Donald Trump / ନୋଵେଲ ପୁରସ୍କାର ନମିଳିବାରୁ ବିଚଳିତ ଟ୍ରମ୍ପ୍
·7 months ago·2 min read

Key Points
ନୋଵେଲ ପୁରସ୍କାର ନମିଳିବାରୁ ବିଚଳିତ ଟ୍ରମ୍ପ୍
ନରୱେ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠି ଲିକ୍
"ବିଶ୍ବରେ ଶାନ୍ତି ପ୍ରତିଷ୍ଠା ମୋର ଦାୟିତ୍ବ ନୁହେଁ"
ଏଣିକି ଗ୍ରୀନଲ୍ୟାଣ୍ଡ ଦଖଲ କରିବା ପ୍ରାଥମିକତା

ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପ କେମିତି ବିକଳ, ତାର ଚିତ୍ର ସାମ୍ନାକୁ ଆସିଛି । ନରୱେ ପ୍ରଧାନମନ୍ତ୍ରୀଙ୍କୁ ଆମେରିକା ରାଷ୍ଟ୍ରପତି ଲେଖିଥିବା ଚିଠି ଭାଇରାଲ ହେବା ପରେ ଏହା ଜଣାପଡ଼ିଛି । ଚିଠିରେ ନୋବେଲ ପୁରସ୍କାର ନ ମିଳିବାରୁ ଅସନ୍ତୋଷ ଝାଡ଼ିଛନ୍ତି ଟ୍ରମ୍ପ । ଏବେ ବିଶ୍ଵରେ ଶାନ୍ତି ପ୍ରତିଷ୍ଠା ତାଙ୍କ ଦାୟିତ୍ଵ ନୁହେଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି । ଏପରିକି ଗ୍ରୀନଲ୍ୟାଣ୍ଡ ଦଖଲ ପାଇଁ ପ୍ରୟାସ, ତାଙ୍କର ସେହି ଅସନ୍ତୋଷର ପ୍ରତିଫଳନ ବୋଲି ଚିଠିରେ ଏକ ପ୍ରକାର ଇସାରା କରିଛନ୍ତି ।
ନରୱେ ପ୍ରଧାନମନ୍ତ୍ରୀଙ୍କୁ ଟ୍ରମ୍ପ ଲେଖିଥିବା ଚିଠି... ଏହି ଚିଠି ଲିକ୍ ହୋଇ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି । ଏଥିରୁ ଜଣାପଡୁଛି ଯେ, ନୋଵେଲ ଶାନ୍ତି ପୁରସ୍କାର ପାଇଁ କେମିତି ବିକଳ ଆମେରିକା ରାଷ୍ଟ୍ରପତି । ଆଠଟି ଯୁଦ୍ଧ ଅଟକାଇଥିଲେ ବି ନୋବେଲ ଶାନ୍ତି ପୁରସ୍କାର ପାଇଁ ତାଙ୍କ ନାଁକୁ ବିଚାର ମଧ୍ୟ କରାଗଲା ନାହିଁ, ଏହା ତାଙ୍କୁ ବିଶେଷ ଆଘାତ ଦେଇଛି । ତେଣୁ ସେ ଆଉ ବିଶ୍ଵରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ ନକରି, ଆମେରିକାର ସ୍ଵାର୍ଥ ରକ୍ଷା କରିବେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ।
ଆଠଟି ଯୁଦ୍ଧ ଅଟକାଇବା ପରେ ମଧ୍ୟ ଆପଣଙ୍କ ଦେଶ ମୋତେ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ବିଚାର କଲାନି, ତେଣୁ ମୁଁ ଏବେ କେବଳ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ କରିବି ନାହିଁ । ଯଦିଓ ଶାନ୍ତି ପ୍ରତିଷ୍ଠା ସଵୁବେଳେ ମୋର ପ୍ରାଥମିକତା ରହିବ । କିନ୍ତୁ ଏବେ ମୁଁ ଆମେରିକା ପାଇଁ କ'ଣ ଭଲ ଓ ଉଚିତ ହେବ ସେ ସଂପର୍କରେ ବିଚାର କରିବି ।
