ପାକିସ୍ତାନରେ ଭୂକମ୍ପର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୪ ରେକର୍ଡ
·1 year ago·1 min read

ଭୂକମ୍ପରେ ଥରିଲା ପାକିସ୍ତାନ । ପାକିସ୍ତାନରେ ଭୂକମ୍ପର ଝଟକା । ରିକ୍ଟଟ ସ୍କେଲରେ ଭୂକମ୍ପର ତୀବ୍ରତା ୪.୪ ରେକର୍ଡ । ଭୂକମ୍ପ ନେଇ ସ୍ପଷ୍ଟ କରିଛି ଏନସିଏସ । ପହଲଗାମ ଆତଙ୍କ ନେଇ ଭାରତ ପାକିସ୍ତାନ ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ୨ଟି ଦେଶର ସୀମାରେ କୌଣସି ମୁହୁର୍ତ୍ତରେ ଆକ୍ରମଣ ହେବା ନେଇ ଆଶଙ୍କା ରହିଛି । ଏ ଭିତରେ ଭୂକମ୍ପରେ ଥରି ଉଠିଛି ପାକିସ୍ତାନ । ପାକିସ୍ତାନରେ ରାତି ୯.୫୮ ମିନିଟ୍ରେ ଭୂକମ୍ପର ଝଟକା ଲାଗିଛି ।
ଯାହାକୁ ନେଇ ସମସ୍ତେ ଆଥଙ୍କିତ ହେବା ସହ ଘର ବାହାରକୁ ଚାଲି ଆସିଥିଲେ । ତେବେ ଭୂକମ୍ପରେ ଏଯାଏଁ କ୍ଷୟକ୍ଷତିର କୌଣସି ଖବର ନାହିଁ । ଭୂମିକମ୍ପ ୫୦ କିଲୋମିଟର ଗଭୀରରେ ଆସିଥିଲା । ଏହା ପୂର୍ବରୁ ୧୨ ଏପ୍ରିଲରେ ରିକ୍ଟର ସ୍କେଲର ତୀବ୍ରତା ୫.୮ର ଭୂମିକମ୍ପ ପାକିସ୍ତାନରେ ହେଇଥିଲା । ସେତେବେଳେ ଭୂକମ୍ପ ୧୦ କିଲୋମିଟର ଗଭୀରରେ ରହିଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: