Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

୨ ମାସରେ ହରାଇଲେଣି ୭ ଲକ୍ଷ କୋଟି, ତଥାପି ଦୁନିଆର ୧ ନମ୍ବର ଧନୀ ଏଲନ୍ ମସ୍କ

Sushanta Sahoo
Browse all articles by Sushanta Sahoo
·1 year ago·2 min read
୨ ମାସରେ ହରାଇଲେଣି ୭ ଲକ୍ଷ କୋଟି, ତଥାପି ଦୁନିଆର ୧ ନମ୍ବର ଧନୀ ଏଲନ୍ ମସ୍କ

ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତ ଏବଂ ଅରବପତି ବ୍ୟବସାୟୀ ଏଲନ୍ ମସ୍କ ପୁଣି ଥରେ ଦୁନିଆର ୧ ନମ୍ବର ଧନୀ ରେକର୍ଡ ବଜାୟ ରଖିଛନ୍ତି । ବ୍ଲୁମବର୍ଗ ବିଲିୟନେୟର୍ସ ଇଣ୍ଡେକ୍ସ ଅନୁସାରେ, ଟେସ୍‌ଲା ଓ ସ୍ପେଶଏକ୍ସ ସିଇଓଙ୍କ ମୋଟ ସମ୍ପତ୍ତି ୩୫୧ ବିଲିୟନ ଆମେରିକୀୟ ଡଲାର । ଯାହାକି ଭାରତୀୟ ଟଙ୍କାରେ ୩୯ ଲକ୍ଷ କୋଟି ହେବ ।

ତେବେ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟଜନକ କଥା ହେଲା, ୨୦୨୫ ଆରମ୍ଭରୁ ୨ ମାସ ଭିତରେ ମସ୍କ ପ୍ରାୟ ୮୧ ବିଲିୟନ୍ ଆମେରିକୀୟ ଡଲାର୍ ହରାଇଛନ୍ତି । ୨ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଏଲନ୍ ମସ୍କଙ୍କ ସମ୍ପତ୍ତିର ବଡ଼ ଅଂଶ ହେଉଛି ତାଙ୍କ କମ୍ପାନୀ ସ୍ପେଶଏକ୍ସ । ସେ ଏକ ଟ୍ରଷ୍ଟ ଜରିଆରେ କମ୍ପାନୀର ପ୍ରାୟ ୪୨ ପ୍ରତିଶତ ସେୟାରର ମାଲିକ । ୨୦୨୪ ଡିସେମ୍ବରରେ ସ୍ପେଶଏକ୍ସର ଟେଣ୍ଡର ଅଫ୍ ଭ୍ୟାଲୁ ୩୫୦ ବିଲିୟନ ଆମେରିକୀୟ ଡଲାର ଥିଲା । ଯେଉଁଥିରେ ମସ୍କ ୧୩୬ ବିଲିୟନ ଆମେରିକୀୟ ଡଲାରର ମାଲିକ ।

ମସ୍କଙ୍କ ଅନ୍ୟ ବଡ଼ ସମ୍ପତ୍ତି ହେଉଛି ଟେସ୍‌ଲାରେ ତାଙ୍କର ୧୩ ପ୍ରତିଶତ ଅଂଶଧନ । ୨୦୨୫ ଫେବ୍ରୁଆରୀ ୨୮ରେ ଟେସ୍‌ଲାର ବଜାର ମୂଲ୍ୟ ୯୪୨.୩୭ ବିଲିୟନ୍ ଆମେରିକୀୟ ଡଲାର୍ ଥିଲା । ଯେଉଁଥିରୁ ଟେସ୍‌ଲାରେ ମସ୍କଙ୍କ ସମ୍ପତ୍ତି ହେଉଛି ୧୨୦ ବିଲିୟନ୍ ଆମେରିକୀୟ ଡଲାର ।

୨୦୨୨ରେ ୪୪ ବିଲିୟନ୍ ଆମେରିକୀୟ ଡଲାର୍ ଦେଇ ମସ୍କ କିଣିଥିବା ଟ୍ଵିଟର ଏବେର ଏକ୍ସରେ ତାଙ୍କ ୭୯ ପ୍ରତିଶତ ପୁଞ୍ଜି ରହିଛି । ଏବେ ଏକ୍ସରେ ମସ୍କଙ୍କ ଅଂଶଧନ ହେଉଛି ୮.୦୬ ବିଲିୟନ୍ ଆମେରିକୀୟ ଡଲାର । ଏହାଛଡ଼ା ଏକ୍ସଏଆଇ, ଦ ବୋରିଂ କମ୍ପାନୀ ଓ ନ୍ୟୁରାଲିଙ୍କ ଆଦି କମ୍ପାନୀରେ ରହିଛି ମସ୍କଙ୍କ ସେୟାର ।

ଏହା ଛଡ଼ା ମସ୍କ ଆମେରିକା ସରକାରରେ ଡିପାର୍ଟମେଣ୍ଟ ଅଫ୍ ଗଭର୍ଣ୍ଣମେଣ୍ଟ ସ୍ପେଣ୍ଡିଂ (DOGE)ରେ ତାଙ୍କ କାମ ପାଇଁ ପାରିଶ୍ରମିକ ନେଉ ନଥିବା ଦାବି କରିଛନ୍ତି । ମସ୍କଙ୍କ ପରେ ବିଶ୍ଵର ଦ୍ଵିତୀୟ ଧନୀ ହେଉଛନ୍ତି ମେଟା ସିଇଓ ମାର୍କ ଜୁକରବର୍ଗ । ତାଙ୍କ ପାଖରେ ଏବେ ୨୩୬ ବିଲିୟନ୍ ଆମେରିକୀୟ ଡଲାରର ସମ୍ପତି ରହିଛି । ତୃତୀୟରେ ୨୩୨ ବିଲିୟନ୍ ଆମେରିକୀୟ ଡଲାର ସମ୍ପତ୍ତି ସହ ଆମାଜନ ସଂସ୍ଥାପକ ଜେଫ୍ ବେଜୋସ ରହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Elon Musk Again World Richest Man Even Lost 7 Lakh Crore In Two Months | Argus News