Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

୯ ବର୍ଷ ପରେ ପାକିସ୍ତାନ ଗସ୍ତରେ ଭାରତର ମନ୍ତ୍ରୀ, ଆଶା କିନ୍ତୁ ପୂରଣ ହେଲାନି ପାକିସ୍ତାନର

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
୯ ବର୍ଷ  ପରେ ପାକିସ୍ତାନ ଗସ୍ତରେ ଭାରତର ମନ୍ତ୍ରୀ, ଆଶା କିନ୍ତୁ ପୂରଣ ହେଲାନି ପାକିସ୍ତାନର

Key Points

  • ୯ ବର୍ଷ ପରେ ପାକିସ୍ତାନ ଗସ୍ତରେ ଭାରତର ମନ୍ତ୍ରୀ
  • ଏସସିଓ ସମ୍ମିଳନୀରେ ହେବେ ସାମିଲ 
  • ବିଦେଶ ମନ୍ତ୍ରୀଙ୍କ ଗସ୍ତକୁ ନେଇ ବଢିଲା ଚର୍ଚ୍ଚା

ଅର୍ଗସ ବ୍ୟୁରୋ: ଭାରତ-ପାକିସ୍ତାନ ମଧ୍ୟରେ ଏବେ କୂଟନୈତିକ ସମ୍ପର୍କ କେମିତି ତାହା କାହାକୁ ବି ଅଛପା ନାହିଁ । ସୀମାପାର ଆତଙ୍କୀ ପାଇଁ ଭାରତ ପାକିସ୍ତାନ ସହ ବାଣିଜ୍ୟିକ ସମ୍ପର୍କ ଛିହ୍ନ କରିଛି । ଖାଲି ଛିହ୍ନ କରିଛି ତାହା ନୁହେଁ ବରଂ ଭାରତର କୌଣସି ଅଧିକାରୀ ପାକିସ୍ତାନ ଗସ୍ତ କରୁନାହାନ୍ତି । ଏମିତିକି ମନ୍ତ୍ରୀସ୍ତରୀୟ ବୈଠକ ବି ହେଉନି । ହେଲେ ୯ ବର୍ଷ ପରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପାକିସ୍ତାନ ଗସ୍ତ କରୁଥିବାରୁ ଏବେ ଭାରି ଚର୍ଚ୍ଚା । 

ଭାରତ ସହ କେମିତି ପାକିସ୍ତାନର ସମ୍ପର୍କ ସୁଧୁରିବ ସେନେଇ ପାକ୍‌ର ନେତା ଅନେକ ଥର ଚେଷ୍ଟା କରିଛନ୍ତି । ଖାଲି ଚେଷ୍ଟା କରିଛନ୍ତି ତାହା ନୁହେଁ ବରଂ ଅନ୍ତର୍ଜାତୀୟ ନେତାଙ୍କ ସହାୟତା ବି ନେଇଛନ୍ତି । କିନ୍ତୁ ସୀମାପାରରେ ପାକିସ୍ତାନ ଯେଉଁପରି ଭାବରେ ଆତଙ୍କୀ ପ୍ଲାନ କରୁଛି ସେନେଇ ଭାରତ କୌଣସି ସମ୍ପର୍କ ରଖିବାକୁ ଚାହୁଁନାହିଁ । ଏମିତିକି କାଶ୍ମୀର ପ୍ରସଙ୍ଗରେ ଅଯଥା ମନ୍ତବ୍ୟ ଦେଇ ଭାରତକୁ ଘେରିବାକୁ ହୀନ ଚକ୍ରାନ୍ତ ବି କରିଥିଲା ଜାତିସଂଘରେ । ତେଣୁ ପାକିସ୍ତାନ ସହ କୌଣସି ସମ୍ପର୍କ ନରଖିବାକୁ ଭାରତ ସ୍ପଷ୍ଟ କରିଛି । ହେଲେ ଏହାରି ଭିତରେ ଏସସିଓ ବୈଠକ ପାକିସ୍ତାନରେ ଆୟୋଜନ ହେଉଥିବାରୁ ଭାରତର ମନ୍ତ୍ରୀ ପାକ୍‌ ଗସ୍ତ କରୁଛନ୍ତି ।

ପାକିସ୍ତାନ ଗସ୍ତରେ ଭାରତୀୟ ମନ୍ତ୍ରୀ । ଯେଉଁ ଗସ୍ତକୁ  ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଦୀର୍ଘ ବର୍ଷ ଧରି ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସମ୍ପର୍କରେ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ ଏହା ହେଉଛି ଭାରତର ପ୍ରଥମ ଉଚ୍ଚସ୍ତରୀୟ ପାକିସ୍ତାନ ଗସ୍ତ । ଇସଲାମାବାଦରେ ପହଞ୍ଚିବା ପରେ ଜୟଶଙ୍କର ଏସସିଓ ସଦସ୍ୟ ଦେଶମାନଙ୍କୁ ସ୍ୱାଗତ କରିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଦ୍ୱାରା ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେବେ । କିନ୍ତୁ ଏହି ଗସ୍ତ ଅବସରରେ ଜୟଶଙ୍କର ଏବଂ ତାଙ୍କ ପାକିସ୍ତାନୀ ପ୍ରତିପକ୍ଷ ଇଶାକ ଡାରଙ୍କ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ବୈଠକକୁ ଉଭୟ ପକ୍ଷ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହାପୂର୍ବରୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ସୁଷମା ସ୍ୱରାଜ ଶେଷ ଥର ପାଇଁ ୨୦୧୫ ଡିସେମ୍ବରରେ ଆଫଗାନିସ୍ତାନ ସମ୍ପର୍କିତ ଏକ ସମ୍ମିଳନୀରେ ଯୋଗଦେବା ପାଇଁ ଇସଲାମାବାଦ ଗସ୍ତ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପାକିସ୍ତାନକୁ ଭାରତୀୟ ମନ୍ତ୍ରୀଙ୍କ ଗସ୍ତ ଥିବାରୁ ଏବେ ଅନ୍ତର୍ଜାତୀୟ ସ୍ତରରେ ଏହାକୁ ନେଇ ଚର୍ଚ୍ଚା ଜୋର ହେଉଛି । କାରଣ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘମାଘୋଟ୍‌ ଭିତରେ ଇରାନକୁ ପାକିସ୍ତାନ ଖୋଲା ସମର୍ଥନ ଦେଉନାହିଁ । ଆଉ ଇସ୍ରାଏଲ ସହ ଭାରତର ସମ୍ପର୍କ କେମିତି ତାହା କାହାକୁ ଅଛପା ନାହିଁ । ତେଣୁ ଏନେଇ ଉଭୟ ଦେଶର ଆଭିମୁଖ୍ୟରେ ଆଲୋଚନା ହୋଇପାରେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ କିନ୍ତୁ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।
 

Sponsored
EAM Jaishankar | Argus News