ନରୱେର ପ୍ରଧାନମନ୍ତ୍ରୀ ଜୋନସ୍ ଗାହର ଷ୍ଟୋରେଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲେଖିଥିବା ଏହି ଚିଠି ଲିକ୍ ହୋଇଯାଇଛି । ଯେଉଁଥିରୁ ସ୍ପଷ୍ଟ ହେଉଛି ଯେ, ନୋଵେଲ ପୁରସ୍କାର ନମିଳିବାରୁ ବିଚଳିତ ହୋଇ ଗ୍ରୀନଲ୍ୟାଣ୍ଡ ଦଖଲ କରିବାକୁ ବାହାରିଛନ୍ତି ଆମେରିକା ରାଷ୍ଟ୍ରପତି । ଚିଠିରେ ମଧ୍ୟ ଟ୍ରମ୍ପ ସେହି ଆଡ଼କୁ ଇସାରା କରିଛନ୍ତି । ଏଣିକି ଗ୍ରୀନଲ୍ୟାଣ୍ଡକୁ ହାସଲ କରିବା ପାଇଁ ସେ କଡ଼ା ପଦକ୍ଷେପ ନେବେ । ପ୍ରକୃତରେ ଗ୍ରୀନଲ୍ୟାଣ୍ଡ ଏକ ସ୍ଵାୟତ୍ତ କ୍ଷେତ୍ର ହୋଇଥିଲେ ମଧ୍ୟ ଡେନମାର୍କ ଏହା ଉପରେ ଅଧିକାର ସାବ୍ୟସ୍ତ କରିଆସୁଛି । ଯାହାକୁ ଚ୍ୟାଲେଞ୍ଜ କରିଛନ୍ତି ଟ୍ରମ୍ପ । ଚିଠିରେ ଟ୍ରମ୍ପ ଲେଖିଛନ୍ତି ଯେ, ରୁଷିଆ ଓ ଚୀନଠାରୁ ଗ୍ରୀନଲ୍ୟାଣ୍ଡକୁ ରକ୍ଷା କରିପାରିବ ନାହିଁ ଡେନମାର୍କ । ଯଦିଓ ନରୱେ ପ୍ରଧାନମନ୍ତ୍ରୀଙ୍କୁ ଟ୍ରମ୍ପ ଚିଠି ଲେଖିଛନ୍ତି କିନ୍ତୁ ଜାଣିରଖିବା ଉଚିତ୍ ଯେ, ନୋବେଲ ଶାନ୍ତି ପୁରସ୍କାର ନରୱେ ସରକାର ଦିଅନ୍ତି ନାହିଁ ବରଂ ଏକ ସ୍ବତନ୍ତ୍ର ପାଞ୍ଚ ଜଣିଆ କମିଟି ପ୍ରଦାନ କରିଥାନ୍ତି, ଯାହାକୁ ଚୟନ କରେ ନରୱେ ସଂସଦ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିଛିଦିନ ତଳେ ବିଶ୍ୱ ରାଜନୀତିରେ ଏକ ଅଭୂତପୂର୍ବ ଓ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଥିଲା। ଭେନେଜୁଏଲାର ବିରୋଧୀ ଦଳର ନେତ୍ରୀ, ତଥା ୨୦୨୫ ନୋବେଲ ଶାନ୍ତି ପୁରସ୍କାର ବିଜେତା ମାରିଆ କୋରିନା ମାଚାଡୋ ନିଜ ନୋବେଲ ପୁରସ୍କାରକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଉପହାର ସ୍ୱରୂପ ଦେଇଥିଲେ । ୧୫ ଜାନୁଆରୀରେ ହ୍ୱାଇଟ ହାଉସରେ ହୋଇଥିବା ଏକ ବୈଠକରେ ଟ୍ରମ୍ପ ଏହି ଉପହାର ଗ୍ରହଣ କଲେ । ଆଉ ଖୁସିରେ ଗଦ ଗଦ ହୋଇ କହିଥିଲେ ଏହା ଏକ ସୁନ୍ଦର ସମ୍ମାନ । ଏସଵୁ ଘଟଣା ପରେ ଟ୍ରମ୍ପ କେମିତି ନୋବେଲ ଶାନ୍ତି ପୁରସ୍କାର ପାଇଁ ଲାଳିୟିତ ଓ ନ ମିଳିବାରୁ ପ୍ରତିଶୋଧ ପରାୟଣ ହୋଇପଡ଼ିଛନ୍ତି, ତାର ପ୍ରମାଣ ମିଳୁଛି ।
Related Topics
Explore more stories