Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Elon Musk / ପୁଅ ନାଁ ପଛର ଗୁମର ଖୋଲିଲେ ମସ୍କ କହିଲେ...

Rashmita Mishra
Browse all articles by Rashmita Mishra
·7 months ago·2 min read
ପୁଅ ନାଁ ପଛର ଗୁମର ଖୋଲିଲେ ମସ୍କ କହିଲେ...
Elon Musk

Key Points

ଭାରତୀୟ ହୋଇଗଲେ ମସ୍କଙ୍କ ପୁଅ ।
ପୁଅ ନାଁ ପଛର ଗୁମର ଖୋଲିଲେ ମସ୍କ ଜାଣନ୍ତୁ ...
ମସ୍କଙ୍କ ପୁଅ ନାଁ ଶେଖର ହେଲେ କାହିଁକି ?

ଏଲନ୍ ମସ୍କଙ୍କ ସ୍ତ୍ରୀ ଅଧା ଭାରତୀୟ... ଭାରତୀୟଙ୍କ ନାଁ ଅନୁସାରେ ପୁଅର ନାଁ ଶେଖର । ନିକଟରେ ଏକ ପୋଡକାଷ୍ଟରେ ନିଜ ବିଷୟରେ ଅନେକ କଥା ସେୟାର କରିଛନ୍ତି ଟେସଲା ମାଲିକ ଏଲନ୍ ମସ୍କ । କୋଟିପତି ମସ୍କ ଭାରତ ବିଷୟରେ ଅନେକ ସକରାତ୍ମକ ଭାବ ରଖିଥିବା ଏଥିରେ ଜଣାପଡ଼ିଛି । ତାଙ୍କ ଜୀବନ ସାଥି ଜଣେ ଅଧା ଭାରତୀୟ ବୋଲି ପ୍ରକାଶ କରିଛନ୍ତି ମସ୍କ।

ସେ କହିଛନ୍ତି ତାଙ୍କ ସ୍ତ୍ରୀ ଶିବନ ଗିଲିସ୍ କାନାଡାରେ ବଢ଼ିଥିଲେ ଏବଂ ତାଙ୍କୁ ପିଲାବେଳେ ପୋଷ୍ୟ ଭାବରେ ଗ୍ରହଣ କରାଯାଇଥିଲା । ତାଙ୍କ ବାପା ଜଣେ ବିଶ୍ୱବିଦ୍ୟାଳୟର ବିନିମୟ ଛାତ୍ର ଥିଲେ ବୋଲି ମସ୍କ ସୂଚନା ଦେଇଛନ୍ତି । ତେବେ ଶିବନ ଗିଲିସ୍ ୨୦୧୭ରେ ମସ୍କଙ୍କ କମ୍ପାନୀ ନ୍ୟୁରାଲିଙ୍କରେ ଯୋଗ ଦେଇଥିଲେ ଏବଂ ବର୍ତ୍ତମାନ କମ୍ପାନୀର ଅପରେସନ୍ସ ଏବଂ ସ୍ପେଶାଲ୍ ପ୍ରୋଜେକ୍ଟ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରନ୍ତି । ଶିବନ ୟେଲ୍ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତି ଏବଂ ଦର୍ଶନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି

ମସ୍କ ଆହୁରି ମଧ୍ୟ କହିଛନ୍ତି ଯେ ଜିଲିସ୍‌ଙ୍କ ସହ ତାଙ୍କର ଜଣେ ପୁଅର ମଧ୍ୟ ନାମ ହେଉଛି ‘ଶେଖର’। ଏହି ନାମଟି ଭାରତୀୟ-ଆମେରିକୀୟ ପଦାର୍ଥ ବିଜ୍ଞାନୀ ତଥା ନୋବେଲ୍ ପୁରସ୍କାର ବିଜେତା ସୁବ୍ରମଣ୍ୟମ୍ ଚନ୍ଦ୍ରଶେଖରଙ୍କ ନାମରେ ରଖାଯାଇଛି ।

ମସ୍କ କହିଥିଲେ କି, “ମୁଁ ନିଶ୍ଚିତ ନୁହେଁ ଯେ ଆପଣ ଏହା ଜାଣିଛନ୍ତି କି ନାହିଁ, କିନ୍ତୁ ମୋ ପାର୍ଟନର ଶିଭୋନ୍ ଅଧା ଭାରତୀୟ ସେଥିପାଇଁ ମୋ ପୁଅମାନଙ୍କ ମଧ୍ୟରୁ ଜଣକର ମଧ୍ୟ ନାମ ହେଉଛି ‘ଶେଖର’ ।

ସେପଟେ ଆମେରିକାରେ H-1B ଭିସା ଉପରେ ଚାଲିଥିବା ବିତର୍କ ମଧ୍ୟରେ, ଟେସଲାର ସିଇଓ ଏଲନ ମସ୍କ ଭାରତୀୟଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ସେ ଭାରତୀୟମାନଙ୍କୁ ପ୍ରତିଭାବାନ୍ କହିବା ସହ ଭାରତୀୟଙ୍କ ପାଇଁ ଆମେରିକା ବହୁ ଲାଭବାନ ହୋଇଥିବା କହିଛନ୍ତି । ଆମେରିକାରେ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ଗଠନରେ ପ୍ରବାସୀ ପ୍ରତିଭାଙ୍କ ଭୂମିକାକୁ ସେ ସ୍ୱୀକାର କରିଛନ୍ତି । ବିଶ୍ବସ୍ତରୀୟ କମ୍ପାନୀଗୁଡ଼ିକରେ ଶୀର୍ଷ ପଦବୀରେ ଭାରତୀୟ ବଂଶୋଦ୍ଭବ ଲୋକଙ୍କ ଉପସ୍ଥିତି ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, "ପାଶ୍ଚାତ୍ୟ କମ୍ପାନୀଗୁଡ଼ିକରେ ଆମର ସମସ୍ତ ସିଇଓ ଭାରତୀୟ ବଂଶୋଦ୍ଭବ।" ତେବେ ମସ୍କଙ୍କ ଏହି ପୋଡକାଷ୍ଟ ଏବେ ସବୁଠି ଭାଇରାଲ ହେବାରେ ଲାଗିଛି। ମସ୍କ ଏଥିରେ ନିଜ ସ୍ତ୍ରୀ ଓ ପୁଅଙ୍କ ଭାରତ ଲିଙ୍କର ଏକ ବଡ଼ ଖୁଲାସା କରିଛନ୍ତି ।

ଅଧିକ ପଢନ୍ତୁ ବିଦେଶ ଖବର..

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Elon Musk | Elon Musk Reveals the Secret Behind His Son’s Name | Argus News