Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଆଉ କିଛି ଘଣ୍ଟା ପରେ ଶପଥ ନେବେ ଟ୍ରମ୍ପ, ପ୍ରଥମ ଦିନରେ ୧୦୦ ଫାଇଲ୍‌ରେ କରିପାରନ୍ତି ଦସ୍ତଖତ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଆଉ କିଛି ଘଣ୍ଟା ପରେ ଶପଥ ନେବେ ଟ୍ରମ୍ପ, ପ୍ରଥମ ଦିନରେ ୧୦୦ ଫାଇଲ୍‌ରେ କରିପାରନ୍ତି ଦସ୍ତଖତ

Key Points

ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ

୨୦୨୫ରେ ୟୁଏସ୍‌ କ୍ୟାପିଟାଲରେ ଶପଥ ଗ୍ରହଣ

ଅର୍ଗସ୍ ବ୍ୟୁରୋ: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଆଜି ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ । ମୋଷ୍ଟ ପାୱାରଫୁଲ୍ ଦେଶର ବିଗ୍ ବସ୍ ଭାବେ ନେବେ ଶପଥ । ଭାରତୀୟ ସମୟ ରାତି ୧୦ଟା ୩୦ରେ ହେବ ଶପଥ ଗ୍ରହଣ ସମାରୋହ । ୭୫ ବର୍ଷୀୟ ଟ୍ରମ୍ପ ଦ୍ବିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେବେ । 


ଶନିବାର ନିଜ ପରିବାର ଏବଂ ସମର୍ଥକ ମାନଙ୍କ ସହ ସେ ୱାଶିଂଟନ ଡିସିରେ ପହଞ୍ଚିଛନ୍ତି । ଶପଥ ଗ୍ରହଣ ଉତ୍ସବକୁ ଆଡ଼ମ୍ବରପୂର୍ଣ୍ଣ କରିବାକୁ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି । ଏଥର ଆମେରିକା ରାଷ୍ଟ୍ରପତି ଶପଥ ଗ୍ରହଣ କରିବାର ସ୍ଥାନ ବଦଳିଛି । ୪୦ ବର୍ଷ ଅର୍ଥାତ୍ ୧୯୮୫ ପରେ ୨୦୨୫ରେ ୟୁଏସ୍‌ କ୍ୟାପିଟାଲ ଭିତରେ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଗତ ଦିନରେ ଆମେରିକା ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ କୌଣସି ବିଦେଶୀ ଅତିଥି ଯୋଗ ଦେବାର ନଜିର ନଥିଲା । ହେଲେ ଏଥର ବିଦେଶୀ ଅତିଥିମାନେ ଯୋଗ ଦେଉଛନ୍ତି । ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ । ଭାରତ ସରକାରଙ୍କ ପକ୍ଷରୁ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଯାଇଛି । ପଞ୍ଜାବର ଜଣେ ଚିତ୍ରଶିଳ୍ପୀ ଡୋନାଲ ଟ୍ରମ୍ପଙ୍କ ଏକ ଲାଇଫ୍ ସାଇଜ୍ ପେଣ୍ଟିଂ ପ୍ରସ୍ଥୁତ କରିଛନ୍ତି । ଯାହା ସେସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।


ସେପଟେ ଶପଥ ଗ୍ରହଣ ପୂର୍ବରୁ ଟ୍ରମ୍ପ ମେକ୍ ଆମେରିକା ଗ୍ରେଟ୍ ଏଗେନ ବିଜୟ ରାଲିରେ ଆମେରିକାରେ ରହୁଥିବା ପ୍ରବାସୀ ଅପରାଧୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି । ଦେଶରେ ଆଇନ-ଶୃଙ୍ଖଳା ବ୍ୟବସ୍ଥାକୁ ପୁଣି ସୁଦୃଢ କରିବା ସହ ସ୍କୁଲରେ ଦେଶଭକ୍ତି ଭାବନା ଜାଗ୍ରତ କରିବାକୁ ପ୍ରୟାସ କରିବେ ବୋଲି କହିଛନ୍ତି ଟ୍ରମ୍ପ । ଏହାସହ ପୁଣି ଥରେ ଆମେରିକା ମହାନ ରାଷ୍ଟ୍ରରେ ପରିଣତ ହେବ ବୋଲି ସେ କହିଛନ୍ତି ।

Sponsored