Videos
|
International

International Update / ଭାରତ ପାକ୍ ଯୁଦ୍ଧ ମୁଁ ବନ୍ଦ କରିଛି: ଡୋନାଲ୍ଡ ଟ୍ରମ୍ପ

Banajyotshna Ray
Browse all articles by Banajyotshna Ray
·11 months ago·2 min read
ଭାରତ ପାକ୍ ଯୁଦ୍ଧ ମୁଁ ବନ୍ଦ କରିଛି: ଡୋନାଲ୍ଡ ଟ୍ରମ୍ପ

Key Points

ପୁଣି ଭାରତ ରୁଷ୍ ଅଏଲ୍ ଟ୍ରେଡ୍ କୁ ଟ୍ରମ୍ପଙ୍କ ଆଟାକ୍
କହିଲେ ଭାରତ ଋଷଠାରୁ ତେଲ କିଣିବନି
ପୁଣିଥରେ କହିଲେ ଭାରତ ପାକ୍ ଯୁଦ୍ଧ ମୁଁ ବନ୍ଦ କରିଛି
ଋଷ ୟୁକ୍ରେନ୍ ଯୁଦ୍ଧ ବନ୍ଦ ନେଇ ଟ୍ରମ୍ପ ଜେଲେସ୍କି ଆଲୋଚନା
ପୁଣିଥରେ ଟ୍ରମ୍ପଙ୍କ ସେଇ ସମାନ କଥା। ବାରମ୍ବାର ଭାରତ ଠାରୁ ପ୍ରତ୍ୟାଖାନ ପରେ ବି ଋଷଠାରୁ ଭାରତ ତେଲ କିଣିବନିର ରାଗ ଧରିଛନ୍ତି ଟ୍ରମ୍ପ। ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନେସ୍କି ଙ୍କ ସହିତ ଓଭାଲ ଅଫିସ୍ ମିଟିଂ ପରେ ପ୍ରେସ ବିବୃତ୍ତିରେ ଭାରତ ରୁଷ୍ ଠାରୁ ତେଲ କିଣିବେନି ବୋଲି ପୁଣି କହିଛନ୍ତି ଟ୍ରମ୍ପ। ପୂର୍ବରୁ ଭାରତକୁ ରୁଷିଆନ୍ ତେଲ କିଣିବା ବନ୍ଦ କରିବାକୁ ଚାପ ଦେଉଥିଲେ। ଅକ୍ଟୋବର ୧୭ ତାରିଖରେ ସେ ଏହାକୁ ଏକ ସ୍ପଷ୍ଟ ଅଲ୍ଟିମେଟମ୍ ଭାବରେ ପ୍ରକାଶ କରି ଭାରତ ରୁଷ୍ ଠାରୁ ତେଲ କିଣିବା ଶୀଘ୍ର ବନ୍ଦ କରିବ ବୋଲି ପୁଣି କହିଛନ୍ତି।

ନିକଟରେ ଗାଜାରେ ପ୍ରଥମ ପର୍ଯ୍ୟାୟ ଯୁଦ୍ଧ ବନ୍ଦ କରି ସଫଳ ହୋଇଥିବା ଟ୍ରମ୍ପ ଯୁଦ୍ଧରେ ମଧ୍ୟସ୍ତି ସାଜିବାକୁ ନେଇ ଅଧିକ ଉତ୍ସାହିତ ଥିବାର ପ୍ରମାଣ ପୁଣିଥରେ ଦେଇଛନ୍ତି। ପୁଣିଥରେ ଭାରତ ପାକିସ୍ତାନ ଯୁଦ୍ଧ ବନ୍ଦ କରିଛନ୍ତି ବୋଲି ବାହୋସ୍ପଟ ମାରିଛନ୍ତି ଟ୍ରମ୍ପ। ରୱାଣ୍ଡା-କଙ୍ଗୋରୁ ନେଇ ଭାରତ ପାକିସ୍ତାନ ଯାଏଁ ବିଶ୍ବବ୍ୟାପୀ 8ଟି ଯୁଦ୍ଧ ବନ୍ଦ କରିଛନ୍ତି ବୋଲି ପୁଣି କହିଛନ୍ତି ଟ୍ରମ୍ପ । ଏତେ କିଛି କରି ମଧଯ ତାଙ୍କୁ ନୋବେଲ୍ ପୁରସ୍କାର ମିଳିନି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ।

