Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ସମୋଗଲୁ, ଜନସନ ଓ ଜେମ୍ସ ରବିନ୍ସନଙ୍କୁ ମିଳିବ ଅର୍ଥଶାସ୍ତ୍ରରେ ନୋବେଲ

Smruti Parija
Browse all articles by Smruti Parija
·1 year ago·1 min read
ସମୋଗଲୁ, ଜନସନ ଓ ଜେମ୍ସ ରବିନ୍ସନଙ୍କୁ ମିଳିବ ଅର୍ଥଶାସ୍ତ୍ରରେ ନୋବେଲ

ଅର୍ଗସ ବ୍ୟୁରୋ: ତିନି ଅର୍ଥଶାସ୍ତ୍ରୀଙ୍କୁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । 2024 ବର୍ଷ ପାଇଁ ଆର୍ଥିକ ବିଜ୍ଞାନରେ ଡାରୋନ ଏସମୋଗଲୁ, ସାଇମନ ଜନସନ ଓ ଜେମ୍ସ ଏ ରବିନ୍ସନଙ୍କୁ ମିଳିବ ସର୍ବୋଚ୍ଚ ସମ୍ମାନ । 

ପୂର୍ବରୁ  ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ଦକ୍ଷିଣ କୋରିଆର ସାହିତ୍ୟିକା ହାନକାଙ୍ଗ୍ ପାଇବେ ନୋବେଲ ପୁରସ୍କାର । 1970 ମସିହା ଦକ୍ଷିଣ କୋରିଆର ଗୁଆଙ୍ଗଜୁ ସହରରେ ଜନ୍ମଗ୍ରହଣ କରିଥିଲେ ହାନକାଙ୍ଗ । ତାଙ୍କ ପିତା ଜଣେ ପ୍ରତିଷ୍ଠିତ ଔପନାସିକ ଥିବାବେଳେ ସେ ଲେଖା ବ୍ୟତୀତ, ନିଜକୁ କଳା ଏବଂ ସଙ୍ଗୀତ ପ୍ରତି ମଧ୍ୟ ଉତ୍ସର୍ଗ କରିଛନ୍ତି । 

୨୦୨୪ ନୋବେଲ ପୁରସ୍କାର ପାଇଁ ଗତ ସୋମବାରଠାରୁ ଘୋଷଣା ଆରମ୍ଭ ହୋଇଛି ଏବଂ ଭିକ୍ଟର ଆମ୍ବ୍ରୋସ୍ ଓ ଗ୍ୟାରି ରୁଭକୁନ୍ ମେଡିସିନ୍ ପୁରସ୍କାର ଜିତିଛନ୍ତି। ମେସିନ୍ ଲର୍ଣ୍ଣିଂର ଦୁଇ ପ୍ରତିଷ୍ଠାତା ଜନ୍ ହପ୍‌ଫିଲ୍ଡ ଓ ଜେଫ୍ରି ହିଣ୍ଟନ୍ ପଦାର୍ଥବିଜ୍ଞାନ ପୁରସ୍କାର ଜିତିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ଆମେରିକୀୟ ବୈଜ୍ଞାନିକ ଭିକ୍ଟୋର ଆମ୍ବ୍ରୋସ ଏବଂ ଗ୍ୟାରୀ ରୁବକୁନଙ୍କୁ  ମେଡିସିନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୋବେଲ ଦିଆଯିବ ।  ଉଭୟଙ୍କୁ ମାଇକ୍ରୋ ଆରଏନଏର ସନ୍ଧାନ ପାଇଁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯିବ। ମେଡିସିନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେମାନେ ଏହି ପୁରସ୍କାର ପାଇବେ।

Sponsored
economics-nobel-prize-2024-awarded-to-daron-acemoglu-simon-johnson-and-james-a-robinson | Argus News