Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ପ୍ରବଳ ବର୍ଷାରେ ବୁଡ଼ିଲା ଦୁବାଇ: ରାସ୍ତାରେ ଭାସୁଛି ଗାଡି,ଫ୍ଲାଇଟ

Ritu Das
Browse all articles by Ritu Das
·2 years ago·1 min read
ପ୍ରବଳ ବର୍ଷାରେ ବୁଡ଼ିଲା ଦୁବାଇ: ରାସ୍ତାରେ ଭାସୁଛି ଗାଡି,ଫ୍ଲାଇଟ

ଅର୍ଗସ ବ୍ୟୁରୋ: ଦୁବାଇ ରାଜରାସ୍ତାରେ ପାଣିର ଲହଡ଼ି। ଏଭଳି ବର୍ଷା କେବେ ଦୁବାଇରେ ହୋଇ ନ ଥିବ। ବୁଡ଼ିଲା କାର । ୟୁନାଇଟେଡ୍ ଆରବ ଏମିରେଟ୍ସ ବା ୟୁଏଇର ଏହି ସହର କଥା ଆସିଲେ ମରୁଭୂମିର କଥା ଆସିଯାଏ । ହେଲେ ଏଠାରେ ବି ଦେଖାଦେଇଛି ବନ୍ୟା ପରିସ୍ଥିତି। ଦୁବାଇର ବିଭିନ୍ନ ଜାଗାରେ ପାଣି ଜମି ରହିବା ଫଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଦୁବାଇ ବିମାନବନ୍ଦରର ଚଳାଚଳକୁ ମଧ୍ୟ କିଛି ସମୟ ପାଇଁ ରଦ୍ଦ କରିଦିଆଯାଇଥିଲା।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Mister J. - مسٹر جے (@Angryman_J) April 16, 2024

ଗୋଟିଏ ଦିନରେ ଏଠାରେ ୧୨୦ ମିଲିମିଟର ବର୍ଷା ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଠାରେ ଗୋଟିଏ ବର୍ଷରେ ହାରାହାରି ଏତିକି ବର୍ଷା ହିଁ ହୋଇଥାଏ । ୟୁଏଇରେ ସ୍କୁଲ ଗୁଡ଼ିକ ବନ୍ଦ ରହିଛି । ସରକାରୀ କର୍ମଚାରୀମାରେ ପ୍ରାୟତଃ ଏବେ ଘରୁ କାମ କରୁଛନ୍ତି । ତେବେ ରାସ୍ତାରେ ବନ୍ୟା ଜଳ ନିଷ୍କାସନ ପାଇଁ ଜୋରଦାର ପ୍ରୟାସ ଜାରି ରହିଛି । ପମ୍ପ ଓ ଟ୍ୟାଙ୍କର ଟ୍ରକ୍ ଯୋଗୁଁ ଜଳ ନିଷ୍କାସନ ପାଇଁ ଚେଷ୍ଟା କରାଯାଉଛି । ପଡ଼ୋଶୀ ଦେଶ ଓମାନରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଗତ କିଛି ଦିନରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି। 

ଅଧିକ ପଢ଼ନ୍ତୁ ବିଦେଶ ଖବର 
 

Sponsored
Dubai drowned in heavy rain: | Argus News