Trump vs Xi Jinping / ଟ୍ରମ୍ପଙ୍କୁ ଡାଇରେକ୍ଟ ଚେତାବନୀ ଦେଲେ ଜିନ୍ପିଙ୍ଗ୍ !

Key Points
ଗ୍ରୀନ୍ ଲାଣ୍ଡକୁ ନେଇ ଆମେରିକା ଚୀନ୍ ମୁହାଁମୁହିଁ । ଟ୍ରମ୍ପଙ୍କ ଗ୍ରୀନଲ୍ୟାଣ୍ଡ କିଣିବା ଜିଦ୍ ଏବଂ ୟୁରୋପୀୟ ସହଯୋଗୀଙ୍କ ଉପରେ ଟାରିଫ୍ ଲଗାଇବା ଧମକ ବିଶ୍ୱ ରାଜନୀତିରେ ହଇଚଇ ସୃଷ୍ଟି କରିଥିବା ବେଳେ ଟ୍ରମ୍ପଙ୍କୁ କାଉଣ୍ଟର କରିବା ପାଇଁ ଚୀନ୍ ଏବେ ପ୍ଲାନ୍-ବି ପ୍ରସ୍ତୁତ କରିଛି.. ଯାହା ଆଗାମୀ ଦିନରେ ଆମେରିକାର ଚିନ୍ତା ବଢ଼ାଇବାକୁ ଯାଉଛି।
ଚୀନ୍ ଏବେ ଆମେରିକା ଓ ୟୁରୋପ ମଧ୍ୟରେ ସୃଷ୍ଟି ହୋଇଥିବା ଫାଟର ସୁଯୋଗ ନେଇ ନିଜର ବାଣିଜ୍ୟିକ ସମ୍ପର୍କ ବଢ଼ାଇବା ସହ ଆର୍କଟିକ ଅଞ୍ଚଳରେ ପତିଆରା ବିସ୍ତାର କରୁଛି। ଯେଉଁଠି ଟ୍ରମ୍ପ ନିଜର ବନ୍ଧୁ ଦେଶମାନଙ୍କୁ ଟାରିଫ୍ ଧମକ ଦେଇ ଦୂରେଇ ଦେଉଛନ୍ତି, ସେଠାରେ ଚୀନ୍ ସେମାନଙ୍କ ପାଇଁ ଏକ ବିକଳ୍ପ ବଜାର ଓ ସହଯୋଗୀ ଭାବେ ଉଭା ହେଉଛି।
ଚୀନ୍ ନିଜକୁ Near-Arctic State ବୋଲି ଘୋଷଣା କରିସାରିଛି।ଗ୍ରୀନଲ୍ୟାଣ୍ଡରେ ଚୀନର କମ୍ପାନୀଗୁଡ଼ିକ Rare Earth Minerals ପାଇଁ ବହୁ ପୂର୍ବରୁ ନିବେଶ କରିସାରିଛନ୍ତି। ଯେତେବେଳେ ଆମେରିକା ଗ୍ରୀନଲ୍ୟାଣ୍ଡକୁ ନେଇ ବ୍ୟସ୍ତ ରହିଛି, ଚୀନ୍ ଅତି ଦ୍ରୁତ ଗତିରେ ନିଜର ଯୁଦ୍ଧ ଜାହାଜ ସଂଖ୍ୟା ବଢ଼ାଉଛି। ନିକଟରେ ଚୀନ୍ର ତୃତୀୟ ଏୟାରକ୍ରାଫ୍ଟ କ୍ୟାରିୟର ଫୁଜିଆନ କାର୍ଯ୍ୟକ୍ଷମ ହୋଇଛି, ଯାହା ଆମେରିକାର ସାମୁଦ୍ରିକ ଶକ୍ତିକୁ ସିଧାସଳଖ ଆହ୍ୱାନ ଦେଉଛି ।
ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଗ୍ରୀନଲ୍ୟାଣ୍ଡକୁ ଆମେରିକାରେ ମିଶାଇବା ପାଇଁ ତାଙ୍କର ଦାବିକୁ ତୀବ୍ର କରିଛନ୍ତି । ସେ ସୋସିଆଲ ମିଡିଆରେ ଏମିତି ଏକ ମାନଚିତ୍ର ସେୟାର କରିଛନ୍ତି, ଯେଉଁଥିରେ ସେ ଗ୍ରୀନଲ୍ୟାଣ୍ଡ, କାନାଡ଼ା ଏବଂ ଭେନେଜୁଏଲାକୁ ଆମେରିକାର ଅଞ୍ଚଳ ଭାବରେ ଦର୍ଶାଇଛନ୍ତି । ଏହି ପଦକ୍ଷେପ ଆମେରିକା ଏବଂ ଏହାର ସହଯୋଗୀ ଦେଶମାନଙ୍କ ମଧ୍ୟରେ ଏକ ନୂତନ ବିବାଦ ସୃଷ୍ଟି କରିଛି ।
