Videos
|
International

Trump Viral Video / ଗୀତ ବାଜିବା ମାତ୍ରେ ନାଚିଲେ ଟ୍ରମ୍ପ…ଚୀନ୍‌ରେ ‘YMCA’ ଗୀତରେ ନଜର ଆସିଲା ତାଙ୍କ ଷ୍ଟାଇଲ୍, ଭିଡିଓ ଭାଇରାଲ୍

Ritu Das
Browse all articles by Ritu Das
·1 hour ago·2 min read
ଗୀତ ବାଜିବା ମାତ୍ରେ ନାଚିଲେ ଟ୍ରମ୍ପ…ଚୀନ୍‌ରେ ‘YMCA’ ଗୀତରେ ନଜର ଆସିଲା ତାଙ୍କ ଷ୍ଟାଇଲ୍, ଭିଡିଓ ଭାଇରାଲ୍
India

Key Points

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚୀନ୍ ଗସ୍ତ ସମୟର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚୀନ୍ ଗସ୍ତ ସମୟର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଚୀନ୍‌ର ଶେନ୍‌ଝେନ୍‌ରେ ଆୟୋଜିତ ଏକ ଭୋଜି କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କ ନିର୍ବାଚନୀ ରାଲିରେ ବେଶ୍ ଲୋକପ୍ରିୟ ହୋଇଥିବା ‘Y.M.C.A.’ ଗୀତରେ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ସମୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଟ୍ରମ୍ପ ମଧ୍ୟ ଉପସ୍ଥିତ ଥିଲେ।

  • ଚୀନ୍‌ରେ ଟ୍ରମ୍ପଙ୍କ ପାଇଁ ‘YMCA’ର ଖାସ୍ ପରିବେଷଣ

ଏସିଆ-ପ୍ରଶାନ୍ତ ଅର୍ଥନୈତିକ ସହଯୋଗ (APEC) ବୈଠକ ଶେଷ ହେବା ପରେ ନଭେମ୍ବର ୧୯ ତାରିଖରେ ହ୍ୱାଇଟ୍ ହାଉସ୍‌ର ସ୍ପେଶାଲ୍ ଆସିଷ୍ଟାଣ୍ଟ ତଥା କମ୍ୟୁନିକେସନ୍ ଆଡଭାଇଜର ମାର୍ଗୋ ମାର୍ଟିନ୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମ Xରେ ଏହି ଭିଡିଓ ସେୟାର କରିଥିଲେ। ୧୮ ସେକେଣ୍ଡର ଏହି ଭିଡିଓରେ ଟ୍ରମ୍ପ ଓ ସି ଜିନପିଙ୍ଗ ଗୋଟିଏ ଟେବୁଲ୍‌ରେ ପାଖାପାଖି ବସି କାର୍ଯ୍ୟକ୍ରମ ଦେଖୁଥିବା ନଜର ଆସିଛନ୍ତି।  ମଞ୍ଚରେ ୨୦ରୁ ଅଧିକ ଚୀନ୍‌ର କଳାକାର ରଙ୍ଗବେରଙ୍ଗ ପୋଷାକ ପିନ୍ଧି ‘Y.M.C.A.’ ଗୀତରେ ନୃତ୍ୟ ପରିବେଷଣ କରୁଥିଲେ। ସେମାନଙ୍କ ପଛରେ ଥିବା ବଡ଼ ପରଦାରେ ଚଳିତ ବର୍ଷ ସେପ୍ଟେମ୍ବରରେ ୱାଶିଂଟନ୍‌ରେ ଟ୍ରମ୍ପ ଓ ସି ଜିନପିଙ୍ଗଙ୍କ ସାକ୍ଷାତର ଫଟୋ ଓ ଭିଡିଓ ଦେଖାଯାଉଥିଲା।

  • ଟ୍ରମ୍ପଙ୍କ ପସନ୍ଦର ଗୀତ ‘Y.M.C.A.’

‘Y.M.C.A.’ ହେଉଛି ଆମେରିକାର ଲୋକପ୍ରିୟ ମ୍ୟୁଜିକ୍ ଗ୍ରୁପ୍ ‘Village People’ର ୧୯୭୮ ମସିହାର ଏକ ଡିସ୍କୋ ଗୀତ। ଏହି ଗୀତ ଟ୍ରମ୍ପଙ୍କ ନିର୍ବାଚନୀ ପ୍ରଚାର ରାଲିର ଏକ ପରିଚିତ ଅଂଶ ହୋଇ ରହିଛି। ସେ ପ୍ରାୟତଃ ଏହି ଗୀତ ବାଜିବା ସମୟରେ ମୁଠା ବନ୍ଦ କରି ନିଜର ଷ୍ଟାଇଲ୍‌ରେ ନୃତ୍ୟ କରୁଥିବା ଦେଖିବାକୁ ମିଳିଛି। ଏହା ପୂର୍ବରୁ ମଧ୍ୟ ଚୀନ୍‌ରେ ଟ୍ରମ୍ପଙ୍କ ପାଇଁ ଏହି ଗୀତ ପରିବେଷଣ କରାଯାଇଥିଲା। ଚଳିତ ବର୍ଷ ମେ’ ମାସରେ ତାଙ୍କ ଚୀନ୍ ଗସ୍ତ ସମୟରେ ଏକ ସରକାରୀ ଭୋଜିର ଶେଷରେ ଚୀନ୍‌ର ସାମରିକ ବ୍ୟାଣ୍ଡ୍ ଏହି ଗୀତର ଇନ୍‌ଷ୍ଟ୍ରୁମେଣ୍ଟାଲ୍ ଧୁନ୍ ପରିବେଷଣ କରିଥିଲା।

  • ଟ୍ରମ୍ପ, ସି ଜିନପିଙ୍ଗ ଓ ପୁଟିନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଟ୍ରମ୍ପଙ୍କ ଚୀନ୍ ଗସ୍ତ କେବଳ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ନୁହେଁ, ବରଂ କୂଟନୈତିକ ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱ ବହନ କରିଥିଲା। ଶେନ୍‌ଝେନ୍‌ରେ ଆମେରିକା, ଚୀନ୍ ଓ ରୁଷିଆର ତିନି ନେତା ଡୋନାଲ୍ଡ ଟ୍ରମ୍ପ, ସି ଜିନପିଙ୍ଗ ଓ ଭ୍ଲାଦିମିର ପୁଟିନ୍ ଏକାଠି ବୈଠକ କରିଥିଲେ। ଏହି ଆଲୋଚନାରେ ପରମାଣୁ ବିପଦ ହ୍ରାସ, ଜାତିସଂଘରେ ସଂସ୍କାର ଏବଂ ଅନ୍ୟାନ୍ୟ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଥିଲା
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: