ଟ୍ରମ୍ପଙ୍କ ସର୍ବୋଚ୍ଚ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ଏଲନ ମସ୍କ

Key Points
ଟ୍ରମ୍ପ ଓ ଏଲନ ମସ୍କଙ୍କ ସମ୍ପର୍କରେ ଫାଟ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଏଲନ ମସ୍କଙ୍କ ସମ୍ପର୍କରେ ଫାଟ । ଟ୍ରମ୍ପଙ୍କ ସର୍ବୋଚ୍ଚ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ଏଲନ ମସ୍କ । ଟ୍ରମ୍ପ ସରକାରଙ୍କ DOGEର ମୁଖ୍ୟ ପଦ ସମ୍ଭାଳି ଥିଲେ ମସ୍କ । ଇସ୍ତଫା ନେଇ `X'ରେ ଟୁଇଟ୍ କରିଛନ୍ତି ଏଲନ୍ ମସ୍କ । ଟୁଇଟ୍ରେ ଟ୍ରମ୍ପ ପ୍ରଶାସନକୁ ଜଣାଇଲେ ଧନ୍ୟବାଦ ।
୨୦୨୪ରେ ଆମେରିକା ନିର୍ବାଚନରେ ଡୋନାଲଡ ଟ୍ରମ୍ପଙ୍କୁ ଖୋଲାଖୋଲି ସମର୍ଥନ ଜଣାଇଥିଲେ ଏଲନ୍ ମସ୍କ । ଟ୍ରମ୍ପଙ୍କ ପ୍ରଚାର ପାଇଁ ସବୁଠାରୁ ଅଧିକ ଅର୍ଥ ଦେଇଥିଲେ ମସ୍କ । ଦ୍ବିତୀୟଥର ପାଇଁ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ଏଲନ୍ ମସ୍କଙ୍କ କାର୍ଯ୍ୟଦକ୍ଷତାକୁ ଭୁରି ଭୁରି ପ୍ରଶଂସା କରିଥିଲେ ।
📱 Get Argus News App
✨ସେପଟ ଟ୍ରମ୍ପଙ୍କୁ ଅଦାଲତୀ ଝଟ୍କା । ଆମେରିକାର ଏକ ବ୍ୟବସାୟିକ କୋର୍ଟରୁ ମିଳିଛି ଟ୍ରମ୍ପଙ୍କୁ ଝଟ୍କା । ଟ୍ରମ୍ପ ପ୍ରଶାସନର `ଲିବରେସନ୍ ଡେ' ଟାରିଫ୍ ଉପରେ ଲାଗିଛି ରୋକ୍ । ରାଷ୍ଟ୍ରପତି ଟ୍ରମ୍ପ ନିଜ ଅଧିକାରର ଦୁରୁପଯୋଗ କରିବା ସହ ନେଉଥିବା ପଦକ୍ଷେପ ଆମେରିକା ସମ୍ବିଧାନ ବିରୋଧୀ ବୋଲି କହିଛନ୍ତି ସଂଘୀୟ କୋର୍ଟ ।