Dubai Explosion / ୨୦ ମିନିଟ୍ରେ ୭ ଭୟଙ୍କର ବିସ୍ଫୋରଣ…ଦୁବାଇରେ ହଠାତ୍ ଥରିଲା ଜେବେଲ ଅଲି…ଭାଇରାଲ ହେଲା ଭିଡିଓ
·1 hour ago·2 min read

Key Points
୨୦ ମିନିଟ୍ରେ ୭ଟି ଭୟଙ୍କର ବିସ୍ଫୋରଣ ହୋଇଛି
ଭିଡିଓରେ ଆକାଶରୁ କଳାଧୁଆଁ ବାହାରୁଥିବାର ଦେଖିବାକୁ ମିଳିଛି

ଇରାନ ଯୁଦ୍ଧ ଭିତରେ ୟୁଏଇର ବଡ଼ ସହର ଜେବେଲ ଅଲ୍ଳୀ ଇଣ୍ଡଷ୍ଟ୍ରୀଆଲ୍ ଏରିୟାରେ ଜୋରଦାର ବିସ୍ଫୋରଣର ଖବର ଆସିଛି। ଏମିରେଟ୍ ଅଧିକାରୀଙ୍କ କହିବା ଅନୁସାରେ, ୨୦ ମିନିଟ୍ରେ ୭ଟି ଭୟଙ୍କର ବିସ୍ଫୋରଣ ହୋଇଛି, କିନ୍ତୁ ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇପାରିନି। ଏହି ଘଟଣାର ଭିଡିଓ ତିଆରି କରିବା ଅଭିଯୋଗରେ ଗିରଫ କରାଯାଇଛି। ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଭିଡିଓରେ ଆକାଶରୁ କଳାଧୁଆଁ ବାହାରୁଥିବାର ଦେଖିବାକୁ ମିଳୁଛି। ଇରାନର ମେହର ନ୍ୟୁଜ ଏଜେନ୍ସି ଏମିରେଟ୍ ଅଧିକାରୀଙ୍କୁ କହିଛନ୍ତି, ୨୦ ମିନିଟ୍ ଭିତରେ ଅତି କମ୍ରେ ୭ଟି ବିସ୍ଫୋରଣ ହୋଇଛି।
ଏହା ଭିତରେ ଇରାକର ନ୍ୟୁଜ ଆଉଟଲେଟ୍ ଦାବି କରିଛି ଯେ, ଆମେରିକା ଓ ଇରାନ ଭିତରେ ଚାଲିଥିବା ବିବାଦ ଭିତରେ ୟେମେନ୍ ପକ୍ଷରୁ ୟୁଏଇ ଉପରେ ମିସାଇଲ ମାଡ ହୋଇଥିଲା। ତେବେ ଏମିରେଟ୍ ମିଡିଆ ବିସ୍ଫୋରଣର କାରଣ ବିଷୟରେ ଜାଣିବାରେ କୌଣସି ଅଫିସିଆଲ ସୂଚନା ଦେଇ ନାହିଁ। ସେଭଳି ନାସାର ଥର୍ମାଲ ଇମେଜରୁ ଜଣାପଡିଛି ଯେ, ବନ୍ଦର ପାଖରେ ଥିବା ଏକ ଓ୍ବେୟାର ହାଉସରେ ନିଆଁ ଲାଗି ଯାଇଥିଲା। ଯାହାର ବ୍ୟବହାର ଫୁଏଲ (ଇନ୍ଧନ) ଷ୍ଟୋର କରିବା ଓ ତାକୁ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ପଠାଇବା ପାଇଁ କରାଯାଇଥାଏ।
ଏହି ଘଟଣାରେ କୌଣସି ମୃତାହତର ଖବର ଏଯାଏ ମିଳିନି। ସୋସିଆଲ ମିଡିଆରେ ଆବାସିକ ଅଞ୍ଚଳ ପାଖରେ ରାତିରେ ଆକାଶରେ କଳା ଧୁଆଁ ଉଠୁଥିବାର ଦେଖିବାକୁ ମିଳିଥିଲା। ଆରବ ମିଡିଆର ସୂଚନା ଅନୁସାରେ, ଏମିରେଟ୍ ଅଧିକାରୀ କହିଛନ୍ତି, ଭିଡିଓ ତିଆରି କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଅଟକ ରଖାଯାଇଛି। ଏହା ସହିତ ୟେମେନର ରାଜଧାନୀ ସାନାରେ ବି ବିସ୍ଫୋରଣ ଖବର ମିଳିଛି। କିଛି ସୁତ୍ର ଏହି ଶବ୍ଦକୁ ବିମାନ ଆକ୍ରମଣ ସହ ଯୋଡିଛନ୍ତି, ତ ଆଉ କିଛି ୟେମେନ ଅଞ୍ଚଳ ଉପରେ ମିସାଇଲ ମାଡ କହିଛନ୍ତି।
ଏହାସହ ପଢ଼ନ୍ତୁ: ଉଡ଼ାଣ ବେଳେ ଅଚାନକ ନଜର ଆସିଲା UFO! ତାଜୁବ ହୋଇଗଲେ ପାଇଲଟ୍
ଦୁବାଇ ସହର କେନ୍ଦ୍ରରୁ ପ୍ରାୟ 25 ମାଇଲ ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଜେବେଲ୍ ଅଲି ହେଉଛି ୟୁଏଇର ଗୁରୁତ୍ୱପୂର୍ଣ୍ଣ ସପିଂ ହବ୍ ମଧ୍ୟରୁ ଗୋଟିଏ। ଏହା କୃତ୍ରିମ ଦ୍ୱୀପପୁଞ୍ଜ ପାମ୍ ଜେବେଲ୍ ଅଲି ଏବଂ ବିଶ୍ୱର ସର୍ବବୃହତ ମାନବ ନିର୍ମିତ ବନ୍ଦର ପାଖରେ ଏକ ମୁକ୍ତ ବାଣିଜ୍ୟ କ୍ଷେତ୍ର ଅବସ୍ଥିତ, ତେଣୁ ଆନ୍ତର୍ଜାତୀୟ ଜାହାଜ ମୁକ୍ତ ଭାବରେ ଚଳାଚଳ କରିପାରିବ।
ଆମେରିକା-ଇରାନ ଯୁଦ୍ଧ ସମୟରେ ୟୁଏଇ ହାଇ ଆଲର୍ଟରେ ରହିଛି, କାରଣ ଏହା ଏହି ଅଞ୍ଚଳରେ ଆମେରିକାର ସହଯୋଗୀ ଦେଶମାନଙ୍କ ଉପରେ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣର ଏକ ଟାର୍ଗେଟ ହୋଇଆସିଛି।

