ମଙ୍ଗଳ ଗ୍ରହକୁ ମାନବବିହୀନ ଷ୍ଟାରସିପ୍ ପଠାଇବାକୁ ଯୋଜନା

Key Points
- ମଙ୍ଗଳ ଗ୍ରହକୁ ଯିବ ମାନବବିହୀନ ଷ୍ଟାରସିପ୍ !
- 2 ବର୍ଷରେ 5 ଥର ମଙ୍ଗଳ ଅଭିଯାନ
- ସ୍ପେଶ୍ ଏକ୍ସ ମାଲିକ ଏଲନ୍ ମସ୍କଙ୍କ ବଡ଼ ଘୋଷଣା
ଅର୍ଗସ ବ୍ୟୁରୋ: ମହାକାଶ ଗବେଷଣା କ୍ଷେତ୍ରରେ ବଡ଼ ଉଡ଼ାଣ ଭରିବା ଲକ୍ଷ୍ୟରେ ସ୍ପେଶ୍ ଏକ୍ସ ମାଲିକ ଏଲନ୍ ମସ୍କ । ଆସନ୍ତା ଦୁଇ ବର୍ଷ ଭିତରେ ମଙ୍ଗଳ ଗ୍ରହକୁ 5ଟି ମାନବବିହୀନ ଷ୍ଟାରସିପ୍ ପଠାଇବାକୁ ହୋଇଛି ଯୋଜନା । ସ୍ପେଶ୍ ଏକ୍ସର ଏହି ଅଭିଯାନ ସଫଳ ହେଲେ 4 ବର୍ଷ ଭିତରେ ଲୋହିତ ଗ୍ରହକୁ ମଣିଷ ପଠାଇବାକୁ ଲକ୍ଷ୍ୟ ରଖିଛି ସ୍ପେଶ ଏକ୍ସ । ଏନେଇ ଏକ୍ସ ପ୍ଲାଟଫର୍ମରେ ନିଜେ ଘୋଷଣା କରିଛନ୍ତି ମାଲିକ ଏଲନ ମସ୍କ । ଅଭିଯାନରେ ଯଦି କୌଣସି ବଡ଼ ଚାଲେଞ୍ଜ ସାମ୍ନାକୁ ଆସେ, ଅଭିଯାନକୁ ଆଉ ଦୁଇ ବର୍ଷ ଆଗକୁ ଟାଣି ଦିଆଯିବ ବୋଲି ଘୋଷଣା କରିଛନ୍ତି ଏଲନ । ଏଥିପାଇଁ ସୁରକ୍ଷିତ ଲ୍ୟାଣ୍ଡି ୱିଣ୍ଡୋ ସନ୍ଧାନ ଜାରି ରଖିଛି ସ୍ପେଶ ଏକ୍ସ ।
ମହାକାଶ ଗବେଷଣା କ୍ଷେତ୍ରରେ ବହୁ ବଡ଼ ମିଶନ ହାତକୁ ନେଇ ସଫଳ ହୋଇସାରିଛନ୍ତି ଏଲନ ମସ୍କ । ଗତ ଜୁନରେ ଷ୍ଟାରସିପ ହାଇପରସୋନିକ ନିଶନ ସଫଳ ହେବାପରେ ବୃଦ୍ଧି ପାଇଛି ଏଲନଙ୍କ ଆତ୍ମବିଶ୍ବାସ । ଏହି ମିଶନରେ ଭାରତ ମହାସାଗରରେ ମୋବାଇଲ ଲ୍ୟାଣ୍ଡିଂ ପୋର୍ଟରେ ଲ୍ୟାଣ୍ଡ କରିଥିଲା ହାଇପରସୋନିକ ରକେଟ । ଏହି ରକେଟ ଚତୁର୍ଥ ପ୍ରୟାସରେ ପୃଥିବୀର ପରିକ୍ରମା କରିବା ପରେ ଫେରିଥିଲା ।
ପ୍ରାରମ୍ଭିକ ପର୍ଯ୍ୟାୟରେ ଚନ୍ଦ୍ର ଅଭିଯାନ ଆରମ୍ଭ କରିବ ସ୍ପେଶ ଏକ୍ସ । ଏହାପରେ ମଙ୍ଗଳ ଅଭିଯାନ ପାଇଁ ରହିଛି ଲକ୍ଷ୍ୟ । ନାସା ଅର୍ଟିମିସ-3 ମିଶନ ଓ ଚନ୍ଦ୍ରକୁ ମାନବଯୁକ୍ତ ସ୍ପେଶକ୍ରାପ୍ଟ ପ୍ରେରଣ ମିଶନ 2026କୁ ଘୁଞ୍ଚାଇ ଦେଇଥିବାବେଳେ ସ୍ପେଶ ଏକ୍ସ ଗୋଟିଏ ପରେ ଗୋଟିଏ ନୂଆ ମିଶନ ଆରମ୍ଭ କରି ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିବାକୁ ପ୍ରୟାସ ଜାରି ରଖିଛି ।