Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପୁତିନଙ୍କୁ ଶୀଘ୍ର ଭେଟିବା ବେଶ୍ ଜରୁରୀ... ଏମିତି କାହିଁକି କହିଲେ ଡୋନାଲ୍ଡ ଟ୍ରମ୍ପ

International

ପୁତିନଙ୍କୁ ଶୀଘ୍ର ଭେଟିବା ବେଶ୍ ଜରୁରୀ... ଏମିତି କାହିଁକି କହିଲେ ଡୋନାଲ୍ଡ ଟ୍ରମ୍ପ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ପୁତିନଙ୍କୁ ଶୀଘ୍ର ଭେଟିବା ବେଶ୍ ଜରୁରୀ... ଏମିତି କାହିଁକି କହିଲେ ଡୋନାଲ୍ଡ ଟ୍ରମ୍ପ

ଅର୍ଗସ ବ୍ୟୁରୋ: ପୁତିନଙ୍କୁ ଭେଟିବେ ଟ୍ରମ୍ପ । ଜାହିର୍ କଲେ ଦୃଢ଼ ଇଚ୍ଛା । ଆମେରିକା ରାଷ୍ଟ୍ରପତି ଭାବେ ଟ୍ରମ୍ପ ଶପଥ ନେବା ପରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଭେଟିବାକୁ ମନସ୍ଥ କରିଛନ୍ତି । ଏଥିସହ ଆମେରିକାର ପୂର୍ବ ରାଷ୍ଟ୍ରପତି ଜନ୍ ଏଫ୍ କେନେଡି, ତାଙ୍କ ଭାଇ ରବର୍ଟ ଏଫ୍ କେନେଡି ଓ ସମାଜସେବୀ ମାର୍ଟିନ ଲୁଥର କିଙ୍ଗ ଜୁନିଅରଙ୍କ ହତ୍ୟା ସମ୍ପର୍କିତ ଫାଇଲ୍ ସାର୍ବଜନୀନ ନିର୍ଦ୍ଦେଶ ଉପରେ ଦସ୍ତଖତ କରିଛନ୍ତି ।


ଗୁରୁବାର ହ୍ଵାଇଟ୍ ହାଉସରେ ଗଣମାଧ୍ୟମକୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି, ମୁଁ ଯାହା ଶୁଣୁଛି ପୁତିନ ବି ମୋ ସହ ଭେଟ ହେବାକୁ ଚାହୁଁଛନ୍ତି । ଆମେ ଖୁବଶୀଘ୍ର ଭେଟ୍ ହେବୁ । ଆମେ ଭେଟିବା ବହୁତ ଜରୁରୀ । କାରଣ ଋଷ-ୟୁକ୍ରେନ୍ ଯୁଦ୍ଧରେ ପ୍ରତିଦିନ ଅନେକ ସୈନିକଙ୍କ ମୃତ୍ୟୁ ହେଉଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମିଡିଆ ରିପୋର୍ଟ ଅନୁସାରେ, ଟ୍ରମ୍ପ ତାଙ୍କ ପ୍ରତିନିଧି କିଥ କେଲଙ୍ଗଙ୍କୁ ଋଷ-ୟୁକ୍ରେନ୍ ମଧ୍ୟରେ ଚୁକ୍ତି କରାଇବା ଲାଗି ୧୦୦ ଦିନ ସମୟ ଦେଇଛନ୍ତି । ବୁଧବାର ପୁତିନଙ୍କୁ ଧମକ ଦେଇ ଟ୍ରମ୍ପ କହିଥିଲେ, ସେ ଯଦି ବୁଝାମଣା ଲାଗି ପ୍ରସ୍ତୁତ ନାହାନ୍ତି ତ ଋଷ ଉପରେ ନୂଆ ପ୍ରତିବନ୍ଧକ ଲଗାଇବୁ ।


ସେପଟେ ଡାଭୋସରେ ହେଉଥିବା ବିଶ୍ଵ ଅର୍ଥନୀତିକ ଫୋରମକୁ ଟ୍ରମ୍ପ ଭର୍ଚୁଆଲ୍‌ରେ ସମ୍ବୋଧିତ କରିଛନ୍ତି । କହିଛନ୍ତି, ସାଉଦି ଆରବ ଓ ଓପିଇସିର ଅନ୍ୟ ସଦସ୍ୟ ରାଷ୍ଟ୍ର ଅଶୋଧିତ ତୈଳଦର କମ କଲେ ଋଷିଆ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ତୁରନ୍ତ ବନ୍ଦ ହୋଇ ପାରିବ ।

Sponsored
Donald Trump Wants To Meet Vladimir Putin Quick | Argus News