Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Pakistan vs Afghanistan War / ପାକିସ୍ତାନ ଜିତିଛି କହିଲା ବେଳକୁ ତାଲିବାନୀ ରାସ୍ତାନରେ ନାଚୁଛନ୍ତି !

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·3 min read
ପାକିସ୍ତାନ ଜିତିଛି କହିଲା ବେଳକୁ ତାଲିବାନୀ ରାସ୍ତାନରେ ନାଚୁଛନ୍ତି !

Key Points

ପାକିସ୍ତାନ ସୀମା ଉପରେ ଆଫଗାନ ତାଲିବାନର ଅତର୍କିତ ଆକ୍ରମଣ ଓ ଅନେକ ପାକ ସୈନ୍ୟଙ୍କ ମୃତ୍ୟୁ ପରେ ଭୀଷଣ ଅସନ୍ତୁଷ୍ଟ ଅଛନ୍ତି ପାକିସ୍ତାନ ସେନାମୁଖ୍ୟ ଫିଲଡ୍ ମାର୍ସାଲ ଅସିମ ମୁନୀର ।

ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧରେ ପ୍ରାଣ ହରାଇଛନ୍ତି ଅନେକ ନିରୀହ ଜୀବନ । ଗୋଟିଏ ପଟେ ପାକିସ୍ତାନ ପକ୍ଷରୁ ଗୁଇନ୍ଦା ବିଭାଗକୁ ତୀବ୍ର ସମାଲୋଚନା କରାଯାଉଥିବା ବେଳେ ଅନ୍ୟପଟେ ଆଫଗାନିସ୍ତାନ ବିଜୟ ଉତ୍ସବ ପାଳନ କରୁଛି । ଆଫଗାନିସ୍ତାନ ଦାବି କରିଛି ଯେ, ପାକିସ୍ତାନ ବିପକ୍ଷରେ ସେ ବିଜୟ ହାସଲ କରିଛି । ପ୍ରାୟ ୫୮ ଜଣ ସୈନିକଙ୍କୁ ନିହତ କରିଛି ତାଲିବାନ ସେନା । ହେଲେ ପାକିସ୍ତାନର ଅଭିଯୋଗ ଅନେକ ସାଧାରଣ ଜନତା ମଧ୍ୟ ପ୍ରାଣ ହରାଇଛନ୍ତି ।

ଅନ୍ୟପଟେ ପାକିସ୍ତାନ ମଧ୍ୟ ତାଲିବାନ ଆକ୍ରମଣର ଜବାବରେ ଆଫଗାନିସ୍ତାନ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି । ଆଉ ସେଥିରେ ଅନେକ ନୀରିହ ଜୀବନ ମଧ୍ୟ ଯାଇଛି । ହେଲେ ପାକିସ୍ତାନ ସୀମା ଉପରେ ଆଫଗାନ ତାଲିବାନର ଅତର୍କିତ ଆକ୍ରମଣ ଓ ଅନେକ ପାକ ସୈନ୍ୟଙ୍କ ମୃତ୍ୟୁ ପରେ ଭୀଷଣ ଅସନ୍ତୁଷ୍ଟ ଅଛନ୍ତି ପାକିସ୍ତାନ ସେନାମୁଖ୍ୟ ଫିଲଡ୍ ମାର୍ସାଲ ଅସିମ ମୁନୀର । ସେ ନିଜ ସେନା ଅଧିକାରୀମାନଙ୍କ ଏକ ଜରୁରୀ ବୈଠକ ଡକାଇ ସେମାନଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି ।

ଗତ ଶନିବାର ରାତିରେ ଆଫଗାନିସ୍ତାନ ତାଲିବାନ ପାକିସ୍ତାନ ଉପରେ ଏକ ବଡ଼ ଆକ୍ରମଣ କରିଥିଲା, ଓ ଅନେକ ପାକିସ୍ତାନୀ ପୋଷ୍ଟ କବଜା କରିନେଇଥିଲା। ତାଲିବାନ ଦାବି କରିଛି ଯେ ଆକ୍ରମଣରେ ୫୮ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି। ଏହି ଆଫଗାନ ଆକ୍ରମଣ ପାକିସ୍ତାନ ପାଇଁ ବହୁତ ଲଜ୍ଜାଜନକ କାରଣ ହୋଇଛି, ଯାହା ଅସୀମ ମୁନିରଙ୍କୁ କ୍ରୋଧିତ କରିଛି।

