି ବୟାନକୁ ନେଇ ମୁଁ ଆଶ୍ଚର୍ଯ୍ୟ ହୋଇଥିଲି ବୋଲି କହିଛନ୍ତି ଟ୍ରମ୍ପ ।

କହିରଖୁଛୁ, ସେପ୍ଟମ୍ବର ୨୧ରୁ ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ ବି ବୟାନ ରଖିଥିଲେ ଟ୍ରମ୍ପ । କହିଥିଲେ, ମୁଁ ନିଶ୍ଚୟ ମୋଦିଙ୍କୁ ସାକ୍ଷାତ କରିବି । ମୋଟ୍‌ ଉପରେ ଆମେରିକାର ରାଷ୍ଟ୍ରପତି ଥିବା ବେଳେ ଭାରତ ଗସ୍ତରେ ଆସିଥିଲେ ଟ୍ରମ୍ପ । ମୋଦି ବି ତାଙ୍କୁ ଏକ ଭଲ ବନ୍ଧୁ କହିବା ସହ ଜୋରଦାର ସ୍ଵାଗତ କରିଥିଲେ ।  ହେଲେ ଏବେ ଟ୍ରମ୍ପ ଯେଉଁପରି ବୟାନ ଦେଇଛନ୍ତି ତାହାକୁ ନେଇ ଚର୍ଚ୍ଚା ଜୋର ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: