Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୁଣି ବାପା ହେଲେ ମସ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

International

ପୁଣି ବାପା ହେଲେ ମସ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପୁଣି ବାପା ହେଲେ ମସ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

ଦୁନିଆର ସବୁଠୁ ବଡ ଧନୀ ବ୍ୟକ୍ତି ଟେସଲା କମ୍ପାନୀର ମାଲିକ ଏଲନ ମସ୍କଙ୍କ ସଂପତ୍ତି ଦିନକୁ ଦିନ ବଢିବାରେ ଲାଗିଛି। ଏବେ ସେ ଦୁନିଆର ଏକ ମାତ୍ର ଏମିତି ବ୍ୟକ୍ତି ଯାହାଙ୍କ ସଫଳତା ପର୍ଯ୍ୟନ୍ତ କେହି ପହଞ୍ଚି ପାରି ନାହାନ୍ତି। ବଡ କଥା ହେଉଛି ଏଲନ ମସ୍କ ପୁଣି ଚର୍ଚ୍ଚାରେ ଆସିଛନ୍ତି। ଏଥର ଚର୍ଚ୍ଚା ସଂପତ୍ତି କି ନୂଆ ପ୍ରୋଜେକ୍ଟକୁ ନେଇକି ନୁହେଁ, ଏଥର ଚର୍ଚ୍ଚା ହେଉଛି ପୁଣି ବାପା ହୋଇଛନ୍ତି ମସ୍କ। ଗୋଟେ କି ଦୁଇଟି ସନ୍ତାନ ନୁହେଁ, ଏଲନ ମସ୍କ ୧୪ ସନ୍ତାନର ବାପା ହୋଇଛନ୍ତି। ଆଜ୍ଞା ହଁ, ମସ୍କ ଏକ ଭିନ୍ନ ରେକର୍ଡ ସୃଷ୍ଟି କରିଛନ୍ତି। ନବଜାତ ଶିଶୁର ଜନ୍ମ ବିଷୟରେ ସୂଚନା ତାଙ୍କ ପାର୍ଟନର ଇନଷ୍ଟାଗ୍ରାମରେ ତାଙ୍କ ପୋଷ୍ଟରେ ଦେଇଛନ୍ତି।

ଯାହାକୁ ମସ୍କ ମଧ୍ୟ ନିଶ୍ଚିତ କରିଛନ୍ତି। ସେମାନେ ଏହି ପିଲାଟିର ନାମ ସେଲଡନ ଲାଇକର୍ଗସ ରଖିଛନ୍ତି। କହି ରଖୁଛୁ ଯେ, ତାଙ୍କ ପାର୍ଟନର ତାଙ୍କ କମ୍ପାନୀ ନ୍ୟୁରାଲିଙ୍କର ଏକଜିକ୍ୟୁଟିଭ୍‌। ମସ୍କଙ୍କର ପୂର୍ବରୁ ତିନୋଟି ସନ୍ତାନ ଅଛନ୍ତି।୨୦୨୧ରେ ମସ୍କ ଏବଂ ଜିଲିସ ଯମଜ ସନ୍ତାନର ମାତାପିତା ହୋଇଥିବା ଖବର ଆସିଥିଲା। ୨୦୨୪ରେ, ଜିଲିସ ତାଙ୍କର ତୃତୀୟ ସନ୍ତାନକୁ ଜନ୍ମ ଦେଇଥିଲେ। ଜିଲିସଙ୍କ ପୋଷ୍ଟକୁ ନେଇ ଇନଫ୍ଲୁଏନସର ସେଣ୍ଟ କ୍ଲେୟାରଙ୍କ ଦାବି କରିଥିଲେ ଯେ ସେ ମସ୍କଙ୍କ ୧୩ତମ ସନ୍ତାନକୁ ଜନ୍ମ ଦେଇଛନ୍ତି। ତଥାପି, ମସ୍କ ଏପର୍ଯ୍ୟନ୍ତ ସାର୍ବଜନୀନ ଭାବରେ ତାଙ୍କ ଦାବିକୁ ସ୍ବୀକାର କରିନାହାଁନ୍ତି। ସେଣ୍ଟ କ୍ଲେୟାର କହିଛନ୍ତି ଯେ ସେ ଏବଂ ମସ୍କ ଜାନୁଆରୀ ୨୦୨୪ରେ ସେଣ୍ଟ ବାର୍ଥସ ଯାତ୍ରା ସମୟରେ ଏକ ପିଲାକୁ ସାଙ୍ଗରେ ଆଣିଥିଲେ।

ଜିଲିସ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ମୁଁ ଏବଂ ମସ୍କ ଆମ ଝିଅ ଆର୍କାଡିଆଙ୍କ ଜନ୍ମଦିନ ଅବସରରେ ନିଷ୍ପତ୍ତି ନେଇଛୁ ଯେ ଆମେ ସମସ୍ତଙ୍କୁ ଆମର ସୁନ୍ଦର ପୁଅ ସେଲଡନ ଲାଇକର୍ଗସ ବିଷୟରେ ମଧ୍ୟ କହିବା ଉଚିତ୍‌। ମସ୍କ ତାଙ୍କ ପୋଷ୍ଟର ଜବାବରେ ଏକ ହାର୍ଟ ଇମୋଜି ଦେଇଛନ୍ତି। ଏଖବର ପରେ ମସ୍କଙ୍କୁ ଶୁଭେଚ୍ଛାର ଶୁଅ ଛୁଟୁଛି।


ଅଧିକ ପଢ଼ନ୍ତୁ ବିଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Elon Musk Becomes A Father Again for 14th Time? Tesla CEO's X Response to Partner's Post Sparks Question | Argus News