ଏତେ ବଡ଼ ଆକ୍ରମଣ କିପରି ହେଲା ? ଗୁଇନ୍ଦା ବିଭାଗ ଶୋଇ ରହିଥିଲା କି ? କେମିତି ଆଗୁଆ ସୂଚନା ମିଳିଲା ନାହିଁ ? ସୀମାରେ ଅଧିକ ସଂଖ୍ୟକ ସେନା ସହାୟତା କାହିଁକି ମଗାଯାଇନଥିଲା ? ଏସବୁ ପ୍ରଶ୍ନ ସେ ନିଜ ଅଧିକାରୀମାନଙ୍କୁ ପଚାରିଛନ୍ତି । ଆସନ୍ତା ୭ ଦିନ ମଧ୍ୟରେ ଏନେଇ ରିପୋର୍ଟ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଗୁଇନ୍ଦା ସୂତ୍ରରୁ ଜଣାପଡିଛି ଯେ ବୈଠକରେ ପେଶାୱର କୋର୍ପସ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉମର ଅହମ୍ମଦ ବୁଖାରୀ, ଦକ୍ଷିଣ କମାଣ୍ଡ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ରାହତ ନସିମ ଅହମ୍ମଦ, ଜେନେରାଲ ଷ୍ଟାଫ ଚିଫ୍ ଲେଫ୍ଟନାଣ୍ଟ ଜେନେରାଲ ମହମ୍ମଦ ଆୱେଜ୍, ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶକ ଜେନେରାଲ ଅସୀମ ମାଲିକ, ନିର୍ଦ୍ଦେଶକ ଜେନେରାଲ ମିଲିଟାରୀ ଇଣ୍ଟେଲିଜେନ୍ସ ମେଜର ଜେନେରାଲ ୱାଜିଦ୍ ଅଜିଜ୍ ଏବଂ ନିର୍ଦ୍ଦେଶକ ଜେନେରାଲ ମିଲିଟାରୀ ଅପରେସନ୍ସ ମେଜର ଜେନେରାଲ କାଶିଫ୍ ଅବଦୁଲ୍ଲା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଆଫଗାନିସ୍ତାନ ସହ ସଂପର୍କକୁ ସୁଧାରିବାକୁ ପାକିସ୍ତାନ ଉଦ୍ୟମ କରୁଥିବାବେଳେ ତାଲିବାନ ପକ୍ଷରୁ ଏ ନେଇ କୌଣସି ଆଗ୍ରହ ଦେଖାଯାଉନାହିଁ । ଗତ ତିନିଦିନ ହେଲା ପାକିସ୍ତାନର ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ, ଯେଉଁଥିରେ ପ୍ରତିରକ୍ଷା ମନ୍ତ୍ରୀ, ଆଇଏସଆଇ ମୁଖ୍ୟ ସାମିଲ ଅଛନ୍ତି, କାବୁଲ ଯିବାକୁ ଚେଷ୍ଟା କରୁଥିଲେ ବି ସେମାନଙ୍କୁ ଭିସା ଦେବାକୁ ମନା କରିଦେଇଛି ତାଲିବାନ ।

ଆଫଗାନ ଇଂରାଜୀ ଖବରକାଗଜ ଟୋଲୋ ନ୍ୟୁଜ୍ ଅନୁଯାୟୀ, ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ହୋଇଥିବା ସାମ୍ପ୍ରତିକ ସଂଘର୍ଷରେ ତାଲିବାନ ବିଜୟ ଉତ୍ସବ ପାଳନ କରୁଛି। ରାସ୍ତାରେ ଉତ୍ସବ ଏବଂ ରାଲି ହେଉଛି, ଦାବି କରାଯାଉଛି ଯେ ସେମାନେ ପାକିସ୍ତାନକୁ ଏକ ଭଲ ଶିକ୍ଷା ଦେଇଛନ୍ତି। ସେନାରେ ଲଢ଼ିଥିବା ସୈନିକମାନଙ୍କୁ ମାଳ ପିନ୍ଧାଇ ସମ୍ମାନିତ କରାଯାଉଛି ଏବଂ ସ୍ଲୋଗାନ ଦିଆଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Pakistan vs Afghanistan War | Dozens Killed As Afghan Taliban, Pakistan Exchange Deadliest Gunfire In Years | Argus News