Smoke is seen rising alongside a large fire in Jebel Ali Port / Industrial Area, Dubai https://t.co/rfML3ne17g pic.twitter.com/r1lTg8ambt
— Global OSINT (@GlobalOSINTHQ) August 5, 2026
ଏହି ଘଟଣାରେ କୌଣସି ମୃତାହତର ଖବର ଏଯାଏ ମିଳିନି। ସୋସିଆଲ ମିଡିଆରେ ଆବାସିକ ଅଞ୍ଚଳ ପାଖରେ ରାତିରେ ଆକାଶରେ କଳା ଧୁଆଁ ଉଠୁଥିବାର ଦେଖିବାକୁ ମିଳିଥିଲା। ଆରବ ମିଡିଆର ସୂଚନା ଅନୁସାରେ, ଏମିରେଟ୍ ଅଧିକାରୀ କହିଛନ୍ତି, ଭିଡିଓ ତିଆରି କରିବା ଅଭିଯୋଗରେ ଦୁଇ ଜଣଙ୍କୁ ଅଟକ ରଖାଯାଇଛି। ଏହା ସହିତ ୟେମେନର ରାଜଧାନୀ ସାନାରେ ବି ବିସ୍ଫୋରଣ ଖବର ମିଳିଛି। କିଛି ସୁତ୍ର ଏହି ଶବ୍ଦକୁ ବିମାନ ଆକ୍ରମଣ ସହ ଯୋଡିଛନ୍ତି, ତ ଆଉ କିଛି ୟେମେନ ଅଞ୍ଚଳ ଉପରେ ମିସାଇଲ ମାଡ କହିଛନ୍ତି।
ଏହାସହ ପଢ଼ନ୍ତୁ: ଉଡ଼ାଣ ବେଳେ ଅଚାନକ ନଜର ଆସିଲା UFO! ତାଜୁବ ହୋଇଗଲେ ପାଇଲଟ୍
ଦୁବାଇ ସହର କେନ୍ଦ୍ରରୁ ପ୍ରାୟ 25 ମାଇଲ ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଜେବେଲ୍ ଅଲି ହେଉଛି ୟୁଏଇର ଗୁରୁତ୍ୱପୂର୍ଣ୍ଣ ସପିଂ ହବ୍ ମଧ୍ୟରୁ ଗୋଟିଏ। ଏହା କୃତ୍ରିମ ଦ୍ୱୀପପୁଞ୍ଜ ପାମ୍ ଜେବେଲ୍ ଅଲି ଏବଂ ବିଶ୍ୱର ସର୍ବବୃହତ ମାନବ ନିର୍ମିତ ବନ୍ଦର ପାଖରେ ଏକ ମୁକ୍ତ ବାଣିଜ୍ୟ କ୍ଷେତ୍ର ଅବସ୍ଥିତ, ତେଣୁ ଆନ୍ତର୍ଜାତୀୟ ଜାହାଜ ମୁକ୍ତ ଭାବରେ ଚଳାଚଳ କରିପାରିବ।
ଆମେରିକା-ଇରାନ ଯୁଦ୍ଧ ସମୟରେ ୟୁଏଇ ହାଇ ଆଲର୍ଟରେ ରହିଛି, କାରଣ ଏହା ଏହି ଅଞ୍ଚଳରେ ଆମେରିକାର ସହଯୋଗୀ ଦେଶମାନଙ୍କ ଉପରେ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣର ଏକ ଟାର୍ଗେଟ ହୋଇଆସିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories