Donald Trump / 'ଇରାନରେ ବନ୍ଦୀ ହୋଇଥିବା ୮ ଜଣଙ୍କୁ ମୁକ୍ତ କର', ନହେଲେ...
·8 months ago·3 min read

Key Points
'ଇରାନରେ ବନ୍ଦୀ ହୋଇଥିବା ୮ ଜଣଙ୍କୁ ମୁକ୍ତ କର'
'ବିରୋଧ ପ୍ରଦର୍ଶନକାରୀଙ୍କ ବିରୋଧରେ ହିଂସା ବନ୍ଦ କର'
ପୁଣି ଇରାନକୁ ଧମକ ଦେଲେ ଟ୍ରମ୍ପ

ଇରାନରେ ବିଗତ ୧୮ ଦିନ ହେବ ଲାଗି ରହିଛି ବିରୋଧ ପ୍ରଦର୍ଶନ । ଏହି ବିକ୍ଷୋଭ ଧିରେ ଧିରେ ହିଂସାର ରୂପ ନେଉଛି, ଯେଉଁଥିରେ ଏବେଯାଏଁ ପାଖାପାଖି ୨ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ତେବେ ଏହି ବିକ୍ଷୋଭ ମୃତ୍ୟୁ ମଧ୍ୟରେ ପୁଣି ଟ୍ରମ୍ପଙ୍କ ଆଉ ଏକ ଧମକ ଏବେ ଇରାନ ପାଇଁ ଚିନ୍ତାର କାରଣ ପାଲଟିଛି । ପୂର୍ବରୁ ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ଧମକ ଦେଇ ତାଙ୍କୁ ଅପହରଣ କରି ନେଇଛନ୍ତି ଟ୍ରମ୍ପ । ଯାହାକୁ ନେଇ ଟ୍ରମ୍ପଙ୍କ ପ୍ରତିଟି ଧମକ ଇରାନ ପାଇଁ ଚିନ୍ତା ବଢାଉଛି । ଏବେ ଟ୍ରମ୍ପ ପୁଣି ଇରାନଙ୍କୁ ଧମକ ଦେଇ କହିଛନ୍ତି, ଇରାନ ଖୋମେନାଇ ଶାସନ ପ୍ରଦର୍ଶନକାରୀଙ୍କ ବିରୋଧରେ ନିଜର ହିଂସା ପ୍ରଦର୍ଶନ କରିବା ବନ୍ଦ କରୁ । ଏଥିସହ ରାଜନୈତିକ କଏଦୀମାନଙ୍କୁ ଜଲଦି ଜେଲରୁ ମୁକ୍ତ କରାଯାଉ ।
ଟ୍ରମ୍ପ ପ୍ରଶାସନ ପାରସୀ ଭାଷାରେ ନିଜର ଏକ୍ସ ଆକାଉଣ୍ଟରେ କିଛି ଏମିତି ଲେଖିଛନ୍ତି । ସେ ଲେଖିଛନ୍ତି, ଇରାନ ଜେଲରେ ରଖିଥିବା ୮ କଏଦୀଙ୍କୁ ମୁକ୍ତ କରାଯାଉ । ସେଥିରେ ସେହି ୮ ଜଣଙ୍କର ନାଁ ମଧ୍ୟ ଲେଖାରହିଛି । ଯେଉଁଥିରେ ସାମିଲ ଅଛନ୍ତି ନର୍ଗିସ ମୋହମ୍ମଦୀ, ସପିଦେହ ଗୋଲିୟାନ, ଜବାଦ୍ ଅଲୀ କୋର୍ଦି, ପୁରାନ ନାଜୋମୀ, ରଜା ଖଂଦାନ, ମଜୀଦ ତବାକ୍କୋଲୀ, ଶରୀଫେହ ମୋହମ୍ମଦୀ, ହୁସୈନ ରୋନାଗୀ । ଟ୍ରମ୍ପ ଟ୍ଵିଟ କରିଛନ୍ତି, ଏମାନଙ୍କୁ ଗିରଫ କରିବା ଚିନ୍ତାର ବିଷୟ । ଏମାନଙ୍କୁ ଶୀଘ୍ର ମୁକ୍ତ କରାଯାଉ । ତେବେ କିଏ ଏହି ୮ଜଣ ? କାହିଁକି ଏମାନଙ୍କୁ ଜେଲରୁ ମୁକ୍ତ କରିବାକୁ ଧମକ ଦେଇଛନ୍ତି ଟ୍ରମ୍ପ ଆସନ୍ତୁ ଜାଣିବା ।
ନର୍ଗିସ ମୋହମ୍ମଦୀ:
୨୦୨୩ରେ ଇରାନ ମହିଳାଙ୍କ ଉପରେ ଅତ୍ୟାଚାର ବିରୋଧରେ ତାଙ୍କର ବିଦ୍ରୋହ ଏବଂ ସମସ୍ତଙ୍କ ପାଇଁ ମାନବାଧିକାର ଏବଂ ସ୍ଵତନ୍ତ୍ରତା ବୃଦ୍ଧି କରିବା ନେଇ ତାଙ୍କର ସଂଘର୍ଷ କ୍ଷେତ୍ରରେ ତାଙ୍କୁ ନୋବେଲ ପୁରସ୍କାର ଦିଆଯାଇଥିଲା । ସେ ମହିଳା ଅଧିକାରର କାର୍ଯ୍ୟକର୍ତ୍ତା ଅଟନ୍ତି । ଇରାନର ଖାମେନୀ ସରକାରଙ୍କ ଦ୍ଵାରା ତାଙ୍କୁ ଅନେକ ଥର ଆକ୍ରମଣ କରାଯାଇଥିଲା ଏବଂ ଜେଲଦଣ୍ଡ ମଧ୍ୟ ଦିଆଯାଇଥିଲା ।ଏମିତିକି ନିଜର ନୋବେଲ ପୁରସ୍କାର ପାଇବା ସମୟରେ ସେ ଜେଲରେ ଥିଲେ । ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କୁ ଜେଲରୁ ବାହାର କରାଯାଇଥିଲା । ତା'ପରେ, ଗତ ବର୍ଷ ଡିସେମ୍ବରରେ ଏକ ସ୍ମାରକୀ ସଭା ସମୟରେ, ପୋଲିସ ଏବଂ ସୁରକ୍ଷା ବାହିନୀ ତାଙ୍କୁ ଅଟକ ରଖିଥିଲେ ଏବଂ ସେ ବର୍ତ୍ତମାନ ରାଜଧାନୀ ତେହେରାନର ଏଭିନ୍ ଜେଲରେ ବନ୍ଦୀ ଅଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସପିଦେହ ଗୋଲିୟାନ:
ଇରାନର ମହିଳା ଅଧିକାର କର୍ମୀ ଗୋଲିୟାନ ଅନେକ ଥର ଖାମେନି ଶାସକଙ୍କ ଟାର୍ଗେଟରେ ରହିଛନ୍ତି ଏବଂ ତାଙ୍କୁ ଅନେକ ଥର ଜେଲଦଣ୍ଡ ଦିଆଯାଇଛି। ସେ ଜଣେ ଲେଖିକା ଏବଂ ସାମ୍ବାଦିକା ମଧ୍ୟ ଅଟନ୍ତି । ୨୦୧୮ ମସିହାରେ ହଡ଼ତାଳ କରୁଥିବା ଶ୍ରମିକମାନଙ୍କୁ ସମର୍ଥନ କରିବା ପାଇଁ ଗୋଲିୟାନଙ୍କୁ ପ୍ରଥମେ ଗିରଫ କରାଯାଇଥିଲା । ଆଉ ଏବେ ପୁଣି ମୋହମ୍ମଦୀଙ୍କ ସହ ତାଙ୍କୁ ଗିରଫ କରାଯାଇଛି ।
ଜବାଦ୍ ଅଲୀ:
