Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

କଂକ୍ରିଟ ଆଡେଇଲେ ବାହାରୁଛି ଶବ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
କଂକ୍ରିଟ ଆଡେଇଲେ ବାହାରୁଛି ଶବ

ମିଆଁମାରରେ ବୃଦ୍ଧି ପାଉଛି ଭୂକମ୍ପରେ ହୋଇଥିବା ମୃତ୍ୟୁ ସଂଖ୍ୟା। କଂକ୍ରିଟ ଆଡେଇଲେ ଖାଲି ବାହାରୁଛି ମୃତ ଦେହ। ଏବେ ବି ଜାରି ରହିଛି ଉଦ୍ଧାର କାର୍ଯ୍ୟ। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ସମ୍ଭାବନା ରହିଛି। ଭୁଷୁଡି ପଡ଼ିଥିବା ଅଟ୍ଟାଳିକା ତଳେ ଆହୁରି ଶହଶହ ମୃତଦେହ ଦିବ ରହିଥିବା ଆଶଙ୍କା କରାଯାଉଛି। ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ସଂଖ୍ୟାରେ ଗୁରୁତର। ରକ୍ତ ଅଭାବ ପଡୁଥିବାରୁ ଲୋକଙ୍କୁ ରକ୍ତଦାନ କରିବାକୁ ଆହ୍ୱାନ ଦେଉଛି ପ୍ରଶାସନ।


ଗତକାଲି ରାତି ସୁଦ୍ଧା ୧୬୪୪ ଲୋକଙ୍କର ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ୩ ହଜାରରୁ ଅଧିକ ଗୁରତର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଶତାଧିକ ଗୁରୁତରଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଭୂମିକମ୍ପ ଯୋଗୁ ବିଦ୍ୟୁତ୍ ସରବରାହ ଠାରୁ ନେଇ ମୋବାଇଲ୍‌ ନେଟଓ୍ବର୍କ ପ୍ରଭାବିତ ହୋଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶୁକ୍ରବାର ଅପରାହ୍ନରେ ଭୂମିକମ୍ପରେ ଥରି ଉଠିଥିଲା ମିଆଁମାର ଓ ଥାଇଲାଣ୍ଡ । ତାସ୍ ଘର ପରି ଧୂଳିସାତ୍ ହୋଇ ଯାଇଥିଲା ବହୁତଳ ଅଟ୍ଟାଳିକା । ସ୍ଥାନୀୟ ସମୟ ମଧ୍ୟାହ୍ନ ପ୍ରାୟ ୧୨.୫୦ରେ ପ୍ରଥମ ଭୂକମ୍ପ ଆସିଥିଲା ଏବଂ ଏହାର ତୀବ୍ରତା ୭.୭ ରହିଥିଲା । ଏହାର ୧୧ ମିନିଟ୍‌ ପରେ ଆସିଥିବା ଦ୍ବିତୀୟ କମ୍ପନର ତୀବ୍ରତା ୬.୪ ରହିଥିଲା । ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ୯୦୦ କିଲୋମିଟର ଦୂରରେ ଅବସ୍ଥିତ ବ୍ୟାଙ୍କକରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିଲା। ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟି ସାଗାଇଙ୍ଗ ଅଞ୍ଚଳ, ମାଣ୍ଡାଲେ ଅଞ୍ଚଳ, ମାଗୱେ ଅଞ୍ଚଳ, ଶାନ ରାଜ୍ୟର ଉତ୍ତର-ପୂର୍ବ ଅଂଶ, ପାଇ ତାୱର ରାଜଧାନୀ ଏବଂ ବାଗୋ ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି।


ଅନ୍ୟପଟେ ଭୂମିକମ୍ପରେ ପ୍ରଭାବିତ ମିଆଁମାରକୁ ସହାୟତାର ହାତ ବଢାଇଛି ଭାରତ । ଭାରତୀୟ ବାୟୁସେନାର C 130 ଏୟାରକ୍ରାଫ୍ଟରେ ୧୫ ଟନ୍ ରିଲିଫ୍ ସାମଗ୍ରୀ ପଠାଯାଇଛି । ଔଷଧ, ଟେଣ୍ଟ, ଖାଦ୍ୟ ସାମଗ୍ରୀ, କମଳ, ସୋଲାର ଲ୍ୟାମ୍ପ, ଜେନେରେଟର ସହ ଅନ୍ୟାନ୍ୟ ସାମଗ୍ରୀ ପଠାଯାଇଛି ।

Sponsored
Earthquake death rises in Myanmar | Argus News