Princesses Targeted / ରାଜକୁମାରୀଙ୍କୁ ହତ୍ୟା ପାଇଁ ଭୟଙ୍କର ଷଡ଼ଯନ୍ତ୍ର, ଅଭିଯୁକ୍ତ ଗିରଫ
·4 months ago·2 min read

Key Points
ଡଚ୍ ରାଜକୁମାରୀଙ୍କୁ ହତ୍ୟା ପାଇଁ ଭୟଙ୍କର ଷଡ଼ଯନ୍ତ୍ର
ଅଭିଯୁକ୍ତ ଗିରଫ, ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ
ଅଭିଯୁକ୍ତ ଗିରଫ, ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ
ବିପଦରେ ରାଜକୁମାରୀଙ୍କ ଜୀବନ। ରାଜପରିବାର ଉପରେ ଏକ ବଡ଼ ଧରଣର ଆକ୍ରମଣ ଯୋଜନା ଫେଲ୍ ହୋଇଛି। 'ନାଜି' ଲିଙ୍କ୍ ଥିବା ଅଭିଯୁକ୍ତ ଗିରଫ କରାଯାଇଛି। ନିଦରଲ୍ୟାଣ୍ଡର ରାଜପରିବାର ଉପରେ ବଡ଼ ବିପଦ। ଅଭିଯୁକ୍ତ ଜଣକ 'ନାଜି' ବିଚାରଧାରାରେ ଅନୁପ୍ରାଣିତ ବୋଲି ଜଣାପଡ଼ିବା ପରେ ସ୍ଥାନୀୟ ପ୍ରଶାସନ ସତର୍କ ହୋଇଯାଇଛି। ରାଜକୁମାରୀ କ୍ୟାଥରିନା ଅମାଲିଆ ଏବଂ ରାଜକୁମାରୀ ଏଲେକ୍ସିଆଙ୍କୁ ହତ୍ୟା କରିବା ପାଇଁ ରଚାଯାଇଥିବା ଏହି ଭୟଙ୍କର ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରି ପୋଲିସ ଜଣେ ସନ୍ଦିଗ୍ଧ ଅଭିଯୁକ୍ତକୁ ଗିରଫ କରିଛି।
ନିଦରଲ୍ୟାଣ୍ଡର ଭବିଷ୍ୟତର ରାଣୀ ରାଜକୁମାରୀ ଅମାଲିଆଙ୍କ ପାଇଁ ସୁରକ୍ଷା ବିପଦ କୌଣସି ନୂଆ କଥା ନୁହେଁ।୨୦୨୨ରେ କୁଖ୍ୟାତ ଡ୍ରଗ୍ ମାଫିଆମାନେ ଅମାଲିଆ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମାର୍କ ରୁଟ୍ଙଙ୍କୁ ଅପହରଣ କରିବାକୁ ଯୋଜନା କରିଥିଲେ।ଅଭିଯୁକ୍ତ ପାଖରୁ ଏକ ହାତଲେଖା ଚିଠି ମଧ୍ୟ ମିଳିଛି। ଏହି ନୋଟ୍ରେ ଉଭୟ ରାଜକୁମାରୀଙ୍କ ନାମ ସହିତ 'ରକ୍ତପାତ' ଭଳି ଶବ୍ଦ ଲେଖାଯାଇଥିଲା। ଅଭିଯୁକ୍ତକୁ ସୋମବାର ଦିନ କୋର୍ଟରେ ହାଜର କରାଯିବ। ତେବେ ଏହି ଷଡ଼ଯନ୍ତ୍ର ପଛର ପ୍ରକୃତ ଉଦ୍ଦେଶ୍ୟ କ’ଣ ଥିଲା, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
ଏହି ଭୟଙ୍କର ଷଡ଼ଯନ୍ତ୍ର ଏବଂ କଡ଼ା ସୁରକ୍ଷା କଟକଣା ମଧ୍ୟରେ ରାଜକୁମାରୀ ଅମାଲିଆ ନିଜର ମନର କଥା କହିଛନ୍ତି। ସେ କହିଛନ୍ତି: "ମୁଁ ଜଣେ ସାଧାରଣ ଛାତ୍ରୀ ଭଳି ଜୀବନ ବିତାଇବାକୁ ଚାହେଁ। ରାସ୍ତାରେ ମୁକ୍ତ ଭାବେ ବୁଲିବା ଏବଂ ଦୋକାନକୁ ଯିବା ଭଳି ସାଧାରଣ କଥାକୁ ମୁଁ ବହୁତ ମିସ୍ କରୁଛି।"ତାଙ୍କ ମାଆ, ରାଣୀ ମ୍ୟାକ୍ସିମା ମଧ୍ୟ କହିଛନ୍ତି ଯେ, ଏହି କ୍ରମାଗତ ଧମକ ତାଙ୍କ ଝିଅର ଜୀବନ ଉପରେ ଗଭୀର ପ୍ରଭାବ ପକାଇଛି ଏବଂ ସେ ନିଜ ମର୍ଜିରେ ବାହାରକୁ ମଧ୍ୟ ବାହାରି ପାରୁନାହାନ୍ତି। ଏହି ଘଟଣା ପରେ ରାଜପରିବାରର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି।
ଏଥିସହ ପଢ଼ନ୍ତୁ: ପୁଣି ଇରାନ ଉପରେ ଆକ୍ରମଣ କରିବ ଆମେରିକା ? ଟ୍ରମ୍ପଙ୍କ ଧମକ ପରେ ବଢ଼ିଲା ଯୁଦ୍ଧ ଆଶଙ୍କା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୋଲିସ ଏହି ଘଟଣାରେ ଜଣେ ୨୨ ବର୍ଷୀୟ ଯୁବକକୁ ଦି ହେଗ୍ରୁ ଗିରଫ କରିଛି। ଅଭିଯୁକ୍ତ ପାଖରୁ ମିଳିଥିବା ଜିନିଷଗୁଡ଼ିକ ତଦନ୍ତକାରୀ ସଂସ୍ଥାକୁ ଚକିତ କରିଦେଇଛି: ଅଭିଯୁକ୍ତ ପାଖରୁ ଦୁଇଟି କୁରାଢ଼ି ଜବତ କରାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ସେହି କୁରାଢ଼ି ଉପରେ 'ଏଲେକ୍ସିଆ', 'ମୋସାଦ୍' ଏବଂ ନାଜି ଶାସନ ସମୟର ସ୍ଲୋଗାନ 'ସିଗ୍ ହେଲ୍' (Sieg Heil) ଖୋଦିତ ହୋଇଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories