|
logo
Live

Argus News - ତାଇଓ୍ୱାନରେ ଭୂମିକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୭.୨ ରେକର୍ଡ

International

ତାଇଓ୍ୱାନରେ ଭୂମିକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୭.୨ ରେକର୍ଡ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ତାଇଓ୍ୱାନରେ ଭୂମିକମ୍ପ:  ରିକ୍ଟର ସ୍କେଲରେ ତୀବ୍ରତା ୭.୨ ରେକର୍ଡ

ଅର୍ଗସ ବ୍ୟୁରୋ:  ତାଇଓ୍ୱାନରେ ଭୟଙ୍କର ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରେକର୍ଡ କରାଯାଇଛି । ଭୂମିକମ୍ପର ପ୍ରଭାବ ଏତେ ଅଧିକ ଥିଲା ଯେ ତାସ ପତ୍ତା ଭଳି ଘର ଗୁଡିକ ଭୁଶୁଡି ପଡିଥିଲା । ଅନେକ ଘର ବିପଜ୍ଜନକ ଭାବେ ଝୁଲି ରହିଛି । ଆଜି ଭୋରରୁ ତାଇଓ୍ବାନର ଅନେକ ସହରରେ ଭୂମିକମ୍ପର ପ୍ରଭାବ ଅନୁଭତ ହୋଇଛି ।  ଏଥିରେ ବର୍ତ୍ତମାନ ସୁଦ୍ଧା ୫ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଲୋକ ଭଙ୍ଗା ଘର ତଳେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ଯୁଦ୍ଧକାଳୀନ ଉଦ୍ୟମ ଚାଲିଛି । ଅନେକ ଘର ବିପଜ୍ଜନକ ଭାବେ ଝୁଲି ରହିଛି ।

ଏହା ଉଦ୍ଧାରକାରୀ ଟିମ୍ ପାଇଁ ବଡ ଚ୍ୟାଲେଂଜ ସୃଷ୍ଟି କରିଛି ।  ଭୂମିକମ୍ପ ଯୋଗୁଁ ତାଇଓ୍ବାନ ସହ ଜାପାନ, ଇଣ୍ଡୋନେସିଅରେ ସୁନାମି ହେବାର ଆଶଙ୍କା ରହିଛି । ସମୁଦ୍ରରେ ୧୦ଫୁଟ ଉଚ୍ଚତାର ଜୁଆର ଆସିପାରେ । ଏଥିପାଇଁ ତାଇଓ୍ବାନର ଉପକୂଳ ବାସିନ୍ଦାଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି । ତାଇଓ୍ବାନର ହୁଏଲିନ୍ ସହର ଠାରୁ ୧୮ କିମି ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିବା ସୂଚନା ମିଳିଛି । ଗତ ୨୫ ବର୍ଷ ଭିତରେ ସବୁଠାରୁ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ପୂର୍ବରୁ ୧୯୯୯ ମସିହାର ତାଇଓ୍ବାନରେ ବଡ ଧରଣର ଭୂମିକମ୍ପ ହୋଇଥିଲା । ଯାହାର ତୀବ୍ରତା ଥିଲା ୭.୬ । ସେତେବେଳେ ୨୪ଶହ ଲୋକଙ୍କ ମୃତ୍ୟୁ ହୋଇଥିଲା ।

ଅଧିକ ପଢ଼ନ୍ତୁ ବିଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ତାଇଓ୍ୱାନରେ ଭୂମିକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୭.୨ ରେକର୍ଡ | Argus News