ତେବେ ରୁଷ ଯୁକ୍ରେନ୍ ଯୁଦ୍ଧ ବନ୍ଦ କରିବା ନେଇ ପ୍ରଥମେ ପୁଟିନ୍ ଙ୍କ ସହ ଫୋନ୍ ରେ ଆଲୋଚନା ପରେ ଯୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କକି ଏବଂ ତାଙ୍କ ପ୍ରତିନିଧୀ ମଣ୍ଡଳ ସହିତ ଆଲଚନା କରିଥିଲେ ଟ୍ରମ୍ପ। ଏହି ଅବସରରେ ବହୁଶୀଘ୍ର ପୁଟିନ୍ ଏବଂ ଜେଲେନସ୍କକି ଯୁଦ୍ଧ ବନ୍ଦ ଆଲଚନା ସପକ୍ଷରେ ପଦକ୍ଷେପ ନେବେ ବୋଲି କହିଛନ୍ତି ଟ୍ରମ୍ପ ।

ପୂର୍ବରୁ ଭାରତ କୁ ରୁଷ୍ ଠାରୁ ତେଲ ନକିଭିବାକୁ ଚାପ ପକାଇ ଆସୁଥିନା ନେଳେ ଅକ୍ଟୋବର ୧୭ ତାରିଖରେ ଟ୍ରମ୍ପ ଏହାକୁ ଏକ ସ୍ପଷ୍ଟ ଅଲ୍ଟିମେଟମ୍ ଭାବରେ ପ୍ରକାଶ କରିଛନ୍ତି। ଭାରତ ଋଷ ଠାରୁ ତେଲ କିଣିବା ଶୀଘ୍ର ବନ୍ଦ କରିବ ବୋଲି ପୁଣିଥର କହିଛନ୍ତି। ତେବେ ଟ୍ରମ୍ପଙ୍କ ଏହି ଦବାବ ରୁସ-ଇଉକ୍ରେନ୍ ଯୁଦ୍ଧରେ ଋଷକୁ ଅର୍ଥନୈତିକ ଚାପ ଦେବାର ଆମେରିକା କଠୋର ନୀତିର ଅଂଶ। କିନ୍ତୁ ଭାରତର ବୈଦେଶିକ ମନ୍ତ୍ରାଳୟ ପୂର୍ବରୁ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି। ଡୋନାଲ୍ଡ ଟ୍ରମ୍ପଙ୍କ ବକ୍ତବ୍ୟ ସତ୍ତ୍ୱେ ଅକ୍ଟୋବରର ପ୍ରଥମ ସପ୍ତାହରେ ଭାରତ ଋଷରୁ ଅଶୋଧିତ ତୈଳ ଆମଦାନୀକୁ ଦୃଢ଼ କରିଥିଲା। ତେବେ ପୁନର୍ବାର ଟ୍ରମ୍ପଙ୍କ ଋଷଠାରୁ ଭାରତ ତେଲ ନକିଣିବା ନେଇ ବୟାନ ପରେ ଦୁଇ ଦେଶର ସମ୍ପର୍କରେ ପୁଣିଥରେ ପ୍ରଶ୍ନ ଚିହ୍ନ ଦେଖାଦେଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ବିଦେଶ ଖବର:

Related Topics

Explore more stories

International Update | Donald Trump Claims: “I Stopped India-Pakistan War” | Argus News | Argus News