ଜବାଦ୍ ଅଲୀ ଇରାନୀ ମାନବାଧିକାର ଓକିଲ, ବିଶ୍ୱବିଦ୍ୟାଳୟ ଅଧ୍ୟାପକ ଏବଂ ନଗର ପରିଷଦର ପୂର୍ବତନ ସଦସ୍ୟ। ୧୨ ଡିସେମ୍ବର ୨୦୨୫ରେ ସୁରକ୍ଷା ବାହିନୀ ତାଙ୍କୁ ତାଙ୍କ କାର୍ଯ୍ୟାଳୟରୁ ହିଂସାତ୍ମକ ଭାବରେ ଗିରଫ କରିଥିଲେ । ତାଙ୍କ ଉପରେ 'ଜାତୀୟ ସୁରକ୍ଷା ବିରୋଧରେ ସଭା କରିବା ଏବଂ ଷଡ଼ଯନ୍ତ୍ର' ତଥା 'ରାଷ୍ଟ୍ର ବିରୁଦ୍ଧରେ ପ୍ରଚାର' ଅଭିଯୋଗ କରାଯାଇଥିଲା । ଏବେ ଏକାନ୍ତରେ ତାଙ୍କୁ କାରାଗାରରେ ରଖାଯାଇଛି ।
ପୁରାନ ନାଜୋମୀ:
ନାଜୋମି ଇରାନର କେରମାନ ପ୍ରଦେଶରୁ ଆସିଛନ୍ତି ଏବଂ ମହିଳା ଏବଂ ନାଗରିକ ଅଧିକାର ପାଇଁ କାମ କରନ୍ତି। ସେ ମଧ୍ୟ ମୋହମ୍ମଦୀଙ୍କ ସହ ଗିରଫ ହୋଇଛନ୍ତି ।
ରଜା ଖଂଦାନ:

ରଜା ଖଂଦାନ ଜଣେ ଇରାନୀ ମାନବାଧିକାର କର୍ମୀ ଏବଂ ଗ୍ରାଫିକ୍ ଡିଜାଇନର୍। ସେ ମୃତ୍ୟୁଦଣ୍ଡ ବିରୋଧରେ ସ୍ଵର ଉଠାଇଥିଲେ, ଏବଂ ହିଜାବ ଆନ୍ଦୋଳନ ସମୟରେ ପ୍ରତିବାଦରେ ଭାଗ ନେଇଥିଲେ । ବର୍ତ୍ତମାନ ତାଙ୍କୁ ମଧ୍ୟ ଗିରଫ କରାଯାଇ ଜେଲରେ ରଖାଯାଇଛି ।
ମଜୀଦ ତବାକ୍କୋଲୀ:
ତବାକ୍କୋଲୀ ଜଣେ ଇରାନୀ ଛାତ୍ର ନେତା ଏବଂ ମାନବାଧିକାର କର୍ମୀ ଯିଏ ଦୀର୍ଘ ୯ ବର୍ଷ ଧରି ଜେଲରେ ଅଛନ୍ତି।
ଶରୀଫେହ ମୋହମ୍ମଦୀ:
ମୋହମ୍ମଦି ଜଣେ ଇରାନୀ ସାମାଜିକ କର୍ମୀ ଯାହାକୁ ଦେଶଦ୍ରୋହ ପାଇଁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି । ବର୍ତ୍ତମାନ ସେ ଜେଲରେ ରହି ସଜ୍ଜା ଭୋଗୁଛନ୍ତି ।
ହୁସୈନ ରୋନାଗୀ:
ରୋନାଗି ଜଣେ ଇରାନୀ ବ୍ଲଗର, ଏବଂ ମାନବାଧିକାର କର୍ମୀ। ହିଜାବ ଆନ୍ଦୋଳନ ସମୟରେ ତାଙ୍କୁ ବାରମ୍ବାର ଗିରଫ କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ସତ୍ତ୍ୱେ ସେ ଏବେ ବି ଜେଲରେ ଅଛନ୍ତି। ତେବେ ଖାମେନି ସରକାର ବିରୋଧରେ ଆନ୍ଦୋଳନ କରିଥିବା ଏହି ନେତାମାନଙ୍କୁ ଖାମେନି ଶାସକ ଜେଲରେ ରଖିଛନ୍ତି । ଯାହାଙ୍କୁ ମୁକ୍ତ କରିବାକୁ ଧମକ ଦେଇଛନ୍ତି ଟ୍ରମ୍ପ ।
ଅଧିକ ପଢ଼ନ୍ତୁ ବିଦେଶ ଖବର:

Related Topics
Explore more stories