Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - 'ଆମର କ୍ଷତି କଲେ, ଟାରିଫ୍ ଲଗାଇବୁ': ଭାରତ ଓ ଚୀନକୁ ଧମକାଇଲେ ଟ୍ରମ୍ପ

International

'ଆମର କ୍ଷତି କଲେ, ଟାରିଫ୍ ଲଗାଇବୁ': ଭାରତ ଓ ଚୀନକୁ ଧମକାଇଲେ ଟ୍ରମ୍ପ

Sushanta Sahoo
Browse all articles by Sushanta Sahoo
·1 year ago·2 min read
'ଆମର କ୍ଷତି କଲେ, ଟାରିଫ୍ ଲଗାଇବୁ': ଭାରତ ଓ ଚୀନକୁ ଧମକାଇଲେ ଟ୍ରମ୍ପ

Key Points

ଆମର କ୍ଷତି କଲେ, ଟାରିଫ୍ ଲଗାଇବୁ

ଧମକାଇଲେ ଡୋନାଲ୍ଡ ଟ୍ରମ୍ପ

ଅର୍ଗସ ବ୍ୟୁରୋ: ଧମକାଇଲେ ଡୋନାଲ୍ଡ ଟ୍ରମ୍ପ । ଭାରତ ଓ ଚୀନକୁ ଦେଲେ ଚେତାବନୀ । ଯେଉଁ ଦେଶ ଆମର କ୍ଷତି କରିବ, ଆମେ ଟାରିଫ୍ ଲଗାଇବୁ । ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ଵ ଗ୍ରହଣ ପରେ ପୁଣି ଥରେ ଧମକାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । କହିଛନ୍ତି, ଯେ କୌଣସି ଦେଶ ଆମେରିକାର କ୍ଷତି କରିବ, ଆମେରିକା ତା ଉପରେ ଟାରିଫ୍ ଲଗାଇବ । 


ଏହି ଧମକ ଦେବା ବେଳେ ଡୋନାଲ୍ଡ ଟ୍ରମ୍ପ ଭାରତ, ଚୀନ ଓ ବ୍ରାଜିଲ୍ ନାଁ ମଧ୍ୟ ନେଇଛନ୍ତି । କହିଛନ୍ତି, ଏ ସବୁ ଦେଶ ସବୁଠୁ ଅଧିକ ଟାରିଫ୍ ଲଗାଉଛନ୍ତି । ଫ୍ଲୋରିଡାରେ ରିପବ୍ଲିକନ ପାର୍ଟିର ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ କହିଛନ୍ତି, 'ଆମେ ଉକ୍ତ ଦେଶ ଓ ବାହାର ଲୋକଙ୍କ ଉପରେ ଟାରିଫ୍ ଲଗାଇବୁ, ଯେଉଁମାନେ ଆମର କ୍ଷତି କରିବେ । ସେମାନେ ତାଙ୍କ ଦେଶ ପାଇଁ ଭଲ କାମ କରୁଥିଲେ ବି ସେଥିରେ ଆମର କ୍ଷତି ହୋଇପାରେ ।'


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଟ୍ରମ୍ପ କହିଛନ୍ତି, ଅନ୍ୟ ଦେଶ କଣ କରୁଛନ୍ତି ? ଚୀନ ଅଧିକ ଟାରିଫ୍ ଲଗାଉତିବା ଦେଶ । ସେହିଭଳି ବାରତ ଓ ବ୍ରାଜିଲ୍ ସମେତ ଅନେକ ଦେଶ ଏଭଳି କରୁଛନ୍ତି । କିନ୍ତୁ ଏବେ ଆଉ ଏମିତି ହେବ ନାହିଁ । କାରଣ ଆମ ନୀତି ହେଉଛି, ଆମେରିକା ପ୍ରଥମ । ଆମେରିକା ଏକ ଏଭଳି ବ୍ୟବସ୍ଥା କରିବ, ଯାହା ନିରପକ୍ଷ ହେବା ସହ ତାହାଦ୍ଵାରା ଆମ ରାଜକୋଷକୁ ରାଜସ୍ଵ ଆସିବ ଏବଂ ଆମେରିକା ପୁଣି ଧନୀ ହେବ । ଏହା ବହୁତ ଶୀଘ୍ର ହେବ ।


ସେ ଆହୁରି କହିଛନ୍ତି, ନିଜ ନାଗରିକଙ୍କ ଉପରେ ଟିକସ ଲଗାଇ ଅନ୍ୟ ଦେଶକୁ ସମୃଦ୍ଧ କରିବା ନାହିଁ । ବରଂ ଆମେ ଅନ୍ୟ ଦେଶ ଉପରେ ଟିକସ ଲଗାଇ ଆମ ନାଗରିକଙ୍କୁ ଧନୀ କରାଇବା । ଅନ୍ୟ ଦେଶ ଉପରେ ଯେତେ ଟାରିଫ୍ ବଢ଼ିବ, ଆମେରିକା ଲୋକଙ୍କ ଉପରେ ସେତେ ଟିକସ ଖସି ଚାଲିବ । ସେତିକି ପରିମାଣରେ ନିଯୁକ୍ତି ସହ କାରଖାନା ବଢିବ । ପୂର୍ବରୁ ହିଁ ଟ୍ରମ୍ପ ବ୍ରିକ୍ସ ଦେଶ ଉପରେ ଶତ ପ୍ରତିଶତ ଟାରିଫ୍ ଲଗାଇବାକୁ ଧମକ ଦେଇ ସାରିଛନ୍ତି । ଆଉ ଭାରତ ହେଉଛି ବ୍ରିକ୍ସ ସମୂହର ଅଂଶ । ଏଭଳି ସ୍ଥିତିରେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଭାରତର ଚିନ୍ତା ବଢ଼ାଇ ପାରେ ।

Sponsored
Donald Trump Vows Tariffs On Nations That harm USA | Argus News