Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଭୂକମ୍ପରେ ଥରିଲା ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜ

Ritu Das
Browse all articles by Ritu Das
·11 months ago·1 min read
ଭୂକମ୍ପରେ ଥରିଲା ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜ

Key Points

ଭୂକମ୍ପରେ ଥରିଲା ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜ

ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୨ ରେକର୍ଡ କରାଯାଇଛି

ବର୍ତ୍ତମାନ ସୁଦ୍ଧା ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ଖବର ମିଳିନି

ଭୂକମ୍ପରେ ଥରିଲା ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜ । ବିଳମ୍ପିତ ରାତିରେ ଲାଗିଛି ଭୂକମ୍ପର ଝଟକା। ରାତି ୧୨ଟା ୧୨ ମିନିଟରେ ଭୂମିକମ୍ପରେ ଥରିଛି ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜ । ତେବେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୨ ରେକର୍ଡ କରାଯାଇଥିବା ବେଳେ ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ ଅନୁଯାୟୀ ଭୂମିକମ୍ପ ୧୦ କିଲୋମିଟର ଗଭୀରତାରେ ହୋଇଛି । ବର୍ତ୍ତମାନ ସୁଦ୍ଧା ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ଖବର ମିଳିନି । ସୁନାମୀର ମଧ୍ୟ କୌଣସି ଆଶଙ୍କା ନାହିଁ।


ଆଣ୍ଡାମାନ ସାଗର ଭୂକମ୍ପ ଦୃଷ୍ଟିରୁ ଏକ ସକ୍ରିୟ ଅଞ୍ଚଳ ତେଣୁ ଏଠାରେ ଭୂମିକମ୍ପ ଅତି ସାଧାରଣ କଥା । ତେବେ ଜୁଲାଇ ୧୦ରେ ଭୂକମ୍ପରେ ଦୋହଲିଥିଲା ଦିଲ୍ଲୀ। ଦିଲ୍ଲୀକୁ ଲାଗିଥିଲା ଭୂକମ୍ପର ଝଟକା । ସକାଳୁ ସକାଳୁ ଥରିଥିଲା ଭାରତର ରାଜଧାନୀ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୪ ଥିବାବେଳେ ଭୂକମ୍ପର କେନ୍ଦ୍ରସ୍ଥଳ ହରିଆଣାର ଝାଜର ରହିଥିଲା। ତେବେ ଦିଲ୍ଲୀ, ନୋଏଡା ଏବଂ ଗାଜିଆବାଦରେ ଅନୁଭୂତ ହୋଇଥିଲା ଏହି ଭୂକମ୍ପର ଝଟରା । ପ୍ରାୟ ୧୦ ସେକେଣ୍ଡ ଯାଏଁ ଥରିଥିଲା ଦିଲ୍ଲୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
earthquake-tremors-hit-andaman-and-nicobar-islands | Argus News