ନାଟୋ ସହଯୋଗୀ ଦେଶମାନଙ୍କୁ ସମାଲୋଚନା
ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଅନେକ ନାଟୋ ନେତା ଓଭାଲ ଅଫିସରେ ବସିଥିବା ଦେଖାଯାଇଛି । ଫଟୋ ପଛରେ ଏକ ପରିବର୍ତ୍ତିତ ମାନଚିତ୍ରରେ ଗ୍ରୀନଲ୍ୟାଣ୍ଡକୁ ଆମେରିକାର ଅଂଶ ଭାବରେ ଦର୍ଶାଯାଇଛି । ଫଟୋରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଓ ମେଲୋନି, ବ୍ରିଟିଶ ପ୍ରଧାନମନ୍ତ୍ରୀ କାଇର ଷ୍ଟାରମର ଏବଂ ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର ଲେଏନ୍ ଅନ୍ତର୍ଭୁକ୍ତ ।
ପୂର୍ବରୁ ଟ୍ରମ୍ପ ଦାବି କରିଥିଲେ ଯେ ୟୁରୋପୀୟ ସଂଘ ଗ୍ରୀନଲ୍ୟାଣ୍ଡକୁ ବିରୋଧ କରିବ ନାହିଁ । ଫ୍ଲୋରିଡାରେ ଭାଷଣ ଦେଇ ସେ କହିଥିଲେ ଯେ ଋଷ ଏବଂ ଚୀନର ବର୍ଦ୍ଧିତ ପ୍ରଭାବକୁ ମୁକାବିଲା କରିବା ପାଇଁ ଗ୍ରୀନଲ୍ୟାଣ୍ଡ ଆମେରିକାର ଜାତୀୟ ସୁରକ୍ଷା ପାଇଁ ଅତ୍ୟାବଶ୍ୟକ । ସେ ଏହା ମଧ୍ୟ କହିଛନ୍ତି ଯେ ଡେନମାର୍କର ଗ୍ରୀନଲ୍ୟାଣ୍ଡକୁ ରକ୍ଷା କରିବାର କ୍ଷମତା ନାହିଁ ।
ଆମେ ଗ୍ରୀନଲ୍ୟାଣ୍ଡ ଚାହୁଁ: ଟ୍ରମ୍ପ
ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଥିଲେ, "ଆମେ ଏହା ଚାହୁଁ, ଏହା ହେବା ଉଚିତ ।" ସେ ଦୃଢ଼ ଭାବରେ କହିଥିଲେ ଯେ ଗ୍ରୀନଲ୍ୟାଣ୍ଡ ଆମେରିକାର ଅଂଶ ହେବା ଉଚିତ । ଟ୍ରମ୍ପ ପୂର୍ବରୁ ଏହି ଡେନମାର୍କ ଅଞ୍ଚଳ ପାଇଁ ତାଙ୍କର ଦାବିକୁ ନୋବେଲ ଶାନ୍ତି ପୁରସ୍କାର ସହିତ ଯୋଡ଼ିଥିଲେ । ନରୱେ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଏକ ଚିଠିରେ ସେ କହିଥିଲେ ଯେ ସେ ଏପର୍ଯ୍ୟନ୍ତ ପୁରସ୍କାର ପାଇ ନାହାଁନ୍ତି। ସେ ଏହା ମଧ୍ୟ ଦାବି କରିଥିଲେ ଯେ ଆମେରିକାର ଅର୍ଥନୀତି ବିଶ୍ୱର ସବୁଠାରୁ ମଜବୁତ ସ୍ଥିତିରେ ଅଛି।
📱 Get Argus News App
✨Related Topics
Explore more stories