Videos
|
International

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନୂଆ ଟିମ୍

Rashmita Mishra
Browse all articles by Rashmita Mishra
·1 year ago·1 min read
ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନୂଆ ଟିମ୍

ର୍ଗସ ବ୍ୟୁରୋ: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନୂଆ ଟିମ୍ । ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେବା ପୂର୍ବରୁ ଟ୍ରମ୍ପ୍‌ଙ୍କ ଟିମ୍ ଗଠନ ତତ୍ପରତା । ଏଥିରେ ଟେସଲା ମୁଖ୍ୟ ଏଲନ୍ ମସ୍କ ଓ ରିପବ୍ଲିକ ଦଳର ପୂର୍ବତନ ଉପରାଷ୍ଟ୍ରପତି ପ୍ରାର୍ଥୀ ବିବେକ ରାମସ୍ବାମୀଙ୍କୁ ବଡ ଦାୟିତ୍ବ ମିଳିଛି । ଦୁହିଁଙ୍କୁ ମିଳିଲା ଡିପାର୍ଟମେଣ୍ଟ ଅଫ୍ ଗଭର୍ମେଣ୍ଟ ଏଫିସିଏନ୍ସି ବିଭାଗ ଦାୟିତ୍ଵ । ସେମାନ ଅତ୍ୟଧିକ ସରକାରୀ କଟକଣା ଓ ରାଜକୋଷରୁ ଅର୍ଥ ଅପଚୟ ଉପରେ ନଜର ରଖିବେ।  ସରକାର ଗଠନ ପୂର୍ବରୁ ଅଫିସର ରାଜ ସମାପ୍ତ ଉପରେ ଗୁରୁତ୍ବ ଦେଇଛନ୍ତି ଟ୍ରମ୍ପ । କାର୍ଯ୍ୟ ପରିଚାଳନାରେ ସ୍ବଚ୍ଛତା ଓ ଆମେରିକୀୟ ବାସୀ ଯେପରି ସର୍ବାତ୍ତମ ବ୍ୟବସ୍ଥା ମିଳିପାରିବ ସେ ନେଇ ସୁନିଶ୍ଚିତ କରାଯିବ । ରାଜକୋଷରୁ ୬.୫ ଟ୍ରିଲିୟନ ଡଲାରର ଯେଉଁ ଘୋଟାଲା ହୋଇଛି ତା ଉପରେ ତଦନ୍ତ କରାଯିବ । ଆମେରିକା ବଞ୍ଚାଅ ଆନ୍ଦୋଳନ ପାଇଁ ଏସବୁର ଆବଶ୍ୟକତା ରହିଥିବା ଟ୍ରମ୍ପ କହିଛନ୍ତି । ପୂର୍ବରୁ ନିର୍ବାଚନ ପ୍ରଚାର ବେଳେ ଏଲନ ମସ୍କଙ୍କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯିବ ବୋଲି ଘୋଷଣା କରିଥିଲେ ଟ୍ରମ୍ପ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Donald Trump's new team | Argus News