ପାକିସ୍ତାନରେ ପୁଣି ଭୂ-କମ୍ପ ଝଟକା : ରିକ୍ଟର ସ୍କଲରେ ତୀବ୍ରତା ୪.୬
·1 year ago

ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ସୋମବାର ରାତିରେ ପ୍ରାୟତଃ ଥମିଛି। ଆଜି ଭାରତ ଓ ପାକିସ୍ତାନ ଉଭୟ ଦେଶର ଡିଜିଏମଓଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ଏଭଳି ସମୟରେ ସୋମବାର ଦ୍ବିପହର ସମୟରେ ପାକିସ୍ତାନରେ ପୁଣିଥରେ ଭୂକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି। ଏହି ଭୂକମ୍ପର ତୀବ୍ରତା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନ୍ସିଏସ୍) ଅନୁଯାୟୀ ରେକ୍ଟର ସ୍କେଲରେ ୪.୬ ଥିବା ଜଣାପଡ଼ିଛି। ଖବର ଲେଖାହେଲା ପର୍ଯ୍ୟନ୍ତ ଭୂକମ୍ପ ଝଟକାରେ କୌଣସି ପ୍ରକାର କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି।
କିନ୍ତୁ ଭୂମିକମ୍ପ ପରେ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଏହା ପୂର୍ବରୁ ଗତଶୁକ୍ରବାର ରାତି ପାଖାପାଖି ୧ଟା ୪୪ ମିନିଟରେ ପାକିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ମ୍ୟାଗ୍ନିଚ୍ୟୁଡର ଥିଲା । ଏହାର କେନ୍ଦ୍ରସ୍ଥଳ ପାକିସ୍ତାନର ବଲୁଚିସ୍ତାନ ସହର ନିକଟ କ୍ବେଟାରେ ଥିବା ଜଣାପଡିଥିଲା।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: